ଏଲଭିଏମ ୩-ଏମ୬ ଏବଂ ବ୍ଲୁବାର୍ଡ ବ୍ଲକ-୨ର ସଫଳ ଉତକ୍ଷେପଣ ପାଇଁ ମହାକାଶ ବିଜ୍ଞାନୀ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 24th, 10:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମାଟିରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ଏଲଭିଏମ୩-ଏମ୬ ଏବଂ ଆମେରିକାର ମହାକାଶଯାନ ବ୍ଲୁ ବାର୍ଡ ବ୍ଲକ-୨କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଥିବାରୁ ମହାକାଶ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତର ମହାକାଶ ଯାତ୍ରାରେ ଏକ ଗର୍ବିତ ମାଇଲଖୁଣ୍ଟ ଏବଂ ଏକ ଆତ୍ମନିର୍ଭର ଭାରତ ଦିଗରେ ପ୍ରୟାସର ପ୍ରତିଫଳନ।

ଭାରତ ଏବଂ ଜାପାନ ମଧ୍ୟରେ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାନାମା

August 29th, 07:43 pm

ଭାରତ ଏବଂ ଜାପାନ ସରକାରଙ୍କୁ ଏଠାରେ 'ଦୁଇ ପକ୍ଷ' ଭାବରେ ଉଲ୍ଲେଖ କରାଯାଇଛି, ସମାନ ମୂଲ୍ୟବୋଧ ଏବଂ ସାଧାରଣ ସ୍ୱାର୍ଥ ଉପରେ ଆଧାରିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାର ରାଜନୈତିକ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟକୁ ମନେ ପକାଇ, ନିୟମ-ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିଥିବା ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ବଳପ୍ରୟୋଗ-ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କ ଦୁଇ ଦେଶର ଅପରିହାର୍ଯ୍ୟ ଭୂମିକାକୁ ଗୁରୁତ୍ୱ ଦେଇ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସେମାନଙ୍କର ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗରେ ଉଲ୍ଲେଖନୀୟ ପ୍ରଗତି ଏବଂ ଉଭୟ ପକ୍ଷର ରଣନୈତିକ ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତାର ବିକାଶକୁ ହୃଦୟଙ୍ଗମ କରି, ସମ୍ବଳ ପ୍ରଦାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷମତା ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତା ଦୃଷ୍ଟିରୁ ସେମାନଙ୍କର ପରିପୂରକ ଶକ୍ତିକୁ ସ୍ୱୀକାର କରି, ସେମାନଙ୍କର ଜାତୀୟ ସୁରକ୍ଷା ଏବଂ ନିରନ୍ତର ଆର୍ଥିକ ଗତିଶୀଳତାର ସ୍ୱାର୍ଥରେ ବ୍ୟବହାରିକ ସହଯୋଗ ବୃଦ୍ଧି କରିବାକୁ ପ୍ରତିବଦ୍ଧତା ସହିତ, ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହା ବାହାରେ ସାଧାରଣ ଚିନ୍ତାର ସୁରକ୍ଷା ପ୍ରସଙ୍ଗ ଉପରେ ଗଭୀର ସମନ୍ୱୟ ଅନୁସନ୍ଧାନ କରିବାକୁ ଚେଷ୍ଟା କରି, ଆଇନର ଶାସନ ଉପରେ ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିବାକୁ ପ୍ରତିବଦ୍ଧ, ସେମାନଙ୍କର ସହଭାଗୀତାର ନୂତନ ପର୍ଯ୍ୟାୟକୁ ପ୍ରତିଫଳିତ କରିବା ପାଇଁ ସୁରକ୍ଷା ସହଯୋଗ ଉପରେ ଏହି ମିଳିତ ଘୋଷଣାପତ୍ର ଗ୍ରହଣ କରିଛନ୍ତି, ଏବଂ ନିମ୍ନଲିଖିତ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି :

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ପଞ୍ଚଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି: ଆମ ପରବର୍ତ୍ତୀ ପିଢ଼ିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସହଭାଗୀତା

August 29th, 07:06 pm

ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଇଶିବା ଶିଗେରୁଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯-୩୦ ଅଗଷ୍ଟ ୨୦୨୫ ରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ସରକାରୀ ଗସ୍ତ କରିଥିଲେ। ୨୯ ଅଗଷ୍ଟ ୨୦୨୫ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (କାଣ୍ଟେଇ) ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଇଶିବା ସ୍ୱାଗତ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରତିନିଧି ସ୍ତରୀୟ ଆଲୋଚନା ସମୟରେ, ଦୁଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାକୁ ମନେ ପକାଇଥିଲେ ଯାହାକି ସଭ୍ୟତା ସମ୍ପର୍କ, ସମାନ ମୂଲ୍ୟବୋଧ ଏବଂ ସ୍ୱାର୍ଥ, ସାଧାରଣ ରଣନୈତିକ ଦୃଷ୍ଟିକୋଣ ଏବଂ ପରସ୍ପର ପ୍ରତି ପାରସ୍ପରିକ ସମ୍ମାନରେ ନିହିତ ରହିଛି। ଗତ ଦଶନ୍ଧିରେ ଭାରତ-ଜାପାନ ସହଭାଗୀତା ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦଶନ୍ଧିରେ ପାରସ୍ପରିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ରଣନୈତିକ ଏବଂ ଭବିଷ୍ୟତମୁଖୀ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଉପାୟ ଉପରେ ଗଠନମୂଳକ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଜାପାନ ଏବଂ ଚୀନ ଗସ୍ତ

August 22nd, 06:15 pm

ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ ଯଥାକ୍ରମେ 29-40 ଅଗଷ୍ଟ 2025 ପର୍ଯ୍ୟନ୍ତ ଜାପାନ ଏବଂ 31 ଅଗଷ୍ଟରୁ 1 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚୀନ ଗସ୍ତ କରିବେ। ଜାପାନରେ, ପ୍ରଧାନମନ୍ତ୍ରୀ 15ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଇଶିବାଙ୍କ ସହ ଆଲୋଚନା କରିବେ। ଚୀନରେ, ପ୍ରଧାନମନ୍ତ୍ରୀ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ।