ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 27th, 11:30 am
ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
May 27th, 11:09 am
୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।ପ୍ରଧାନମନ୍ତ୍ରୀ ମେ ୨୬ ଓ ୨୭ରେ ଗୁଜରାଟ ଗସ୍ତରେ ଯିବେ
May 25th, 09:14 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬ ଓ ୨୭ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ଦାହୋଡ ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ଇଲେକ୍ଟି୍ରକ ଲୋକୋଭୋଟିଭ (ଇଞ୍ଜିନ)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।