ପ୍ରଥମ ଭୋଟ୍ ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଇଣ୍ଡିଆ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ ରେ ଭାରତର ଯୁବକମାନଙ୍କୁ ପ୍ରଶଂସା କରିଛନ୍ତି
January 25th, 11:30 am
ଜାତୀୟ ଭୋଟର ଦିବସରେ ଚଳିତ ବର୍ଷର ପ୍ରଥମ ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ମତଦାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟାରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଷ୍ଟାର୍ଟଅପ୍, ଜଳ ସଂରକ୍ଷଣ, ଗୁଣବତ୍ତା, ସଂସ୍କୃତି ଓ ପର୍ବପର୍ବାଣୀ ଏବଂ ସ୍ୱଚ୍ଛତା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 06:45 pm
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।