ନରୱେ ଚେସ୍ ୨୦୨୫ରେ ମ୍ୟାଗନସ୍ କାର୍ଲସେନ୍ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
June 02nd, 08:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବିଶ୍ୱର ନମ୍ବର ୧ ଖେଳାଳୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ଅଭିନନ୍ଦନ । ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି ।”ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚେସ୍ ଚାମ୍ପିଅନ୍ ଗୁକେଶ ଡି
December 28th, 06:34 pm
ଚେସ୍ ଚାମ୍ପିଅନ ଗୁକେଶ ଡି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ତାଙ୍କର ନିଷ୍ଠା ଏବଂ ସମର୍ପଣର ପ୍ରଶଂସା କରିବା ସହ ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ବୋଲି ବୋଲି କହିଥିଲେ । ସେ କହିଥିଲେ ଯେ ଆଜି ସେମାନଙ୍କର ବାର୍ତ୍ତାଳାପ ଯୋଗ ଏବଂ ଧ୍ୟାନର ପରିବର୍ତ୍ତନକାରୀ କ୍ଷମତା ଭିତରେ ରହିଥିଲା ।ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିଅନ ହୋଇଥିବାରୁ ଗୁକେଶ ଡି ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
December 12th, 07:35 pm
ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିଅନ୍ ହୋଇଥିବାରୁ ଗୁକେଶ ଡି ଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତାକୁ ଐତିହାସିକ ଓ ଉଦାହରଣୀୟ ବୋଲି କହି ସେ ପ୍ରଶଂସା କରିଛନ୍ତି ।