ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 06:45 pm
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 11th, 02:45 pm
ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 11th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
December 06th, 08:14 pm
ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
December 06th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ-ରୁଷ ବ୍ୟବସାୟ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 05th, 03:45 pm
ପୀୟୁଷ ଜୀ ଯେପରି ଉଲ୍ଲେଖ କରିଥିବା ବିଭିନ୍ନ ବିଷୟଗୁଡ଼ିକୁ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ବର୍ଣ୍ଣିତ ସମ୍ଭାବନାଗୁଡ଼ିକୁ ବିଚାର କରି, ଆମେ ବହୁତ କମ୍ ସମୟ ମଧ୍ୟରେ ବିଶାଳ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଭାଗୀର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ। ଏହି ବିଶ୍ୱାସ ହେଉଛି ଭାରତ-ରୁଷ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ଏହା ଆମର ମିଳିତ ପ୍ରୟାସକୁ ଦିଗଦର୍ଶନ ଏବଂ ଗତି ପ୍ରଦାନ କରେ। ଏହା ହେଉଛି ଲଞ୍ଚ ପ୍ୟାଡ୍ ଯାହା ଆମକୁ ନୂତନ ସ୍ୱପ୍ନ ଏବଂ ଆକାଂକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦିଏ। ଗତ ବର୍ଷ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲିଠାରୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଆଲୋଚନା ଏବଂ ଆମେ ଦେଖୁଥିବା ସମ୍ଭାବନାକୁ ଆଧାର କରି, ମୁଁ ଭାବୁନାହିଁ ଯେ, ଆମକୁ ଆଉ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁଁ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛି। ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ହ୍ରାସ କରାଯାଉଛି।ଭାରତ - ରୁଷିଆ ବ୍ୟବସାୟିକ ଫୋରମରେ ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 05th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 10:15 am
ଏହି ଶୀତ କାଳୀନ ଅଧିବେଶନ, ଏହା କେବଳ ଏକ ରୀତିନୀତି ନୁହେଁ। ମୋର ବିଶ୍ୱାସ ଯେ, ଏହି ଶୀତକାଳୀନ ଅଧିବେଶନ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚାଲିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଭାରତ ଗଣତନ୍ତ୍ରରେ ବଞ୍ଚିଛି, ସମୟ ସମୟରେ ଗଣତନ୍ତ୍ରର ଉତ୍ସାହ ଏବଂ ଉଦ୍ଦୀପନାକୁ ଏପରି ଭାବରେ ପ୍ରକାଶ କରିଛି ଯେ ଗଣତନ୍ତ୍ରରେ ବିଶ୍ୱାସ ଦୃଢ ହେବାରେ ଲାଗିଛି। ନିକଟରେ ବିହାରରେ ହୋଇଥିବା ନିର୍ବାଚନରେ ମତଦାନର ରେକର୍ଡ, ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। ମାଆ ଏବଂ ଭଉଣୀମାନଙ୍କର ବର୍ଦ୍ଧିତ ଯୋଗଦାନ ଏକ ନୂତନ ଆଶା ସୃଷ୍ଟି କରୁଛି, ନିଜ ଉପରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ଗୋଟିଏ ପଟେ, ଗଣତନ୍ତ୍ରର ଶକ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଅର୍ଥବ୍ୟବସ୍ଥାର ଶକ୍ତି ଉପରେ ମଧ୍ୟ ବିଶ୍ୱର ତୀକ୍ଷଣ ନଜର ରହିଛି। ଭାରତ ପ୍ରମାଣ କରିଛି-ଗଣତନ୍ତ୍ର କାର୍ଯ୍ୟକ୍ଷମ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥବ୍ୟବସ୍ଥା ଆଜି ନୂଆ ଶିଖର ଛୁଇଁଛି। ଏହା ଆମକୁ କେବଳ ନୂତନ ଆତ୍ମବିଶ୍ୱାସ ଦିଏ ନାହିଁ, ବରଂ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେବାରେ ନୂତନ ଶକ୍ତି ମଧ୍ୟ ଦେଇଥାଏ।ଶୀତକାଳୀନ ଅଧିବେଶନ-୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
December 01st, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିରନ୍ତର ଭାବରେ ଏହାର ଗଣତାନ୍ତ୍ରିକ ପରମ୍ପରାର ଗତିଶୀଳତା ଏବଂ ଆତ୍ମାକୁ ପ୍ରଦର୍ଶନ କରିଚାଲିଛି। ସାମ୍ପ୍ରତିକ ବିହାର ନିର୍ବାଚନର ଉଦାହରଣ ଦେଇ, ସେ ସେଠାରେ ହୋଇଥିବା ରେକର୍ଡ ମତଦାନକୁ ପ୍ରଶଂସା କରିଥିଲେ । ସେ ଏହାକୁ ଦେଶର ଗଣତାନ୍ତ୍ରିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଥିଲେ। ସେ ମହିଳା ଭୋଟରଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ମଧ୍ୟ ଏକ ଉଲ୍ଲେଖନୀୟ ଏବଂ ଉତ୍ସାହଜନକ ଧାରା ବୋଲି କହିଥିଲେ ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ଆଶା ଏବଂ ନୂତନ ଆତ୍ମବିଶ୍ୱାସ ଆଣୁଛି । ସେ ଉଲ୍ଲେଖ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ମଜବୁତ ହେବା ସହିତ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ କିପରି ଦେଶର ଅର୍ଥନୈତିକ କ୍ଷମତାକୁ ମଧ୍ୟ ମଜବୁତ କରିଚାଲିଛି ତାହା ଉପରେ ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପ୍ରମାଣ କରିଛି ଯେ ଗଣତନ୍ତ୍ର ସଫଳ ପରିଣାମ ପ୍ରଦାନ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥନୈତିକ ଅବସ୍ଥା ନୂତନ ଉଚ୍ଚତାକୁ ଆରୋହଣ କରୁଛି ତାହା ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛି ଏବଂ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଏହା ଆମକୁ ନୂଆ ଶକ୍ତି ପ୍ରଦାନ କରୁଛି ।“ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ଏବଂ ଉତ୍ପାଦନ ସମ୍ପ୍ରସାରଣ ପାଇଁ ଉତପ୍ରେରକ ଭାବେ, ଜିଏସଟି ସଂସ୍କାର ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
September 04th, 08:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ସୃଷ୍ଟି, ନବସୃଜନ ଏବଂ ଆର୍ଥିକ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା, ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡ଼ିକୁ ସଶକ୍ତ କରିବା ଲାଗି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଆଜି ଦୋହରାଇଛନ୍ତି।The dreams of crores of women, poor and youth are Modi's resolve: PM Modi
February 18th, 01:00 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.PM Modi addresses BJP Karyakartas during BJP National Convention 2024
February 18th, 12:30 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 02:01 pm
ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ମୁଁ ଏଠାକୁ ଆସିଛି । ଏବଂ ମୁଁ ମୋ ତରଫରୁ ମାନନୀୟ ରାଷ୍ଟ୍ରପତିଙ୍କ ଭାଷଣକୁ ସମ୍ମାନର ସହ ଧନ୍ୟବାଦ ଜଣାଉଛି ଏବଂ ଅଭିନନ୍ଦନ ମଧ୍ୟ ଜଣାଉଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 02:00 pm
ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୭୫ତମ ସାଧାରଣତନ୍ତ୍ର ଦିବସ ଦେଶର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଭାରତର ଆତ୍ମବିଶ୍ୱାସ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଆସ୍ଥା ପ୍ରକଟ କରିବା ସହ ଭାରତର ନାଗରିକଙ୍କ ସାମର୍ଥ୍ୟକୁ ସ୍ୱୀକାର କରିଥିଲେ । ବିକଶିତ ଭାରତର ସଂକଳ୍ପ କୁ ସାକାର କରିବା ପାଇଁ ଦେଶକୁ ମାର୍ଗଦର୍ଶନ ପ୍ରଦାନ କରିଥିବା ପ୍ରେରଣାଦାୟୀ ଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ 'ଧନ୍ୟବାଦ ପ୍ରସ୍ତାବ' ଉପରେ ଫଳପ୍ରଦ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୃହର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ଭାରତର ବଢୁଥିବା ଆତ୍ମବିଶ୍ୱାସ, ଆଶାଜନକ ଭବିଷ୍ୟତ ଏବଂ ଲୋକଙ୍କ ଅସୀମ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 05th, 05:44 pm
ମୁଁ ଦେଖୁଛି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ନିର୍ବାଚନ ଲଢ଼ିବାର ମଧ୍ୟ ସାହସ ହରାଇଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ଗତଥର ସିଟ୍ ପରିବର୍ତ୍ତନ କରିଥିଲେ ଏବଂ ଏଥର ମଧ୍ୟ ସିଟ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ବର୍ତ୍ତମାନ ଲୋକସଭା ପରିବର୍ତ୍ତେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି, ତେଣୁ ପରିସ୍ଥିତିର ଆକଳନ କରିବା ପରେ ସେମାନେ ନ୍ଖକ୍ସ ନିଜର ବାଟ ଖୋଜୁଛନ୍ତି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
February 05th, 05:43 pm
ପ୍ରଧାନମନ୍ତ୍ରୀ ଗୃହରେ ସେନ୍ଗୋଲ ବିଷୟରେ ଉଲ୍ଲେଖ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ, ଯାହାକି ଗର୍ବ ଓ ଗୌରବର ସହିତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲା। ଯେତେବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଦେବା ପାଇଁ ନୂତନ ଗୃହରେ ପହଞ୍ଚିଥିଲେ, ଅନ୍ୟ ସାଂସଦମାନେ ତାଙ୍କ ନେତୃତ୍ୱକୁ ଅନୁସରଣ କରିଥିଲେ । ଏହି ପରମ୍ପରା ଗୃହର ମର୍ଯ୍ୟାଦାକୁ ବହୁଗୁଣିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ ଯେ ୭୫ତମ ସାଧାରଣତନ୍ତ୍ର ଦିବସ, ନୂତନ ସଂସଦ ଭବନ ଏବଂ ସେନଗୋଲର ଆଗମନ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଘଟଣା ଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଗୃହର ସଦସ୍ୟମାନେ ସେମାନଙ୍କର ବିଚାର ଓ ଚିନ୍ତାଧାରା ବ୍ୟକ୍ତ କରିଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।The next 25 years are crucial to transform India into a 'Viksit Bharat': PM Modi
January 25th, 12:00 pm
PM Modi addressed the people of India at Nav Matdata Sammelan. He said, “The age between 18 to 25 shapes the life of a youth as they witness dynamic changes in their lives”. He added that along with these changes they also become a part of various responsibilities and during this Amrit Kaal, strengthening the democratic process of India is also the responsibility of India’s youth. He said, “The next 25 years are crucial for both India and its youth. It is the responsibility of the youth to transform India into a Viksit Bharat by 2047.”PM Modi’s address at the Nav Matdata Sammelan
January 25th, 11:23 am
PM Modi addressed the people of India at Nav Matdata Sammelan. He said, “The age between 18 to 25 shapes the life of a youth as they witness dynamic changes in their lives”. He added that along with these changes they also become a part of various responsibilities and during this Amrit Kaal, strengthening the democratic process of India is also the responsibility of India’s youth. He said, “The next 25 years are crucial for both India and its youth. It is the responsibility of the youth to transform India into a Viksit Bharat by 2047.”ଗୁଜରାଟର ଗାନ୍ଧୀନଗରରେ ଭାଇବ୍ରେଣ୍ଟ ଗୁଜରାଟ ସମ୍ମିଳନୀ ୨୦୨୪ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 10th, 10:30 am
ମୋଜାମ୍ବିକ୍ର ରାଷ୍ଟ୍ରପତି ମହାମହିମ ଶ୍ରୀ ଫିଲିପ ନ୍ୟୁସି; ମହାମହିମ ଶ୍ରୀ ରାମୋସ୍-ହୋର୍ଟା, ତିମୋର-ଲେଷ୍ଟର ସଭାପତି; ଚେନକ୍ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଟର ଫିଆଲା; ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ; ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ; ଦେଶ ଓ ବିଦେଶରୁ ବିଶିଷ୍ଟ ଅତିଥି; ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି; ଭଦ୍ର ମହିଳା ଓ ପୁରୁଷ ମାନେ !