Prime Minister’s meeting with Acting Prime Minister of Denmark on the margins of the 3rd India-Nordic Summit
May 19th, 06:40 pm
On the sidelines of the 3rd India-Nordic Summit, PM Modi met acting PM of Denmark Mette Frederiksen. The two leaders reviewed bilateral cooperation, discussed regional and global issues and also welcomed the advances made in the India-Denmark Green Strategic Partnership. The PM conveyed India’s readiness to welcome Danish technologies for green solutions in the rapidly developing Indian economy.ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ
February 24th, 03:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଗିଫ୍ଟ ସିଟିରୁ ଶାହପୁର ପର୍ଯ୍ୟନ୍ତ ୩.୩୩ କିଲୋମିଟର ଲମ୍ବା ସମ୍ପ୍ରସାରଣକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ତିନୋଟି ଉଚ୍ଚ ଷ୍ଟେସନ ଅନ୍ତର୍ଭୁକ୍ତ ରହିବ। ଏହି ପ୍ରକଳ୍ପ ପ୍ରାୟ ଚାରି ବର୍ଷ ମଧ୍ୟରେ ସମାପ୍ତ ହେବାର ଯୋଜନା ରହିଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୧,୦୬୭.୩୫ କୋଟି ହେବ। ଏହି ସମ୍ପ୍ରସାରିତ କରିଡର ୨୦୨୯ ମସିହାରେ ପ୍ରାୟ ୨୩,୭୦୨ ଯାତ୍ରୀ ଏବଂ ୨୦୪୧ ମସିହାରେ ପ୍ରାୟ ୫୮,୦୫୯ ଜଣ ଯାତ୍ରୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି।ମୁମ୍ବାଇ ଗ୍ଲୋବାଲ ଫିନଟେକ ଫେଷ୍ଟର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 09th, 02:51 pm
ମହାମହିମ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଆରବିଆଇ ଗଭର୍ଣ୍ଣର, ଉଦଭାବକ, ନିବେଶକାରୀ, ନେତାଗଣ । ମୁମ୍ବାଇକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ।‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 09th, 02:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ମହାରାଷ୍ଟ୍ରର ମୁମ୍ବାଇଠାରେ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କରିଛନ୍ତି। ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶ୍ରୀ ମୋଦୀ ମୁମ୍ବାଇକୁ ଶକ୍ତି, ଉଦ୍ୟୋଗ ଏବଂ ଅସୀମ ସମ୍ଭାବନାର ସହର ଭାବେ ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ବନ୍ଧୁ, ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କୀର ଷ୍ଟାରମରଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ କରିଥିଲେ ଏବଂ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ’ରେ ତାଙ୍କର ଉପସ୍ଥିତି ଏବଂ କାର୍ଯ୍ୟକ୍ରମରେ ସେ ଦେଇଥିବା ସମୟ ପାଇଁ ଧନ୍ୟବାଦ ଜଣାଇଥିଲେ।ଫଳାଫଳ ତାଲିକା: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ
October 09th, 01:55 pm
ଭାରତ-ବିଟେନ ସଂଯୋଗ ଏବଂ ନବାଚାର କେନ୍ଦ୍ରର ପ୍ରତିଷ୍ଠା ।ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
October 09th, 11:25 am
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ।ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି
September 04th, 08:04 pm
ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତିସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 04th, 12:45 pm
ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 25th, 06:42 pm
ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 25th, 06:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 27th, 11:30 am
ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
May 27th, 11:09 am
୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।ନୂଆଦିଲ୍ଲୀରେ SOUL ଲିଡରସିପ୍ କନକ୍ଲେଭର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 21st, 11:30 am
ମୁଁ ଏଠାରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଖୁଛି ଯେପରିକି ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ତେରିଂ ତୋବଗେ ଜୀ, ସିଓଲ ବୋର୍ଡର ଅଧ୍ୟକ୍ଷ ସୁଧୀର ମେହେଟ୍ଟା, ଉପାଧ୍ୟକ୍ଷ ହଂସମୁଖ ଅଧିଆ, ଶିଳ୍ପ ଜଗତର ମହାନ ବ୍ୟକ୍ତି ଯେଉଁମାନେ ନିଜ ନିଜ ଜୀବନରେ, ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମୁଁ ଏଠାରେ ମୋର ଯୁବ ବନ୍ଧୁମାନଙ୍କୁ ମଧ୍ୟ ଦେଖୁଛି ଯେଉଁମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିଛନ୍ତି।ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 21st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ୨୦୨୫ କୁ ଉଦଘାଟନ କରିଛନ୍ତି। ସମସ୍ତ ପ୍ରତିଷ୍ଠିତ ନେତା ଓ ଭବିଷ୍ୟତର ଆଗାମୀ ଯୁବ ନେତାଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି କାର୍ଯ୍ୟକ୍ରମ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଆଜି ସେଭଳି ଏକ କାର୍ଯ୍ୟକ୍ରମ। ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତମ ନାଗରିକଙ୍କ ବିକାଶ ଜରୁରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତାଙ୍କ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତା ସୃଷ୍ଟି କରିବା ଜରୁରୀ, ଯାହା ସମୟର ଆବଶ୍ୟକତା ବୋଲି ସେ କହିଥିଲେ। ତେଣୁ ବିକଶିତ ଭାରତର ବିକାଶ ଯାତ୍ରାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ଆଲୋକପାତ କରିଥିଲେ। ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କେବଳ ସଂଗଠନ ନାମରେ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସଓୟୁଏଲ୍ ଭାରତର ସାମାଜିକ ଜୀବନର ଆତ୍ମା ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଅର୍ଥରେ ଏସଓୟୁଏଲ୍ ଆଧ୍ୟାତ୍ମିକ ଅନୁଭୂତିର ସାରକୁ ମଧ୍ୟ ସୁନ୍ଦର ଭାବରେ ଗ୍ରହଣ କରିଥାଏ । ଏସଓୟୁଏଲ୍ ର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ନିକଟ ଭବିଷ୍ୟତରେ ଗୁଜରାଟର ଗିଫ୍ଟ ସିଟି ନିକଟରେ ଏସଓୟୁଏଲ୍ ର ଏକ ନୂତନ ବିଶାଳ କ୍ୟାମ୍ପସ୍ ପ୍ରସ୍ତୁତ ହେବ।ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 23rd, 05:22 pm
ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
October 23rd, 03:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାନଠାରେ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 16th, 04:30 pm
ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ , ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସିଆର ପାଟିଲ, ଏହି କାର୍ଯ୍ୟକ୍ରମ ସହ ଜଡିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ , ସାଂସଦ, ବିଧାୟକ, ଅନ୍ୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀ ମାନେ ।ଗୁଜରାଟର ଅହମ୍ମଦାବାଦଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 16th, 04:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳବାଇ, ସଡ଼କ, ଶକ୍ତି, ଗୃହ ନିର୍ମାଣ ଏବଂ ଆର୍ଥିକ କ୍ଷେତ୍ରର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ | ଏହା ପୂର୍ବରୁ ଶ୍ରୀ ମୋଦୀ ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳକୁ ଉଦଘାଟନ କରିଥିଲେ | ନାଗପୁରରୁ ସିକନ୍ଦରାବାଦ, କୋହ୍ଲାପୁରରୁ ପୁଣେ, ଆଗ୍ରା କ୍ୟାଣ୍ଟରୁ ବନାରସ, ଦୁର୍ଗରୁ ବିଶାଖାପାଟଣା, ପୁଣେରୁ ହୁବଲି ଏବଂ ବାରଣାସୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ ୨୦ ବଗି ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ କୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାବ୍ୟତୀତ ସେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣର ସିଙ୍ଗଲ ୱିଣ୍ଡୋ ଆଇଟି ସିଷ୍ଟମ (ଏସଡବ୍ଲ୍ୟୁଆଇଟିଏସ)ର ଶୁଭାରମ୍ଭ କରିଥିଲେ।ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର ଉଦଘାଟନ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 03:15 pm
ମୁଁ ବେଙ୍ଗାଲୁରୁକୁ ବିଦେଶରୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି । ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡିଥାଏ | ବେଙ୍ଗାଲୁରୁ ଭାରତର ବୈଷୟିକ ସମ୍ଭାବନାକୁ ବିଶ୍ୱ ଚାହିଦା ସହ ଯୋଡ଼ିଛି। ବୋଇଂର ନୂଆ ଗ୍ଲୋବାଲ ଟେକ୍ନୋଲୋଜି କ୍ୟାମ୍ପସ ମଧ୍ୟ ବେଙ୍ଗାଲୁରୁର ଏହି ପରିଚୟକୁ ସୁଦୃଢ଼ କରିବାକୁ ଯାଉଛି। ଆମେରିକା ବାହାରେ ଏହା ବୋଇଂର ସବୁଠାରୁ ବଡ଼ ସୁବିଧା ହେବ। ତେଣୁ ଏହି ସୁବିଧା କେବଳ ଭାରତନୁହେଁ ସମଗ୍ର ବିଶ୍ୱର ବିମାନ ଚଳାଚଳ ବଜାରକୁ ଏକ ନୂତନ ଶକ୍ତି ଦେବାକୁ ଯାଉଛି । କିନ୍ତୁ ସାଥୀମାନେ, ଏହି ସୁବିଧାର ଗୁରୁତ୍ୱ କେବଳ ସେତିକି ନୁହେଁ । ଏହା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଏହି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ ଏହି ସଂକଳ୍ପକୁ ଦୃଢ଼ କରିଥାଏ। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ଆହୁରି ମଜବୁତ କରିଥାଏ । ଏହି ଦିବସରେ ଏହା ମଧ୍ୟ ପାଳନ କରାଯାଏ ଯେ ଦିନେ ଭାରତ ମଧ୍ୟ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ଏବଂ ତେଣୁ ମୁଁ ବୋଇଂର ସମଗ୍ର ପରିଚାଳନା, ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 02:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।