While building a healthy planet, let us ensure that no one is left behind: PM Modi at World Health Assembly
May 20th, 04:42 pm
PM Modi addressed the 78th World Health Assembly, aligning India’s vision with One World for Health. He showcased India’s scalable health models like Ayushman Bharat, tech-driven solutions, and affordable access initiatives. Encouraging inclusion, collaboration and holistic well-being, he called for united global action to ensure no one is left behind.ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ ତମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 20th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଉପସ୍ଥିତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ, ଏହି ବର୍ଷର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ' ଉପରେ ଆଲୋକପାତ କରିଥିଲେ ଏବଂ ଏହା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶରେ ତାଙ୍କର ଅଭିଭାଷଣକୁ ମନେ ପକାଇଥିଲେ, ଯେଉଁଠାରେ ସେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' ବିଷୟରେ ଉଲ୍ଲେଖ କରିଥିଲେ। ସେ ମତ ଦେଇଥିଲେ ଯେ , ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ଅନ୍ତର୍ଭୁକ୍ତିକରଣ, ଏକ ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ।ସ୍ୱିଜରଲ୍ୟାଣ୍ଡର ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର 76 ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
May 21st, 06:35 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ 75 ବର୍ଷ ଧରି ସେବା କରିବାର ଐତିହାସିକ ମାଇଲଖୁଣ୍ଟ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 100 ବର୍ଷ ସେବାରେ ପହଞ୍ଚିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆସନ୍ତା 25 ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।ଆଇଟିୟୁ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 22nd, 03:34 pm
ଆଜିକାର ଦିନ ହେଉଛି ବହୁତ ବିଶେଷ, ହେଉଛି ବହୁତ ପବିତ୍ର। ଆଜିଠାରୁ ‘ହିନ୍ଦୁ କ୍ୟାଲେଣ୍ଡର’ର ନୂତନ ବର୍ଷ ଆରମ୍ଭ ହୋଇଛି । ମୁଁ ଆପଣ ସମସ୍ତଙ୍କୁ ଆଉ ସମସ୍ତ ଦେଶବାସୀଙ୍କୁ ବିକ୍ରମ ସମ୍ବତ 2080ର ବହୁତ- ବହୁତ ଶୁଭକାମନା ଜଣାଉଛି । ଆମର ଏତେ ବିଶାଳ ଦେଶରେ, ବିବିଧତାରେ ଭରି ରହିଥିବା ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭିନ୍ନ- ଭିନ୍ନ କ୍ୟାଲେଣ୍ଡର ପ୍ରଚଳିତ ରହି ଆସିଛି। କୋଲ୍ଲମ କାଳର ହେଉଛି ମଲୟାଲମ କ୍ୟାଲେଣ୍ଡର, ହେଉଛି ତାମିଲ କ୍ୟାଲେଣ୍ଡର, ଯାହା ହଜାର- ହଜାର ବର୍ଷରୁ ଭାରତକୁ ତିଥି ସମ୍ବନ୍ଧିୟ ଜ୍ଞାନ ପ୍ରଦାନ କରି ଆସିଛି । ବିକ୍ରମ ସମ୍ବତ ମଧ୍ୟ 2080 ବର୍ଷ ପୂର୍ବରୁ ଚାଲି ଆସୁଛି । ଗ୍ରୀଗୋରିୟନ କ୍ୟାଲେଣ୍ଡରରେ ମଧ୍ୟ ଏବେ ବର୍ଷ 2023 ଚାଲୁ ରହିଛି, କିନ୍ତୁ ବିକ୍ରମ ସମ୍ବତ ହେଉଛି ତା’ଠାରୁ ମଧ୍ୟ 57 ବର୍ଷ ପୂର୍ବର। ମୁଁ ଖୁସି ଯେ ନବବର୍ଷର ପ୍ରଥମ ଦିନ ଟେଲିକମ୍, ଆଇସିଟି ଏବଂ ଏହା ସହିତ ଜଡ଼ିତ ନବସୃଜନକୁ ନେଇ ଏକ ବହୁତ ବଡ଼ ଶୁଭାରମ୍ଭ ଭାରତରେ ହେଉଅଛି । ଆଜି ଏଠାରେ ଅନ୍ତରାଷ୍ଟ୍ରୀୟ ଟେଲି- କମ୍ୟୁନିକେସନ୍ ୟୁନିୟନ (ଆଇଟିୟୁ)ର ଆଞ୍ଚଳିକ କାର୍ଯ୍ୟାଳୟ ଆଉ କେବଳ ଆଞ୍ଚଳିକ କାର୍ଯ୍ୟାଳୟ ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ସ୍ଥାପନା ହୋଇଛି। ଏହା ସହିତ ହିଁ ଆଜି 6-G ପରୀକ୍ଷାର ଜ୍ଞାନକୌଶଳର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଟେକ୍ନୋଲୋଜି ସହିତ ଆମର ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯାଇଛି । ଏହା ଡିଜିଟାଲ ଭାରତକୁ ନୂତନ ଉର୍ଜ୍ଜା ଦେବା ସହିତ ହିଁ ଦକ୍ଷିଣ ଏସିଆ ପାଇଁ, ଗ୍ଲୋବାଲ ସାଉଥ ପାଇଁ, ନୂତନ ସମାଧାନ, ନୂତନ ନବସୃଜନ ନେଇକରି ଆସିବ । ବିଶେଷ କରି ଆମର ଶୈକ୍ଷିକ, ଆମର ନବାଚାର- ଷ୍ଟାର୍ଟ ଅପ୍ସ, ଆମର ଶିଳ୍ପ ପାଇଁ ଏହାଦ୍ୱାରା ଅନେକ ନୂତନ ସୁଯୋଗ ସୃଷ୍ଟି ହେବ।ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
March 22nd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ କଲ୍ ବିଫୋର ୟୁ ଡିଗ୍”’ ଆପ୍ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।ମାର୍ଚ୍ଚ ୨୨ ତାରିଖରେ ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
March 21st, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୧୨:୩୦ ରେ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଭାରତରେ ନୂତନ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର ସ୍ଥାନୀୟ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ଆରଆଣ୍ଡଡି ପରୀକ୍ଷାଗାର ଶୁଭାରମ୍ଭ କରିବେ । ସେ କଲ ବିଫୋର ୟୁ ଡିଗ୍” ଆପ୍ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।Switzerland supports India's bid for Nuclear Suppliers Group
June 06th, 03:50 pm
PM Narendra Modi attends business meeting in Geneva
June 06th, 01:49 pm
PM Modi meets Swiss President, Johann Schneider Ammann
June 06th, 01:00 pm