PM Modi extends greetings to Sashastra Seema Bal personnel on Raising Day

December 20th, 11:29 am

The Prime Minister, Narendra Modi, has extended his greetings to all personnel associated with the Sashastra Seema Bal on their Raising Day.

PM extends greetings to Thiru Rajinikanth Ji on the special occasion of his 75th birthday

December 12th, 08:59 am

Prime Minister Shri Narendra Modi conveyed greetings to Thiru Rajinikanth Ji on the occasion of his 75th birthday today.

Prime Minister Congratulates Excellency Andrej Babiš on Appointment as Prime Minister of Czech Republic

December 09th, 10:31 pm

Prime Minister Shri Narendra Modi extended congratulations to Excellency Andrej Babiš on his appointment as the Prime Minister of the Czech Republic, today.

ଅନ୍ତର୍ଜାତୀୟ ଚିତା ଦିବସ ଅବସରରେ ସମସ୍ତ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 04th, 09:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଚିତା ଦିବସ ଅବସରରେ ଚିତାବାଘ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ସମସ୍ତ ବନ୍ୟଜନ୍ତୁ ପ୍ରେମୀ ଏବଂ ସଂରକ୍ଷଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତିନି ବର୍ଷ ପୂର୍ବେ, ଆମ ସରକାର ଏହି ଚମତ୍କାର ପ୍ରାଣୀକୁ ସୁରକ୍ଷା ଦେବା ଏବଂ ବ୍ୟବସ୍ଥାର ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ଚିତା ଆରମ୍ଭ କରିଥିଲେ ଯେଉଁଥିରେ ଏହା ପ୍ରକୃତରେ ସମୃଦ୍ଧ ହୋଇପାରିବ। ହଜି ଯାଇଥିବା ପରିବେଶଗତ ଐତିହ୍ୟକୁ ପୁନର୍ଜୀବିତ କରିବା ଏବଂ ଆମର ଜୈବିବିଧତାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି।

ନୌସେନା ଦିବସରେ ଭାରତୀୟ ନୌସେନାର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 04th, 08:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲି। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଦିବ୍ୟାଙ୍ଗମାନଙ୍କ ପାଇଁ ମର୍ଯ୍ୟାଦା, ଉପଲବ୍ଧତା ଏବଂ ସୁଯୋଗର ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

December 03rd, 04:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ପାଇଁ ମର୍ଯ୍ୟାଦା, ଉପଲବ୍ଧତା ଏବଂ ସୁଯୋଗ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଦିବ୍ୟାଙ୍ଗମାନେ ସେମାନଙ୍କ ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ କାରଣରୁ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଆମ ଜାତୀୟ ପ୍ରଗତିକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଛନ୍ତି। ବର୍ଷ ବର୍ଷ ଧରି, ଆଇନ, ସୁଲଭ ଭିତ୍ତିଭୂମି, ସମାବେଶୀ ଶିକ୍ଷା ନୀତି ଏବଂ ସହାୟକ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ମାଧ୍ୟମରେ ଦିବ୍ୟାଙ୍ଗ କଲ୍ୟାଣ ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆଗାମୀ ସମୟରେ ଆମେ ଆହୁରି ଅଧିକ କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଦଣ୍ଡକ୍ରମ ପାରାୟଣମ୍ ସମ୍ପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଅଭିନନ୍ଦନ ଜଣାଇଛନ୍ତି

December 02nd, 01:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଶୁକ୍ଳ ଯଜୁର୍ବେଦ ମଧ୍ୟନ୍ଦିନୀ ଶାଖାର ୨୦୦୦ ମନ୍ତ୍ରକୁ ନେଇ ଗଠିତ ଦଣ୍ଡକ୍ରମ ପରାୟଣମକୁ ୫୦ ଦିନ ମଧ୍ୟରେ ବିନା ବାଧାରେ ସମ୍ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି, ତାହା ଆଗାମୀ ପିଢ଼ି ଦ୍ୱାରା ସ୍ମରଣୀୟ ହୋଇ ରହିବ। କାଶୀର ସାଂସଦ ଭାବେ ମୁଁ ଆନନ୍ଦିତ ଯେ ଏହି ପବିତ୍ର ସହରରେ ଏହି ଅସାଧାରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପରିବାରକୁ, ତାଙ୍କୁ ସମର୍ଥନ କରିଥିବା ସାରା ଭାରତର ଅନେକ ସନ୍ଥ, ଋଷି, ବିଦ୍ୱାନ ଏବଂ ସଙ୍ଗଠନକୁ ମୋର ପ୍ରଣାମ , ବୋଲି ଶ୍ରୀ ମୋଦୀ କହିଛନ୍ତି।

ପବିତ୍ର ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 01st, 06:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମଦ ଭଗବଦ୍ ଗୀତାର ଆଗମନ ସହ ଜଡ଼ିତ 'ଗୀତା ଜୟନ୍ତୀ'ର ପବିତ୍ର ଦିବସରେ ସାରା ଦେଶର ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, କର୍ତ୍ତବ୍ୟର ପରିପୂରଣ ଉପରେ ଅମୂଲ୍ୟ ବାର୍ତ୍ତାରେ ସଜ୍ଜିତ ଏହି ଦିବ୍ୟ ଶାସ୍ତ୍ର ଭାରତୀୟ ପରିବାର, ସାମାଜିକ ଏବଂ ଆଧ୍ୟାତ୍ମିକ ଜୀବନରେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାର ଦିବ୍ୟ ବାଣୀ ପ୍ରତ୍ୟେକ ପିଢ଼ିକୁ ନିଃସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ରାଜ୍ୟ ପ୍ରତିଷ୍ଠା ଦିବସରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 01st, 06:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେବା, ସାହସ ଏବଂ କରୁଣା ଉପରେ ଆଧାରିତ ଗୌରବମୟ ନାଗା ସଂସ୍କୃତି ବ୍ୟାପକ ଭାବେ ପ୍ରଶଂସିତ। ନାଗାଲାଣ୍ଡର ଲୋକମାନେ ଅନେକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ସମୃଦ୍ଧି ଏବଂ ପ୍ରଗତି ସହିତ ଆଗକୁ ବଢ଼ୁ , ବୋଲି ଶ୍ରୀ ମୋଦୀ କହିଛନ୍ତି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜୋଡି ହେଡେନଙ୍କ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 29th, 09:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜୋଡି ହେଡେନଙ୍କୁ ସେମାନଙ୍କ ବିବାହ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

କବାଡ଼ି ବିଶ୍ୱକପ୍-୨୦୨୫ର ବିଜେତା ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 24th, 08:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବାଡ଼ି ବିଶ୍ୱକପ୍ - ୨୦୨୫ରେ ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ ମହିଳା କବାଡ଼ି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 24th, 12:23 pm

ଉଦଘାଟନୀ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ ବିଜୟୀ ହୋଇ ଇତିହାସ ରଚିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 24th, 12:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କାଶୀ ସାଂସଦ କ୍ରୀଡା ପ୍ରତିଯୋଗିତାର ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 21st, 03:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ସାଂସଦ କ୍ରୀଡା ପ୍ରତିଯୋଗିତାର ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ବିହାରର ନୂତନ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 20th, 01:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ନୀତିଶ କୁମାର ଜଣେ ଅଭିଜ୍ଞ ପ୍ରଶାସକ ଯାହାଙ୍କର ବହୁ ବର୍ଷ ଧରି ସୁଶାସନର ପ୍ରମାଣିତ ରେକର୍ଡ ରହିଛି । ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତିଙ୍କ ସହଯୋଗୀ

November 18th, 09:02 pm

ଋଷ ସାମୁଦ୍ରିକ ବୋର୍ଡର ଅଧ୍ୟକ୍ଷ ତଥା ରାଷ୍ଟ୍ରପତିଙ୍କ ସହଯୋଗୀ ମାନ୍ୟବର ନିକୋଲାଇ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ତୀରନ୍ଦାଜୀ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 17th, 05:59 pm

ଶ୍ରୀ ମୋଦୀ କହିଥିଲେ ଯେ ଏହି ଦଳ ଚାମ୍ପିଅନସିପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ସମେତ ମୋଟ ୧୦ଟି ପଦକ ଜିତିଛି। ସେ ୧୮ ବର୍ଷର ବ୍ୟବଧାନ ପରେ ସୁରକ୍ଷିତ ହୋଇଥିବା ଐତିହାସିକ ରିକର୍ଭ ପୁରୁଷ ସ୍ୱର୍ଣ୍ଣ ପଦକ ଉପରେ ଆଲୋକପାତ କରିଥିଲେ। ବ୍ୟକ୍ତିଗତ ଇଭେଣ୍ଟରେ ଦୃଢ଼ ପ୍ରଦର୍ଶନ ଏବଂ ସଫଳ କମ୍ପାଉଣ୍ଡ ଟାଇଟଲ୍ ଡିଫେନ୍ସକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଝାଡ଼ଖଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

November 15th, 08:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଝାଡ଼ଖଣ୍ଡର ସମସ୍ତ ଜନସାଧାରଣଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଥିଲେ ଯେ ଝାଡ଼ଖଣ୍ଡ ହେଉଛି ଜୀବନ୍ତ ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଏକ ଗୌରବମୟ ଭୂମି। ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ପବିତ୍ର ଭୂମିର ଇତିହାସ ସାହସ, ସଂଘର୍ଷ ଏବଂ ମର୍ଯ୍ୟାଦାର ପ୍ରେରଣାଦାୟୀ କାହାଣୀରେ ପରିପୂର୍ଣ୍ଣ।

Prime Minister welcomes increased participation of youth in events like Ironman 70.3 at Goa

November 09th, 10:00 pm

The Prime Minister, Shri Narendra Modi has welcomed the increased participation by youth in events like Ironman 70.3 which was held in Goa today. Shri Modi stated that such events contribute towards FitIndia movement. Congratulations to everyone who took part. Delighted that two of our young Party colleagues, Annamalai and Tejasvi Surya are among those who have successfully completed the Ironman Triathlon, Shri Modi said.

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନ ଜନସାଧାରଣ ଏବଂ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

November 09th, 03:43 pm

ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର ଚିରନ୍ତନ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ,’’ ବୋଲି ଶ୍ରୀ ମୋଦୀ କହିଥିଲେ।