୧୭ଶ ବ୍ରିକ୍ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
July 07th, 11:38 pm
ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେପରିବେଶ, COP-30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 07th, 11:13 pm
ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ବିଶ୍ୱ ସରକାର ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:30 pm
ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି ।ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
February 14th, 02:09 pm
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ - ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ଇନଫିନିଟି ଫୋରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ପୋଷ୍ଟ: ପିଆଇବି ଦିଲ୍ଲୀ ଦ୍ୱାରା 09 ଡିସେମ୍ବର 2023 12:52 ଅପରାହ୍ନ
December 09th, 11:09 am
ଏଭଳି ସମୟରେ ଭାରତ ସ୍ଥିରତା ଓ ପ୍ରଗତିର ଏକ ବଡ଼ ଉଦାହରଣ ଭାବେ ଉଭା ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଗିଫ୍ଟ ସିଟିରେ ଏକବିଂଶ ଶତାବ୍ଦୀର ଅର୍ଥନୈତିକ ନୀତିର ବିଚାରବିମର୍ଶ ହେବା, ଗୁଜରାଟର ଗୌରବକୁ ବଢ଼ାଇବାକୁ ଯାଉଛି। ତେବେ ଆଜି ଆଉ ଗୋଟିଏ କଥା ପାଇଁ ମୁଁ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଉଛି । ନିକଟରେ ଗୁଜରାଟର ପାରମ୍ପରିକ ନୃତ୍ୟ ଗର୍ବାକୁ ୟୁନେସ୍କୋ ଦ୍ୱାରା ଅମୂର୍ତ୍ତିକ ସାଂସ୍କୃତିକ ଐତିହ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ନିଜେ ଏକ ବଡ଼ ସଫଳତା। ଗୁଜରାଟର ସଫଳତା ହେଉଛି, ଦେଶର ସଫଳତା।ଇନଫିନିଟି ଫୋରମ୍ ୨.୦କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
December 09th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ôଥକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସ୍ସିଏ) ଏବଂ ଗିଫ୍ଟ ସିଟିର ମିଳିତ ଆନୁକୂଲ୍ୟରେ 'ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍ - ୨୦୨୪' ର ଅଗ୍ରଦୂତ କାର୍ଯ୍ୟକ୍ରମ ଭାବେ ଦ୍ୱିତୀୟ ଇନଫିନିଟି ମଂଚ ଆୟୋଜନ କରାଯାଉଛି । ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ରହିଛି 'ଗିଫ୍ଟ - ଆଇଏଫ୍ଏସ୍ସି : ନର୍ଭ ସେଂଟର ଫର ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍' / ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର ।କପ୍ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ
December 01st, 08:28 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ମହାମହିମ ଶ୍ରୀ ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ ।COP-28 ଶିଖର ସମ୍ମିଳନୀ ଅବସରରେ ଜଳବାୟୁ ଆର୍ଥିକ ରୂପାନ୍ତର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 01st, 08:06 pm
G-20 ଅଧ୍ୟକ୍ଷ ଥିବା ସମୟରେ ଭାରତ ଉଭୟ ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଇଛି।ସିଓପି-୨୮ରେ “ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ' ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 07:22 pm
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆପଣ ସମସ୍ତଙ୍କୁ ନମସ୍କାର! ମୋ ଭାଇ ତଥା ୟୁଏଇର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି।