ଗୁୟାନା ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 06th, 09:09 pm

ଗୁୟାନାର ସାଧାରଣ ଏବଂ ଆଞ୍ଚଳିକ ନିର୍ବାଚନରେ ଅପୂର୍ବ ସଫଳତା ଲାଭ କରିଥିବାରୁ, ରାଷ୍ଟ୍ରପତି ଇରଫାନ ଅଲୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ଦୃଢ଼ ଏବଂ ଐତିହାସିକ ସମ୍ପର୍କ ଆଧାରରେ ଭାରତ-ଗୁୟାନା ସହଭାଗିତାକୁ ଅଧିକ ସୁଦୃଢ଼ କରିବାକୁ ମୁଁ ଆଗ୍ରହୀ ।”

ବିହାରର ସିୱାନଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 20th, 01:00 pm

ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।

ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 20th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପାରାଗୁଏ ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତିର ଓଡ଼ିଆ ଅନୁବାଦ

June 02nd, 03:00 pm

ଆମେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛୁ। ପାରାଗୁଏ ଦକ୍ଷିଣ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଆମର ଭୌଗୋଳିକ ସ୍ଥିତି ଭିନ୍ନ ହୋଇପାରେ, କିନ୍ତୁ ଆମେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବାଣ୍ଟିଥାଉ, ଏବଂ ଲୋକଙ୍କ ମଙ୍ଗଳ ପାଇଁ ଯତ୍ନବାନ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

March 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 09:24 pm

ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।

କ୍ୟାଥୋଲିକ ବିଶପ୍ସ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍‌ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

ଏକ ପେଡ୍ ମାଁ କେ ନାମ ପଦକ୍ଷେପକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

November 25th, 10:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଏକ ପେଡ୍ ମାଁ କେ ନାମ’ (ମାଆଙ୍କ ନାମରେ ଗୋଟିଏ ଗଛ) ଅଭିଯାନକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲିର ମନ୍ କି ବାତ୍ ଅଧ୍ୟାୟରେ ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 24th, 08:48 pm

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଆ ସମାଜ ଅନୁଷ୍ଠାନର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଜୀ, ଓଡ଼ିଆ ସମାଜର ଅନ୍ୟ କର୍ମକର୍ତ୍ତା, ଓଡିଶାର ସମସ୍ତ କଳାକାର, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ ।

‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 24th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ କୀ ବାତ୍ ନଭେମ୍ବର 2024

November 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।

ଗୁୟାନାର ପ୍ରମୁଖ କ୍ରିକେଟରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

November 22nd, 05:31 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ମତ ବିନିମୟ ଅବସରରେ କହିଥିଲେ,କ୍ରିକେଟ ଭାରତ ଓ ଗୁୟାନାକୁ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି ।

ଆର୍ଯ୍ୟ ସମାଜ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

November 22nd, 03:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନରେ ଥିବା ଆର୍ଯ୍ୟସମାଜ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଗୁୟାନାରେ ଭାରତୀୟ ସମାଜର ସଂସ୍କୃତିକୁ ସଂରକ୍ଷିତ କରିବାରେ ଆର୍ଯ୍ୟ ସମାଜର ପ୍ରୟାସ ଓ ଭୂମିକାକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଚଳିତ ବର୍ଷ ବହୁତ ସ୍ୱତନ୍ତ୍ର କାରଣ ଆମେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜୟନ୍ତୀ ପାଳନ କରୁଛନ୍ତି ।

ଗୁୟାନାରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରସାରିତ ହେଉଛି : ପ୍ରଧାନମନ୍ତ୍ରୀ

November 22nd, 03:06 am

ଭାରତ-ଗୁୟାନା ସାଂସ୍ମୃତିକ ସମ୍ପର୍କକୁ ଗଭୀର କରିବା ଦିଗରେ ସ୍ୱାମୀ ଅକ୍ଷରାନନ୍ଦ ଜୀଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲ ପରିଦର୍ଶନ କରିଛନ୍ତି । ଗୁୟାନାରେ ଭାରତୀୟ ପରମ୍ପରା ଓ ସଂସ୍କୃତି ବିସ୍ତାରିତ ହେଉଛି ବୋଲି ଏହି ଅବସରରେ ସେ କହିଥିଲେ ।

ଗୁୟାନାରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ କଲେ ପ୍ରଧାନମନ୍ତ୍ରୀ

November 22nd, 03:02 am

ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍‌’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।

ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 22nd, 03:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭାରତ ଜଗଦେବ, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାରଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ବିଶେଷ ଉତ୍ସାହ ସହ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସେମାନଙ୍କର ଆତିଥ୍ୟ ଏବଂ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆତିଥ୍ୟର ଭାବନା ଆମ ସଂସ୍କୃତିର ଆତ୍ମାରେ ରହିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭାରତ ସରକାରଙ୍କର ‘ଏକ୍ ପେଡ୍ ମାଁ କେ ନାମ୍‌’ (ଗୋଟିଏ ଗଛ ମାଆଙ୍କ ନାମରେ) ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ଏବଂ ତାଙ୍କର ଜେଜେମାଆଙ୍କ ସହ ଏକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରମଣ ମୁହୂର୍ତ୍ତ, ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ ।

ସୁରିନାମ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 21st, 10:57 pm

ଗୁୟାନାର ଜର୍ଜଟାଉନରେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁରିନାମ୍‌ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ରିକାପ୍ରସାଦ ସାନ୍ତୋଖୀଙ୍କୁ ଭେଟିଛନ୍ତି ।

ଗ୍ରେନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 21st, 10:44 pm

ଗୁୟାନାର ଜର୍ଜଟାଉନରେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରେନେଡ଼ାର ପ୍ରଧାନମନ୍ତ୍ରୀ ଡିକନ ମିଚେଲଙ୍କୁ ଭେଟିଛନ୍ତି ।