ବରିଷ୍ଠ ଅଭିନେତା ଶ୍ରୀ ଗୋବର୍ଦ୍ଧନ ଅସରାନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 21st, 09:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଭିନେତା ଶ୍ରୀ ଗୋବର୍ଦ୍ଧନ ଅସରାନୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଚଳଚ୍ଚିତ୍ର ପ୍ରତି ତାଙ୍କର ଅପାର ଅବଦାନ ଏବଂ ସବୁ ପିଢ଼ିର ଲୋକଙ୍କ ମନରେ ଖୁସି ଆଣିବାର ଦକ୍ଷତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।