ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି
August 27th, 04:50 pm
କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରେଳ ମନ୍ତ୍ରଣାଳୟର ପ୍ରାୟ ୧୨,୩୨୮ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଉଛି (୧) ଦେଶଲପାର - ହାଜିପିର - ଲୁନା ଏବଂ ଭୟୋର - ଲଖପତ ନୂତନ ଲାଇନ, (୨) ସିକନ୍ଦରାବାଦ (ସନାଥନଗର) - ୱାଡି ତୃତୀୟ ଏବଂ ଚତୁର୍ଥ ଲାଇନ, (୩) ଭାଗଲପୁର-ଜମାଲପୁର ତୃତୀୟ ଲାଇନ ଓ (୪) ଫୁରକେଟିଂ - ନୂତନ ତିନସୁକିଆ ଦୋହରୀକରଣ ।