ପଶ୍ଚିମବଙ୍ଗ ଦୁର୍ଗାପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 18th, 02:35 pm
ଷ୍ଟିଲ ସିଟି ଭାବରେ ବିଶେଷ ଭାବେ ପରିଚିତ ପଶ୍ଚିମବଙ୍ଗର ଦୁର୍ଗାପୁର ସାରା ଦେଶର ଆକର୍ଷଣ । ତେଣୁ ସେହି ଧାରାରେ ଏହାର ଉନ୍ନତି ବି ଆମ ସରକାରଙ୍କ ଲକ୍ଷ୍ୟ । କିଛି ସମୟ ପୂର୍ବରୁ ଏହାର ବିକାଶ ପାଇଁ ମଞ୍ଜୁର କରାଯାଇଥିବା ୫୪ ଶହ କୋଟି ଟଙ୍କାର ଅର୍ଥ ବରାଦ କଥା ଚିନ୍ତା କରାଯାଇ ପାରେ । ବିଭିନ୍ନ ପ୍ରକଳ୍ପ ଦ୍ୱାରା ଯୋଗାଯୋଗ, ଗ୍ୟାସ ଆଧାରିତ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବ । ମେକ ଇନ ଇଣ୍ଡିଆ ମେକ ଫର ବାର୍ଲଡ ଭାବଧାରାରେ ଏହି ସହର ଆଗାମୀ ଦିନରେ ସମୃଦ୍ଧି ପଥରେ ଯାତ୍ରା କରିବ । ଫଳରେ ଏହି ଜାଗାର ଯୁବବର୍ଗ ଚାକିରି ପାଇ ପାରିବେ ।ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ : ଭେଟି ଦେଲେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ
July 18th, 02:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଦୁର୍ଗାପୁରରେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ ଜଣାଶୁଣା ଦୁର୍ଗାପୁର ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି କହିଥିଲେ ଯେ, ଆଜି ସେହି ଭୂମିକାକୁ ଆହୁରି ମଜବୁତ କରିବାର ସୁଯୋଗ ଆସିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଗ୍ୟାସ- ଆଧାରିତ ପରିବହନ ଏବଂ ଗ୍ୟାସ - ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଏକ ଇସ୍ପାତ ସହର ଭାବରେ ଦୁର୍ଗାପୁରର ପରିଚୟକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ପଶ୍ଚିମବଙ୍ଗକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।Cabinet approves Capital Grant to GAIL for development of Gas Infrastructure in Eastern part of the country
September 21st, 05:32 pm
CCEA chaired by PM Modi approved viability partial capital grant at 40% (Rs. 5,176 crore) of the estimated capital cost of Rs. 12,940 crore to GAIL for development of 2539 km long Jagdishpur-Haidia and Bokaro-Dhamra Gas Pipeline (JHBDPL) project. Govt has taken this historic decision to provide Capital Support for developing this gas pipeline. JHBDPL project will connect Eastern part of the country with National Gas Grid.