ଭାରତ-ଫିଜି ମିଳିତ ବିବୃତ୍ତି: ଭେଲୋମଣି ବନ୍ଧୁତ୍ୱ ଭାବନାରେ ସହଭାଗୀତା
August 25th, 01:52 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଫିଜି ଗଣରାଜ୍ୟର ମହାମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ସିଟିବେନୀ ରାବୁକା ୨୪ ରୁ ୨୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାବୁକା, ଯିଏ ବର୍ତ୍ତମାନ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି, ତାଙ୍କ ସହିତ ତାଙ୍କ ପତ୍ନୀ; ମହାମାନ୍ୟ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସେବା ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ଲାଲାବାଲାଭୁ; ଏବଂ ଫିଜି ଗଣରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଉପସ୍ଥିତ ଅଛନ୍ତି ।ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 25th, 12:30 pm
ସେହି ସମୟରେ, ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ 'ଫିପିକ' ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି। ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡୁଛୁ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ନାମିବିୟା ଗସ୍ତ
July 09th, 08:17 pm
ନାମିବିୟାର ଉଦ୍ୟୋଗୀତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ବୁଝାମଣାପତ୍ର୧୭ଶ ବ୍ରିକ୍ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
July 07th, 11:38 pm
ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେପରିବେଶ, COP-30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 07th, 11:13 pm
ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଘାନା ଗଣରାଜ୍ୟର ସଂସଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ
July 03rd, 03:45 pm
ଘାନାରେ ରହିବା ଏକ ସୌଭାଗ୍ୟର ବିଷୟ - ଏକ ଭୂମି ଯାହା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ସ୍ଥିରତାର ଆତ୍ମାକୁ ପରିପ୍ରକାଶ କରେ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ 140 କୋଟି ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି।ଘାନା ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
July 03rd, 03:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।India is a supporter and a fellow traveller in Ghana’s journey of nation building: PM Modi
July 03rd, 12:32 am
PM Modi and President Mahama of Ghana attended joint press meet. In his remarks, PM Modi thanked the President for the warm welcome given to him. Both the leaders have decided to elevate the bilateral relationship into a Comprehensive Partnership”. The PM remarked that shared beliefs, struggles, and a shared dream for an inclusive future lie at the heart of the friendship between India and Ghana.Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 11:00 am
ଗତଥର ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି, ସେତେବେଳେ ଲୋକସଭା ନିର୍ବାଚନ ଆଉ ଦୂରରେ ନଥିଲା। ସେହି ସମୟରେ ମୁଁ ଆପଣମାନଙ୍କ ବିଶ୍ୱାସ ଯୋଗୁଁ କହିଥିଲି ଯେ ପରବର୍ତ୍ତୀ ସମୟରେ ମଧ୍ୟ ମୁଁ ନିଶ୍ଚିତ ଭାବେ ଇଣ୍ଡିଆ ମୋବିଲିଟି ଏକ୍ସପୋକୁ ଆସିବି । ଦେଶ ତୃତୀୟ ଥର ପାଇଁ ଆମକୁ ଆଶୀର୍ବାଦ ଦେଇଛି, ଆପଣମାନେ ପୁଣି ଥରେ ମୋତେ ଏଠାକୁ ଡାକିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’କୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର ନେଇଥିବା କହିଛନ୍ତି। ଗତବର୍ଷ ଏହି ପ୍ରଦର୍ଶନୀରେ ୮୦୦ରୁ ଅଧିକ ପ୍ରଦର୍ଶକ ଏବଂ ଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି। ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି। । କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି। ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 21st, 02:15 am
ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ
November 21st, 02:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରେ ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ଭେଟିଛନ୍ତି । ବ୍ରାଜିଲର ଜି-୨୦ ଏବଂ ଆଇବିଏସଏ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଲୁଲାଙ୍କୁ ତାଙ୍କ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇଥିଲେ । ଦାରିଦ୍ୟ ଓ ବୁଭୁକ୍ଷୁତା ବିରୋଧରେ ବୈଶ୍ୱିକ ମେଣ୍ଟ ପ୍ରତିଷ୍ଠା ଦିଗରେ ବ୍ରାଜିଲର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଭାରତର ଦୃଢ଼ ସମର୍ଥନ ଜଣାଇଥିଲେ । ଜି-୨୦ ଟ୍ରୋଇକା ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ଜି-୨୦ରେ ବ୍ରାଜିଲ ଦ୍ୱାରା ଆଗତ କାର୍ଯ୍ୟସୂଚୀକୁ ସମର୍ଥନ ଜଣାଇଥିଲେ । ଏହା ଶତତ ବିକାଶ ଏବଂ ବୈଶ୍ୱିକ ପ୍ରଶାସନିକ ସଂସ୍କାର, ଯାହାକି ଗ୍ଲୋବାଲ ସାଉଥର ଉଦବେଗକୁ ଗୁରୁତ୍ୱ ଦେଇଛି ସ୍ଥାନ ପାଇଛି । ଆସନ୍ତା ବର୍ଷ ବ୍ରିକ୍ସ ଏବଂ ସିଓପି ୩୦ରେ ବ୍ରାଜିଲର ନେତୃତ୍ୱ ପାଇଁ ସେ ଶୁଭେଚ୍ଛା ଜଣାଇବା ସହ ଭାରତର ସମ୍ପର୍ଣ୍ଣ ସହାୟତା ସକାଶେ ପ୍ରତିଶ୍ରୁତି ଦେଇଥିଲେ ।ଦୀର୍ଘସ୍ଥାୟୀ ବିକାଶ ଏବଂ ଶକ୍ତି ସଂକ୍ରମଣ ଉପରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 20th, 01:40 am
ଆଜି ଅଧିବେଶନର ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ, ଆମର ଭାବୀ ପିଢ଼ିର ଭବିଷ୍ୟତ ସହ ଯୋଡ଼ି ହୋଇ ରହିଛି । ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ଏସଡିଜିକୁ ଗତି ଦେବା ପାଇଁ ଆମେ ବାରାଣସୀ କାର୍ଯ୍ୟକାରିତା ଯୋଜନାକୁ ଆଦରିଥିଲୁ ।ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 20th, 01:34 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି ଦକ୍ଷତା ହାରକୁ ଦୁଇ ଗୁଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବାକୁ ବ୍ରାଜିଲର ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ ।ତୃତୀୟ କୌଟିଲ୍ୟ ଅର୍ଥନୀତି ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 04th, 07:45 pm
ଯେତେବେଳେ ବିଶ୍ୱର ଦୁଇଟି ପ୍ରମୁଖ ଅଞ୍ଚଳ ଯୁଦ୍ଧ ସ୍ଥିତିରେ ଅଛି । ଚଳିତ ଥର ଏହି କନ୍କ୍ଲେଭ୍ ଏମିତି ସମୟରେ ଆୟୋଜନ କରାଯାଉଛି, ଏହି ଦୁଇଟି ଅଞ୍ଚଳ ବିଶ୍ୱ ଅର୍ଥନୀତି ପାଇଁ ବିଶେଷ ଶକ୍ତି ନିରାପତ୍ତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ଏଠାରେ ‘ଭାରତୀୟ ଯୁଗ' ବିଷୟରେ ଆଲୋଚନା କରିବା ପାଇଁ ଏକାଠି ହୋଇଛୁ । ଏହା ଦର୍ଶାଉଛି ଯେ ଆଜି ଭାରତ ଉପରେ ବିଶ୍ୱାସ କିଛି ଅଲଗା ରହିଛି.... ଏହା ଦର୍ଶାଉଛି ଯେ ଆଜି ଭାରତର ଆତ୍ମବିଶ୍ୱାସ କିଛି ବିଶେଷ ଅଛି ।ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 04th, 07:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନୀତିଗତ କାର୍ଯ୍ୟର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବ।ଗୁଜରାଟର ଗାନ୍ଧୀନଗରରେ ପୁନଃନିବେଶ ୨୦୨୪ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 16th, 11:30 am
ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ଜୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଜୀ ମଧ୍ୟ ଏଠାରେ ଦେଖୁଛି, ଗୋଆରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖାଯାଉଛନ୍ତି ଏବଂ ମୁଁ ଅନେକ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ମଧ୍ୟ ଦେଖୁଛି । ସେହିଭଳି ବିଦେଶରୁ ଆସିଥିବା ଅତିଥି, ଜର୍ମାନୀର ଅର୍ଥନୈତିକ ସହଯୋଗ ମନ୍ତ୍ରୀ, ଡେନମାର୍କର ଶିଳ୍ପ ବ୍ୟବସାୟ ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ପ୍ରହ୍ଲାଦ ଯୋଶୀଜୀ, ଶ୍ରୀପଦ ନାଏକ, ଏବଂ ବିଶ୍ୱର ବିଭିନ୍ନ ଦେଶର ସମସ୍ତ ପ୍ରତିନିଧି, ମହିଳା ଓ ଭଦ୍ରବ୍ୟକ୍ତି ମାନେ!