୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ୮.୨% ଦୃଢ଼ ଜିଡିପି ଅଭିବୃଦ୍ଧିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
November 28th, 06:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଦ୍ୟତମ ଜିଡିପି ଆକଳନକୁ ସ୍ୱାଗତ କରି କହିଛନ୍ତି ଯେ, ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକରେ ଭାରତର ଅର୍ଥନୀତି ପ୍ରଭାବଶାଳୀ ୮.୨% ଅଭିବୃଦ୍ଧି ହାସଲ କରିଛି । ସେ କହିଛନ୍ତି ଯେ, ଏହି ସଫଳତା ସରକାରଙ୍କ ବିକାଶ ଅଭିମୁଖୀ ନୀତି ଓ ସଂସ୍କାରର ପ୍ରଭାବ ସହିତ ଭାରତର ଲୋକଙ୍କ କଠିନ ପରିଶ୍ରମ ଏବଂ ଔଦ୍ୟୋଗିକତାକୁ ପ୍ରତିଫଳିତ କରୁଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ସରକାର ସଂସ୍କାରକୁ ଆଗକୁ ବଢ଼ାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନଧାରଣକୁ ସହଜ କରିବାକୁ ପ୍ରତିବଦ୍ଧ । ଅଭିବୃଦ୍ଧିର ଲାଭ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ କିପରି ପହଞ୍ଚିବ ସରକାର ତାହା ସୁନିଶ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି ।ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 12:00 pm
କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି । କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି । ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି ।ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
November 11th, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ।ରାଷ୍ଟ୍ରୀୟ ଗୀତ'ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସମାରୋହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 07th, 10:00 am
ବନ୍ଦେ ମାତରମ୍, ଏହି ଶବ୍ଦଗୁଡ଼ିକ ହେଉଛି ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ହେଉଛି ମା’ ଭାରତୀଙ୍କ ସାଧନା, ମା’ଭାରତୀଙ୍କ ଆରାଧନା । ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସ ଭିତରକୁ ନେଇଯାଇଥାଏ। ଏହା ଆମର ଆତ୍ମବିଶ୍ୱାସକୁ, ଆମର ବର୍ତ୍ତମାନକୁ, ଆତ୍ମବିଶ୍ୱାସରେ ଭରି ଦେଇଥାଏ, ଏବଂ ଆମ ଭବିଷ୍ୟତକୁ ଏକ ନୂତନ ସାହସ ଦେଇଥାଏ ଯେ ଏମିତି କୌଣସି ସଂକଳ୍ପ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଆମେ ଭାରତବାସୀ ହାସଲ କରିପାରିବୁ ନାହିଁ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି
November 07th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।ଦିଲ୍ଲୀର ଯଶୋଭୂମିରେ ‘ସେମିକନ୍ ଇଣ୍ଡିଆ -୨୦୨୫’ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 02nd, 10:40 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ, ସେମି’ର ଅଧ୍ୟକ୍ଷ ଅଜିତ ମନୋଚା, ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀ, ବିଭିନ୍ନ ଦେଶରୁ ଏଠାରେ ଉପସ୍ଥିତ ଆମର ଅତିଥି, ଷ୍ଟାର୍ଟ-ଅପ୍ ସହିତ ସମ୍ପୃକ୍ତ ଉଦ୍ୟୋଗୀ, ବିଭିନ୍ନ ରାଜ୍ୟର ମୋର ଯୁବ ଛାତ୍ର ବନ୍ଧୁ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 02nd, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ - ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି।Today, when one sees India, then they can be rest assured that Democracy can deliver: PM at ABP Network India@2047 Summit
May 06th, 08:04 pm
PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.Prime Minister Shri Narendra Modi addresses ABP Network India@2047 Summit
May 06th, 08:00 pm
PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 01st, 03:35 pm
ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 01st, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।When growth is driven by aspirations, it becomes inclusive and sustainable: PM Modi at Rising Bharat Summit
April 08th, 08:30 pm
PM Modi addressed the News18 Rising Bharat Summit. He remarked on the dreams, determination, and passion of the youth to develop India. The PM highlighted key initiatives, including zero tax on income up to ₹12 lakh, 10,000 new medical seats and 6,500 new IIT seats, 50,000 new Atal Tinkering Labs and over 52 crore Mudra Yojana loans. The PM congratulated the Parliament for enacting Waqf law.ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
April 08th, 08:15 pm
ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ଭାରତ ତଥା ସାରା ବିଶ୍ୱର ଅନେକ ନେତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ଦେଇଥିବାରୁ ନ୍ୟୁଜ ୧୮ ନେଟବାର୍କକୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଫୋକସ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମଣ୍ଡପମରେ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କଥା ମନେ ପକାଇ ଭାରତବର୍ଷକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକମାନଙ୍କର ରହିଥିବା ସ୍ୱପ୍ନ ଓ ଆକାଂକ୍ଷା ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁସ୍ତରରେ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ସେ କହିଥିଲେ । ତେବେ ଅମୃତ କାଳ ସୃଷ୍ଟି କରିବା ପାଇଁ ଏହି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 08:00 pm
ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।Prime Minister Shri Narendra Modi addresses TV9 Summit 2025
March 28th, 06:53 pm
PM Modi participated in the TV9 Summit 2025. He remarked that India now follows the Equi-Closeness policy of being equally close to all. He emphasized that the world is eager to understand What India Thinks Today. PM remarked that India's approach has always prioritized humanity over monopoly. “India is no longer just a ‘Nation of Dreams’ but a ‘Nation That Delivers’”, he added.ରିପବ୍ଲିକ ପ୍ଲେନାରୀ ଶିଖର ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 06th, 08:05 pm
ଆପଣମାନେ ସବୁ ଥକି ପଡିଥିବେ? ଅର୍ଣ୍ଣବର ଉଚ୍ଚ ଶବ୍ଦ ଯୋଗୁଁ କାନ ନିଶ୍ଚିତ ଭାବେ ଥକି ଯାଇଥିବ। ବସନ୍ତୁ ଅର୍ଣ୍ଣବ, ଏହି ସମୟ ନିର୍ବାଚନର ସମୟ ନୁହେଁ। ସର୍ବ ପ୍ରଥମେ, ମୁଁ ରିପବ୍ଲିକ୍ ଟିଭିକୁ ତା’ର ଅଭିନବ ପ୍ରୟାସ ପାଇଁ ଅନେକ ଧନ୍ୟବାଦ ଦେଉଛି। ଆପଣମାନେ ଯୁବପିଢିକୁ ତ୍ରୂଣମୂଳ ସ୍ତରରେ ସାମିଲ କରି, ଏତେ ବଡ଼ ପ୍ରତିଯୋଗିତା କରାଇ ତାଙ୍କୁ ଏଠାକୁ ନେଇ ଆସିଛନ୍ତି। ଯେତେବେଳେ ଦେଶର ଯୁବବର୍ଗ ଜାତୀୟ ଆଲୋଚନାରେ ସାମିଲ ହୁଅନ୍ତି, ସେତେବେଳେ ବିଚାରରେ ନୂତନତା ଆସେ, ସେ ସମ୍ପୂର୍ଣ୍ଣ ପରିବେଶକୁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ କରେ ଏବଂ ଏହି ଶକ୍ତିକୁ ଆମେ ଏବେ ଏଠାରେ ମଧ୍ୟ ଅନୁଭବ କରୁଛୁ। ଏକ ପ୍ରକାରରେ ଆମେ ଯୁବକମାନଙ୍କର ଯୋଗଦାନ ଦ୍ୱାରା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତିହତ କରିପାରୁ। ନିର୍ଦ୍ଧାରିତ ସୀମାଠାରୁ ଉପରକୁ ଯାଇପାରୁ, ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମେ ପୂରଣ କରି ନ ପାରୁ। ଏମିତି କୌଣସି ଉଦ୍ଦେଶ୍ୟ ବାକି ରହେ ନାହିଁ ଯାହା ପର୍ଯ୍ୟନ୍ତ ପହଞ୍ଚି ନ ହେବ। ରିପବ୍ଲିକ୍ ଟିଭି ଏହି ସମ୍ମିଳନୀ ପାଇଁ ଏକ ନୂତନ କନ୍ସେପ୍ଟ ଉପରେ କାମ କରିଛି। ମୁଁ ଏହି ସମ୍ମିଳନୀର ସଫଳତା ପାଇଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏଥିରେ ମୋର ମଧ୍ୟ କିଛି ସ୍ୱାର୍ଥ ନିହିତ ଅଛି, ପ୍ରଥମତଃ ମୁଁ ପୂର୍ବରୁ ଏକ ଲକ୍ଷ ନବଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି, ଏବଂ ସେହି ଏକ ଲକ୍ଷ ଯେଉଁମାନେ ତାଙ୍କର ପରିବାରରେ ପ୍ରଥମ ଥିବେ, ଏଥିପାଇଁ ଏହି ସମାରୋହଟି ମୋର ଉଦ୍ଦେଶ୍ୟ ପୂରଣ ପାଇଁ ଭୂମିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଦ୍ୱିତୀୟଟି, ମୋର ବ୍ୟକ୍ତିଗତ ଲାଭ ଅଟେ, ବ୍ୟକ୍ତିଗତ ଲାଭଟି ହେଉଛି ଯେ 2029ରେ ଯେଉଁମାନେ ଭୋଟ ଦେବାକୁ ଯିବେ, ସେମାନଙ୍କୁ ଜଣାନାହିଁ ଯେ, 2014 ପୂର୍ବରୁ ସାମ୍ପ୍ରତିକ ସମ୍ବାଦପତ୍ରର ହେଡଲାଇନ କିପରି ଥିଲା, ସେମାନେ ଜାଣନ୍ତି ନାହିଁ, 10-10, 12-12 ଲକ୍ଷ କୋଟିର ଘୋଟାଲା ହେଉ ଥିଲା, ସେମାନେ ଜାଣନ୍ତି ନାହିଁ, ଯେତେବେଳେ ସେମାନେ 2029ରେ ଭୋଟ ଦେବାକୁ ଯିବେ, ସେମାନଙ୍କ ସାମ୍ନାରେ ତୁଳନା ପାଇଁ କିଛି ନଥିବ ଏବଂ ଏଥିପାଇଁ ମତେ ସେହି ମାପଦଣ୍ଡରୁ ପାର ହେବାକୁ ହେବ, ଏବଂ ମୋର ଦୃଢ ବିଶ୍ୱାସ ଅଛି, ଯେ ପ୍ରସ୍ତୁତ କରାଯାଇଥିବା ଏହି ଭୂମିକା ସେତେବେଳେ ଏହି କାମକୁ ଶକ୍ତ କରିଦେବ।ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
March 06th, 08:00 pm
ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।ବଜେଟ ପରେ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
March 05th, 01:35 pm
ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ । ଲୋକ, ଅର୍ଥନୀତି ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ହେଉଛି ଏକ ବିଷୟବସ୍ତୁ ଯାହା ଏକ ବିକଶିତ ଭାରତର ରୋଡମ୍ୟାପ୍ କୁ ନିର୍ଦ୍ଧାରଣ କରେ | ଚଳିତ ବର୍ଷବଜେଟରେ ଏହାର ପ୍ରଭାବ ବହୁତ ବଡ ଧରଣର ଦେଖିବାକୁ ମିଳିବ । ତେଣୁ ଏହି ବଜେଟ୍ ଭାରତର ଭବିଷ୍ୟତ ପାଇଁ ବ୍ଲୁ ପ୍ରିଣ୍ଟ ଭାବେ ଉଭା ହୋଇଛି। ଭିତ୍ତିଭୂମି ଏବଂ ଶିଳ୍ପରେ ପୁଞ୍ଜିନିବେଶକୁ ଆମେ ଯେତିକି ପ୍ରାଥମିକତା ଦେଇଛୁ, ସେତିକି ଲୋକ, ଅର୍ଥନୀତି ଓ ଉଦ୍ଭାବନକୁ ମଧ୍ୟ ପ୍ରାଥମିକତା ଦେଇଛୁ। ଆପଣ ସମସ୍ତେ ଜାଣନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ ପ୍ରତିଭା ବିକାଶ ଦେଶର ପ୍ରଗତିର ଭିତ୍ତିପ୍ରସ୍ତର ଭାବରେ କାର୍ଯ୍ୟ କରେ । ତେଣୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଆମକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତ ହିତାଧିକାରୀ ଆଗେଇ ଆସିବା ଦରକାର। କାରଣ ଦେଶର ଅର୍ଥନୈତିକ ସଫଳତା ପାଇଁ ଏହା ଜରୁରୀ । ଏଥିସହିତ ଏହା ହିଁ ପ୍ରତ୍ୟେକ ସଂଗଠନର ସଫଳତାର ଆଧାର ମଧ୍ୟ।