ସମ୍ମାନର ବିଶ୍ୱ ଭ୍ରମଣ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଇଲେ ଏହି 29ଟି ଦେଶ- ଜାଣନ୍ତୁ କାହିଁକି !
July 07th, 04:59 pm
କୁଏତ, ଫ୍ରାନ୍ସ, ପାପୁଆ ନ୍ୟୁଗିନି ଏବଂ ଅନ୍ୟ ଦୁଇ ଡଜନରୁ ଅଧିକ ଦେଶର ନେତାମାନେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରନ୍ତି, ସେତେବେଳେ ଏହା କୂଟନୈତିକ ସୌଜନ୍ୟ ଅପେକ୍ଷା ଅଧିକ ପ୍ରତିଫଳିତ ହୋଇଥାଏ । ଏହା ଏକ ରାଷ୍ଟ୍ରର ବଢୁଥିବା ପ୍ରଭାବ, ମୂଲ୍ୟବୋଧ ଏବଂ ନେତୃତ୍ୱର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସୂଚିତ କରେ ।ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ 'ଗ୍ରାଣ୍ଡ କୋଲାର'
February 10th, 07:23 pm
ପ୍ରଧାନମନ୍ତ୍ରୀ ମୋଦୀ ନିଜର ଐତିହାସିକ ପାଲେଷ୍ଟାଇନ ଗସ୍ତରେ ଶନିବାର ରାମଲ୍ଲା ପହଂଚିଛନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ଦାସ ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନକୁ ଦେଖି ତାଙ୍କୁ 'ଗ୍ରାଣ୍ଡ କୋଲାର ଅଫ ଦି ଷ୍ଟେଟ ଅଫ ପାଲେଷ୍ଟାଇନ' ସମ୍ମାନରେ ସମ୍ମାନିତ କଲେ । 'ଗ୍ରାଣ୍ଡ କୋଲାର' ବିଦେଶୀ ଗଣମାନ୍ୟ -ରାଜା ,ରାଷ୍ଟ୍ରଧ୍ୟକ୍ଷ /ଶାସନଧ୍ୟକ୍ଷ ଏବଂ ସମାନ ପଦର ବ୍ୟକ୍ତିତ୍ୱଙ୍କୁ ଦିଆଯାଉଥିବା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ ।