ନୂଆଦିଲ୍ଲୀରେ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 15th, 06:32 pm

ଆଜି କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସର । ଆଜି ଦେବ ଦୀପାବଳି ପାଳନ କରାଯାଉଛି। ମୁଁ ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଉଛି । ଆଜି ହେଉଛି ଗୁରୁ ନାନକ ଦେବଜୀଙ୍କର ୫୮୮ତମ ପ୍ରକାଶ ପର୍ବ ମଧ୍ୟ ଅଟେ। ଏହି ଅବସରରେ ମୁଁ ସମଗ୍ର ଦେଶକୁ, ବିଶେଷ କରି ବିଶ୍ୱର ଶିଖ୍ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ସମଗ୍ର ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରୁଛି। ଆଜି ସକାଳେ ମୁଁ ବିହାରର ଜମୁଇଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲି ଏବଂ ବର୍ତ୍ତମାନ ସନ୍ଧ୍ୟାରେ ଏଠାରେ ପ୍ରଥମ ବୋଡୋ ମହୋତ୍ସବ ଆରମ୍ଭ ହେବ । ପ୍ରଥମ ବୋଡୋଲ୍ୟାଣ୍ଡ ଫେଷ୍ଟିଭାଲରେ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରୁ ବୋଡ଼ୋ ସମ୍ପ୍ରଦାୟର ଲୋକ ଆସିଛନ୍ତି। ଶାନ୍ତି, ସଂସ୍କୃତି ଏବଂ ସମୃଦ୍ଧିର ନୂତନ ଭବିଷ୍ୟତ କୁ ପାଳନ କରିବା ପାଇଁ ଏଠାରେ ଏକାଠି ହୋଇଥିବା ସମସ୍ତ ବୋଡ଼ୋ ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଦିଲ୍ଲୀରେ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 15th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ଉତ୍ସବ ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ସହ ଶାନ୍ତିି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।

Tribal society is the one that led the fight for centuries to protect India's culture and independence: PM Modi

November 15th, 11:20 am

PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.

ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 15th, 11:00 am

ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ଗୁରୁ ନାନକ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 15th, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଥିଲେ ଯେ ଶ୍ରୀ ଗୁରୁ ନାନକ ଦେବଙ୍କ ଶିକ୍ଷା ଆମକୁ ଦୟା, କରୁଣା ଏବଂ ବିନମ୍ରତାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଥାଏ ।

PM Modi attends Koti Deepotsavam in Hyderabad

November 27th, 08:18 pm

Prime Minister Narendra Modi attended and addressed the Koti Deepotsavam in Hyderabad, Telangana. Prime Minister Narendra Modi said, “Even at the critical time of the COVID Pandemic, we lit diyas to overcome all associated problems and challenges.” He remarked that when people believe and manifest ‘vocal for local’ they burn the diya for the empowerment of millions of Indians. He also prayed for the well-being of the various Shramiks who have been stuck in the tunnel in Uttarakhand.

140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

November 26th, 11:30 am

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କା ଫତହ, ଜୋ ବୋଲେ ସୋ ନିହାଲ! ସତ୍ ଶ୍ରୀ ଅକାଲ!

November 07th, 08:13 pm

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆଉ ସମସ୍ତ ଦେଶବାସୀଙ୍କୁ ଗୁରୁପୂରବର, ପ୍ରକାଶ ପର୍ବର ଅନେକ- ଅନେକ ଶୁଭକାମନା ଜଣାଉଛି । ଆଜି ହିଁ ଦେଶରେ ଦେବ- ଦୀପାବଳୀ ମଧ୍ୟ ପାଳନ କରାଯାଉଛି। ବିଶେଷ କରି କାଶୀରେ ବହୁତ ହିଁ ଭବ୍ୟ ଭାବେ ଆୟୋଜନ ହେଉଛି, ଲକ୍ଷ- ଲକ୍ଷ ଦୀପ ଦ୍ୱାରା ଦେବୀ-ଦେବତାଙ୍କର ସ୍ୱାଗତ କରାଯାଉଛି । ମୁଁ ଦେବ- ଦୀପାବଳୀ ପାଇଁ ମଧ୍ୟ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ନାନକ ଦେବ ଜୀଙ୍କ ୫୫୩ତମ ପ୍ରକାଶ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ

November 07th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ୫୫୩ତମ ପ୍ରକାଶ ପର୍ବ ସମାରୋହରେ ସାମିଲ ହୋଇ ପୂଜା ଅର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାଲ୍, ସିରୋପା ଏବଂ ଖଡ୍ଗ ଦ୍ୱାରା ସମ୍ବର୍ଦ୍ଧନା ଦିଆଗଲା ।

ଉତ୍ତର ପ୍ରଦେଶର ଝାନ୍‌ସି ଠାରେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 19th, 05:39 pm

ଯେଉଁ ଭୂମିରେ ଆମର ରାଣୀ ଲକ୍ଷ୍ମୀବାଇ ସ୍ବାଧୀନତା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଛନ୍ତି, ସେହି ଭୂମିର ଲୋକମାନଙ୍କୁ ମୁଁ ହାତ ଯୋଡ଼ି ପ୍ରଣାମ କରୁଛି। ଝାନ୍‌ସୀ ସ୍ବାଧୀନତାର ଭାବନା ଜାଗ୍ରତ କରିଛି। ଏହାର ମାଟିର ପ୍ରତି କଣିକାରେ ବୀରତା ଓ ଦେଶ ପ୍ରେମ ଭରି ରହିଛି। ଝାନ୍ସିର ସାହସୀ ରାଣୀ ଲକ୍ଷ୍ମୀବାଇଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଝାନସିରେ " ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଛନ୍ତି

November 19th, 05:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନସିରେ ଚାଲିଥିବା ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାନସି ଦୁର୍ଗ ପରିସରରେ ଆୟୋଜିତ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” କୁ ପାଳନ କରୁଥିବା ଏକ ବିଶାଳ ସମାରୋହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ନୂତନ ପଦକ୍ଷେପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଏନସିସି ପୁରାତନ ଛାତ୍ର ସଂଘର ଶୁଭାରମ୍ଭ ଅର୍ନ୍ତଭୁକ୍ତ ଥିବାବେଳେ ପ୍ରଧାନମନ୍ତ୍ରୀ ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିଲେ; ଏନସିସି କ୍ୟାଡେଟ୍ ପାଇଁ ମହାକାଶ ତାଲିମ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ; ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଓସ୍କ; ଜାତୀୟ ଯୁଦ୍ଧ ସ୍ମାରକୀର ମୋବାଇଲ୍ ଆପ୍‌; ଭାରତୀୟ ନୌଜାହାଜ ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଉନ୍ନତ ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ‘ଶକ୍ତି’; ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ଡ୍ରୋନ୍ ଆଦି ରହିଛି । ସେ ଉତ୍ତରପ୍ରଦେଶ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରର ଝାନସି ନୋଡରେ ଭାରତ ଡାଇନାମିକ୍ସ ଲିମିଟେଡର ୪୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

PM greets people on Parkash Purab of Guru Nanak

November 30th, 09:56 am

The Prime Minister, Shri Narendra Modi has greeted the people on the occasion of Parkash Purab of Shri Guru Nanak Dev Ji.

ମନର କଥା 2.0 (ସପ୍ତଦଶ ଅଧ୍ୟାୟ)

October 25th, 11:00 am

ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।

Address by the President of India Shri Ram Nath Kovind to the joint sitting of Two Houses of Parliament

January 31st, 01:59 pm

In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.

ଶ୍ରୀ ଗୁରୁ ନାନକ ଦେବଙ୍କ 550ତମ ପ୍ରକାଶ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 12th, 10:30 am

ଶ୍ରୀ ଗୁରୁ ନାନକ ଦେବଙ୍କ 550ତମ ପ୍ରକାଶ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଆଜି ହେଉଛି ଗୁରୁ ନାନକ ଦେବଙ୍କ ନ୍ୟାୟ ସଙ୍ଗତ, ସମାବେଶୀ ଏବଂ ସୌହାର୍ଦ୍ଦପୂର୍ଣ୍ଣ ସମାଜର ସ୍ଵପ୍ନକୁ ସାକାର କରିବା ଲାଗି ନିଜକୁ ପୁଣି ଥରେ ସମର୍ପିତ କରିବାର ଦିନ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମାଜ ସର୍ବଦା ଦେଶର ଏକତାକୁ ମଜବୁତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି : ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ

October 27th, 11:00 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦୀପାବଳିର ପବିତ୍ର ପର୍ବ । ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା । ଆମର ଶାସ୍ତ୍ରରେ କୁହାଯାଇଛି –ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟମ୍ ଧନ ସମ୍ପଦାମ୍ । ଶତ୍ରୁବୁଦ୍ଧିବିନାଶାୟ ଦୀପଜ୍ୟୋତିର୍ନମୋସ୍ତୁତେ । କେତେ ଉତ୍ତମ ବାର୍ତ୍ତା । ଏହି ଶ୍ଳୋକରେ କୁହାଯାଇଛି - ଆଲୋକ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସେ, ଯାହା ବିପରୀତ ବୁଦ୍ଧିର ବିନାଶ କରି ସଦବୁଦ୍ଧିର ମାର୍ଗ ଦର୍ଶାଏ । ଏଭଳି ଦିବ୍ୟଜ୍ୟୋତିକୁ ମୋର ପ୍ରଣାମ । ଏହି ଦୀପାବଳିକୁ ସ୍ମରଣୀୟ କରିବା ପାଇଁ ଏହାଠୁ ବଳି ଭଲ ଚିନ୍ତାଧାରା ଆଉ କ’ଣ ବା ହୋଇପାରେ ଯେ ଆମେ ଆଲୋକକୁ ବିସ୍ତାରିତ କରିବା, ସକାରାତ୍ମକତାର ପ୍ରସାର କରିବା ଏବଂ ଶତ୍ରୁତା ଭାବନାକୁ ହିଁ ନଷ୍ଟ କରିବାର ପ୍ରାର୍ଥନା କରିବା । ଆଜିକାଲି ବିଶ୍ୱର ଅନେକ ଦେଶରେ ଦୀପାବଳି ପାଳନ କରାଯାଉଛି ।

ଦିଲ୍ଲୀର ଦ୍ୱାରକା, ଡିଡିଏ ମୈଦାନରେ ଦଶହରା ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 08th, 05:31 pm

ଭାରତ ହେଉଛି ଉତ୍ସବମାନଙ୍କର ଭୂମି । ବୋଧହୁଏ 365 ଦିନରେ ଏପରି କୌଣସି ଦିନ ରହି ଯାଇନଥିବ, ଯେଉଁଦିନ ହିନ୍ଦୁସ୍ଥାନର କୌଣସି ନା କୌଣସି କୋଣ ଅନୁକୋଣରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଉ ନଥିବ ।

ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ

October 08th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବିଜୟା ଦଶମୀ ଅବସରରେ ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

'ମନ୍ କି ବାତ୍’ ସରକାରଙ୍କ କଥା ନୁହେଁ – ଏହା ସମାଜର କଥା ,ଗୋଟିଏ ଅଭିଳାଷୀ ଭାରତ, ମହତ୍ୱାକାଂକ୍ଷୀ ଭାରତର କଥା :ପ୍ରଧାନମନ୍ତ୍ରୀ ମୋଦୀ

November 25th, 11:35 am

“ମନ କି ବାତ୍”ର 50ତମ ବିଶେଷ ଅଧ୍ୟାୟ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୀର୍ଘ ସମୟଧରି କହିଛନ୍ତି ଏବଂ ତା'ସହିତ ସେ ଏହାର ପ୍ରତି ଅଧ୍ୟାୟ ଲାଗି କିଭଳି ପ୍ରସ୍ତୁତି କରୁଛନ୍ତି ସେ ଉପରେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆମର ସମ୍ବିଧାନ ପ୍ରଣେତା ଡଃ.ବି.ଆର.ଆମ୍ବେଦକରଙ୍କ ସମ୍ବିଧାନ ନିର୍ମାଣରେ ଅମୁଲ୍ୟ ଯୋଗଦାନକୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ନାନକ ଦେବ ଜୀଙ୍କ ଶିକ୍ଷା ଏବଂ କିଭଳି ସମାଜକୁ ସତ୍ୟ ,କର୍ତ୍ତବ୍ୟ ,ସେବା ଏବଂ ସଦ୍ଭାବରର ପଥ ଦେଖାଇଥିଲେ ସେ ବିଷୟରେ ମଧ୍ୟ ଉଲ୍ଲେଖ କହିଛନ୍ତି ।

ଶ୍ରୀ ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

November 23rd, 09:43 am

ଗୁରୁ ନାନକ ଜୟନ୍ତୀ ଅବସରରେ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।