ଅକ୍ଟୋବର ୨୯ରେ ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 27th, 10:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବରରେ ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ ସେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବା ସହ ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ ।