ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି

September 04th, 08:04 pm

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତି

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 04th, 12:45 pm

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

Monsoon Session is a symbol of India’s rising stature, and democratic strength: PM Modi

July 21st, 10:30 am

PM Modi has addressed the media during the commencement of the Monsoon Session of Parliament. In his remarks, he touched upon the horrific Pahalgam massacre and lauded the unified voice of India’s political leadership in exposing Pakistan’s role. The PM also noted the global recognition of Digital India, particularly UPI. He affirmed that Naxalism and Maoism are on the decline and also hailed the success of Operation Sindoor.

ମୌସୁମୀ ଅଧିବେଶନ ୨୦୨୫ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

July 21st, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ ନବୀକରଣର ପ୍ରତୀକ। ସେ ଏହା ମଧ୍ୟ କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନର ପାଣିପାଗ ପରିସ୍ଥିତି ଅନୁକୂଳ ହେଉଛି ଯାହା କୃଷି ପାଇଁ ସମାନ ଭାବରେ ଲାଭଦାୟକ। ସେ କହିଥିଲେ ଯେ ବୃଷ୍ଟିପାତ କେବଳ ଗ୍ରାମୀଣ ଅର୍ଥନୀତି ଏବଂ ଦେଶର ସାମଗ୍ରିକ ଅର୍ଥନୈତିକ ଗଠନରେ ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ କଲ୍ୟାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଆଧାରରେ, ଗତ ଦଶ ବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରର ସ୍ତର ତିନି ଗୁଣ ବୃଦ୍ଧି ପାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବୃଦ୍ଧି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଯଥେଷ୍ଟ ଲାଭ ଦେବ।

Even in global uncertainty, one thing is certain - India's rapid growth: PM Modi at Advantage Assam Summit

February 25th, 11:10 am

PM Modi inaugurated the Advantage Assam 2.0 Investment & Infrastructure Summit 2025 in Guwahati, highlighting Assam’s role in India’s growth journey. He emphasized the Northeast’s immense potential and praised Assam’s economic progress, which has doubled to ₹6 lakh crore in six years. Stressing improved connectivity, infrastructure, and investment opportunities, he urged industry leaders to harness Assam’s potential and join the journey towards Viksit Bharat.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫" ଉଦଘାଟିତ

February 25th, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀଠାରେ 'ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫' କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି, ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତ ଆଜି ଭବିଷ୍ୟତର ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଆସାମର ଅବିଶ୍ୱସନୀୟ ସମ୍ଭାବନା ଓ ପ୍ରଗତିକୁ ବିଶ୍ୱ ସହିତ ଯୋଡ଼ିବା ପାଇଁ ଆଡଭାଣ୍ଟେଜ୍ ଆସାମ ଏକ ବୃହତ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମୃଦ୍ଧିରେ ପୂର୍ବ ଭାରତର ପ୍ରମୁଖ ଭୂମିକା ଇତିହାସର ସାକ୍ଷୀ ଅଟେ। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ, ଆଜି ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛୁ, ସେତେବେଳେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ କହିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସେହି ଭାବନାର ପ୍ରତିନିଧିତ୍ୱ କରୁଛି ଏବଂ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ୨୦୧୩ ମସିହାର ତାଙ୍କ ବକ୍ତବ୍ୟଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ କହିଥିଲେ ଯେ 'ଏ ଫର୍ ଆସାମ’ ଯେବେ ପ୍ରଚଳିତ ହେବ ତାହା ବେଶୀ ଦୂର ନୁହେଁ।

ମଧ୍ୟପ୍ରଦେଶର ଭୋପାଳରେ ବିଶ୍ୱ ନିବେଶକ ସମ୍ମିଳନୀ 2025ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 24th, 10:35 am

ସର୍ବପ୍ରଥମେ, ଏଠାକୁ ଆସିବାକୁ ବିଳମ୍ବ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ବିଳମ୍ବ ହେଲା କାରଣ ଗତକାଲି ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ମୋ ମନରେ ଗୋଟିଏ କଥା ଆସିଲା ଯେ ଆଜି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଏବଂ ସେମାନଙ୍କର ଏକା ସମୟରେ ବାହାରିବା ବହୁତ ଭିଡ ହୋଇଯିବ ଏବଂ ସେହି କାରଣରୁ, ଏକ ସମ୍ଭାବନା ଥିଲା ଯେ ଯଦି ସୁରକ୍ଷା କାରଣରୁ ରାସ୍ତା ବନ୍ଦ ହୋଇଯାଏ, ତେବେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଯିବାରେ ଅସୁବିଧା ହେବ। ଏବଂ ମୁଁ ଭାବିଲି ଯେ ପିଲାମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ହିଁ ମୁଁ ରାଜଭବନରୁ ବାହାରିବି, ଯେଉଁଥିପାଇଁ ମୁଁ ମୋର ପ୍ରସ୍ଥାନରେ 15-20 ମିନିଟ୍ ବିଳମ୍ବ କଲି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ପୁଣି ଥରେ କ୍ଷମା ମାଗୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ

February 24th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

A New Era for India’s Middle Class: How Policy Reforms Are Reshaping Aspirations and Opportunities

February 08th, 05:48 pm

India’s middle class, long hailed as the backbone of the nation’s economic aspirations, is witnessing a transformative phase. Over the past decade, targeted policy interventions across taxation, healthcare, education, and infrastructure have not only alleviated financial burdens but also unlocked unprecedented opportunities. As the architect of India’s $10 trillion economy vision, this demographic is now poised to drive innovation, consumption, and equitable growth. Let’s explore how systemic reforms are rewriting their future.

Delhi needs a government that works in coordination, not one that thrives on conflicts: PM Modi

January 31st, 03:35 pm

Addressing the huge rally in New Delhi’s Dwarka, PM Modi said, “Delhi needs a double-engine government at both the Centre and the state. You gave Congress years to govern, then the AAP-da took over Delhi. Now, give me the chance to serve Delhi with a double-engine government. I guarantee you that the BJP will leave no stone unturned in Delhi’s development. If this AAP-da continues, Delhi will keep falling behind in development. Delhi needs a government that believes in coordination, not confrontation.”

PM Modi electrifies New Delhi’s Dwarka Rally with a High-Octane speech

January 31st, 03:30 pm

Addressing the huge rally in New Delhi’s Dwarka, PM Modi said, “Delhi needs a double-engine government at both the Centre and the state. You gave Congress years to govern, then the AAP-da took over Delhi. Now, give me the chance to serve Delhi with a double-engine government. I guarantee you that the BJP will leave no stone unturned in Delhi’s development. If this AAP-da continues, Delhi will keep falling behind in development. Delhi needs a government that believes in coordination, not confrontation.”

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 02:15 pm

ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।

ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 12th, 02:00 pm

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

December 16th, 03:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।

ବାହାମାସ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 21st, 09:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାହାମାସର ପ୍ରଧାନମନ୍ତ୍ରୀ ଶ୍ରୀ ଫିଲିପ୍ ଡେଭିସଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।

List of outcomes during visit of German Chancellor to India

October 25th, 07:47 pm

India and Germany are strengthening partnerships across innovation, green energy, security, science, and education. New agreements focus on green hydrogen, urban mobility, and startup incubation to drive sustainable tech. Enhanced security cooperation includes treaties on legal assistance and data protection. Collaborative science initiatives target disaster mitigation, genomics, ocean research, and mobile diagnostics. Upcoming events include the Asia-Pacific Conference and joint Indo-German naaval exercises.

ଜର୍ମାନୀ ଚାନସେଲରଙ୍କ ସହିତ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ

October 25th, 01:50 pm

ପ୍ରଥମେ ମୁଁ ଚାନସେଲର ସୋଲଜ ଏବଂ ତାଙ୍କ ପ୍ରତିନିଧି ଦଳଙ୍କୁ ଭାରତରେ ସ୍ୱାଗତ କରୁଛି । ମୁଁ ଖୁସିଯେ ବିଗତ ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 23rd, 05:22 pm

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।

ତୃତୀୟ କୌଟିଲ୍ୟ ଅର୍ଥନୀତି ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 04th, 07:45 pm

ଯେତେବେଳେ ବିଶ୍ୱର ଦୁଇଟି ପ୍ରମୁଖ ଅଞ୍ଚଳ ଯୁଦ୍ଧ ସ୍ଥିତିରେ ଅଛି । ଚଳିତ ଥର ଏହି କନ୍‌କ୍ଲେଭ୍ ଏମିତି ସମୟରେ ଆୟୋଜନ କରାଯାଉଛି, ଏହି ଦୁଇଟି ଅଞ୍ଚଳ ବିଶ୍ୱ ଅର୍ଥନୀତି ପାଇଁ ବିଶେଷ ଶକ୍ତି ନିରାପତ୍ତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ଏଠାରେ ‘ଭାରତୀୟ ଯୁଗ' ବିଷୟରେ ଆଲୋଚନା କରିବା ପାଇଁ ଏକାଠି ହୋଇଛୁ । ଏହା ଦର୍ଶାଉଛି ଯେ ଆଜି ଭାରତ ଉପରେ ବିଶ୍ୱାସ କିଛି ଅଲଗା ରହିଛି.... ଏହା ଦର୍ଶାଉଛି ଯେ ଆଜି ଭାରତର ଆତ୍ମବିଶ୍ୱାସ କିଛି ବିଶେଷ ଅଛି ।

ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 04th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନୀତିଗତ କାର୍ଯ୍ୟର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବ।