ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
March 27th, 09:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରାଯାଇଛି।ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ
March 24th, 02:05 pm
ଆମେ ସମସ୍ତେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଏହାର ପରିଣାମସ୍ୱରୂପ ପରିସ୍ଥିତି ବିଷୟରେ ଅବଗତ। ଏହି କଠିନ ପରିସ୍ଥିତି ଉପରେ ସରକାରଙ୍କ ମତାମତ ରଖିବା ପାଇଁ ମୁଁ ଆଜି ସଂସଦର ଉଚ୍ଚ ସଦନ ସମ୍ମୁଖରେ ତଥା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ପଶ୍ଚିମ ଏସିଆରେ ଏହି ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଛି। ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଗୁରୁତର ଶକ୍ତି ସଙ୍କଟ ସୃଷ୍ଟି କରିଛି। ଭାରତ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାଜନକ। ଏହି ଯୁଦ୍ଧ ଆମର ବ୍ୟବସାୟିକ ପଥକୁ ପ୍ରଭାବିତ କରୁଛି। ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସର ଭଳି ଆବଶ୍ୟକ ସାମଗ୍ରୀର ନିୟମିତ ଯୋଗାଣ ବାଧାପ୍ରାପ୍ତ ହେଉଛି। ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି ଏବଂ କାମ କରନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ। ବିଶ୍ୱର ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଜାହାଜ ହରମୁଜ୍ ପ୍ରଣାଳୀରେ ଅଟକି ରହିଛି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହା ଭାରତ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ। ଏପରି ଏକ କଠିନ ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନରୁ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଆଲୋଚନା ପାଇଁ ଏକ ମିଳିତ ସ୍ୱର ଶୁଣାଯିବା ଅତ୍ୟନ୍ତ ଜରୁରୀ।ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 24th, 02:00 pm
୨୪ ମାର୍ଚ୍ଚ ୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦବୋଧନ ଦେଇ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ସରକାରଙ୍କ ମତ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲୁଥିବା ଏହି ସଂଘର୍ଷ ଗଭୀର ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଛି, ଯାହା ଭାରତ ପାଇଁ ଚିନ୍ତାଜନକ ପ୍ରଭାବ ଫେଳାଇଛି। ସେ ଉଲ୍ଲେଖ କରିଥିଲେ ଯେ ଏହା ଭାରତର ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରୁଛି ଏବଂ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ସାର ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟ ୧୦ ମିଲିୟନ୍ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବାସ ଓ କାର୍ଯ୍ୟରତ ଅଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ। ସେ ହର୍ମୁଜ୍ ପ୍ରଣାଳୀରେ ଜାହାଜରେ ଫସିଥିବା ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। “ଏପରି ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନ ସମଗ୍ର ବିଶ୍ୱରେ ଶାନ୍ତି ଓ ଆଲୋଚନା ପାଇଁ ଏକତ୍ରିତ ସ୍ୱର ଉଠାଇବା ଅତ୍ୟନ୍ତ ଆବଶ୍ୟକ,” ବୋଲି ସେ କହିଥିଲେ।ଟିଭି୯ ଶିଖର ସମ୍ମିଳନୀ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 08:30 pm
ଗତ କିଛି ସମୟ ମଧ୍ୟରେ ମୋତେ ଥରେ - ଦୁଇଥର ଟିଭି୯ ଭାରତବର୍ଷ ଦେଖିବାର ସୁଯୋଗ ମିଳିଛି । ସାଧାରଣତଃ, ଆପଣଙ୍କର ଧ୍ୟାନ ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର ଉପରେ ବହୁତ ରହିଥାଏ ଏବଂ ଆଜିକାଲି ଆପଣ ବିଷୟବସ୍ତୁକୁ ନେଇ ଅତିଭରଣ ହେଉଛନ୍ତି । ବଡ଼-ବଡ଼ ଦେଶଗୁଡ଼ିକ ଟିଭି୯କୁ ଅନେକ ତଥ୍ୟ ଯୋଗାଇବାକୁ ସ୍ଥିର ମନେ କରୁଛନ୍ତି । କିନ୍ତୁ ଏକ ଗମ୍ଭୀର କଥା ହେଉଛି, ଆଜି ବିଶ୍ୱ ଯେଉଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି , ତାହା ଅଭୂତପୂର୍ବ ଏବଂ ଅତ୍ୟନ୍ତ ଗମ୍ଭୀର। ଏହି ପରିସ୍ଥିତି ମଧ୍ୟରେ, ଆଜି ଟିଭି୯ ନେଟୱାର୍କ ବିଚାରଧାରା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ତିଆରି କରିଛି। ଆଜି ଏହି ଶିଖର ସମ୍ମିଳନୀରେ, ଆପଣ ସମସ୍ତେ ଭାରତ ଏବଂ ବିଶ୍ୱ ବିଷୟ ଉପରେ ଆଲୋଚନା କରୁଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଶିଖର ସମ୍ମିଳନୀ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, ଏବଂ ସମସ୍ତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଉଛି ।Prime Minister Shri Narendra Modi addresses TV9 Network Summit
March 23rd, 08:00 pm
PM Modi addressed the TV9 Summit and emphasized that India's economy is progressing rapidly, leaving behind the pre-2014 conditions. He affirmed that India stands with its own interests, with peace and with dialogue and gave a detailed account of the country's development momentum over the last 23 days. Asserting that national interest must be placed above party interest, the PM drew inspiration from icons who always placed the nation above self.Chhattisgarh is rapidly advancing on the path of development:PM Modi at Chhattisgarh Rajat Mahotsav
November 01st, 03:30 pm
In his address at the Chhattisgarh Rajat Mahotsav, PM Modi said that participating in the Silver Jubilee celebrations was a matter of great fortune for him. Launching multiple developmental projects worth over ₹14,260 crore across key sectors such as roads, industry, healthcare and energy, the PM remarked that Chhattisgarh is now emerging as an industrial state. He noted that regions like Bastar are now witnessing an atmosphere of celebration, free from the shadow of Maoist terrorism.ଛତିଶଗଡ଼ ରଜତ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 01st, 03:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୟା ରାୟପୁରରେ ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଉଦବୋଧନ ଦେଇଛନ୍ତି। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ପରିବର୍ତ୍ତନକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆଜି ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ, ସେ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।NDA freed Bihar from Naxalism and Maoist terror — now you can live and vote fearlessly: PM Modi in Begusarai
October 24th, 12:09 pm
Addressing a massive public rally in Begusarai, PM Modi stated, On one side, there is the NDA, an alliance with mature leadership, and on the other, there is the 'Maha Lathbandhan'. He highlighted that nearly 90% of purchases in the country are of Swadeshi products, benefiting small businesses. The PM remarked that the NDA has freed Bihar from Naxalism and Maoist terror, and that every vote of the people of Bihar will help build a peaceful, prosperous state.We’re connecting Bihar’s heritage with employment, creating new opportunities for youth: PM Modi in Samastipur
October 24th, 12:04 pm
Ahead of the Bihar Assembly elections, PM Modi kickstarted the NDA’s campaign by addressing a grand public meeting in Samastipur, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM said, “It is only due to his blessings that people like us, who come from humble and backward families, are able to stand on this stage today.”PM Modi addresses enthusiastic crowds in Bihar’s Samastipur and Begusarai
October 24th, 12:00 pm
Ahead of the Bihar Assembly elections, PM Modi kickstarted the NDA’s campaign by addressing massive gatherings in Samastipur and Begusarai, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM remarked, “It is only due to his blessings that people like us, who come from humble and backward families, are able to stand on this stage today.”ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:09 pm
ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୫ରେ ପ୍ରଧାମନ୍ତ୍ରୀଙ୍କ ଉଦବୋଧନ
October 17th, 08:00 pm
ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ ଅଜେୟ ଭାରତକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”ଅକ୍ଟୋବର ୧୬ରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 14th, 05:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଦିନ ପ୍ରାୟ ୧୧:୧୫ ସମୟରେ ସେ ନନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଲମ ସ୍ଥିତ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ, ପ୍ରାୟ ୧୨:୧୫ ସମୟରେ ଶ୍ରୀଶୈଲମ ସ୍ଥିତ ଶିବାଜୀ ସ୍ଫୁର୍ଥୀ କେନ୍ଦ୍ର ପରିଦର୍ଶନ କରିବେ ।The development schemes of the Central and State governments empower women: PM Modi
September 26th, 03:00 pm
While interacting with beneficiaries of Bihar’s Mukhyamantri Mahila Rojgar Yojana, PM Modi said that every initiative of the Central and State governments is aimed at women’s welfare and empowerment. Beneficiaries shared their success stories, showcasing the schemes’ impact. The PM urged women to continue sharing such inspirational accounts of how government programs are bringing positive change in society.ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
September 26th, 02:49 pm
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଆଦିବାସୀ ମହିଳା ହିତାଧିକାରୀ ଶ୍ରୀମତୀ ରଞ୍ଜିତା କାଜି ତାଙ୍କ ଅଞ୍ଚଳରେ ଆସିଥିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ପ୍ରତି ସହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜୀବିକା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ହୋଇ, ତାଙ୍କର ଜଙ୍ଗଲିଆ ଅଞ୍ଚଳ - ପୂର୍ବରୁ ମୌଳିକ ଭିତ୍ତିଭୂମିରୁ ବଞ୍ଚିତ ଥିଲା – ଏବେ ସେଠାରେ ସଡ଼କ, ବିଦ୍ୟୁତ୍, ପାଣି, ପରିମଳ ଏବଂ ଶିକ୍ଷାର ସୁବିଧା ଉପଲବ୍ଧ ହୋଇଛି। ମହିଳାମାନଙ୍କ ଉପରେ କେନ୍ଦ୍ରିତ ପଦକ୍ଷେପଗୁଡ଼ିକ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁଥିରେ ସରକାରୀ ଚାକିରି ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିଥିବା ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ସେ ସାଇକେଲ ଏବଂ ୟୁନିଫର୍ମ ଯୋଜନାର ପ୍ରଶଂସା କରିଛନ୍ତି। ଯେତେବେଳେ ସ୍କୁଲ ୟୁନିଫର୍ମ ପିନ୍ଧି ଝିଅମାନେ ସାଇକେଲ ଚାଳନା କରନ୍ତି, ସେତେବେଳେ ସେମାନେ ଅନୁଭବ କରୁଥିବା ଗର୍ବ ବିଷୟରେ ସେ ଉଲ୍ଲେଖ କରିଛନ୍ତି।TMC hatao, Bangla bachao: PM Modi in Durgapur, West Bengal
July 18th, 05:00 pm
In a stirring address to an enthusiastic crowd in Durgapur, West Bengal, PM Modi reignited the dream of a Viksit Bengal and assured the people that change is not just possible but inevitable. From invoking Bengal’s proud industrial and cultural legacy to exposing TMC’s failures, PM Modi presented a clear roadmap for restoring the state’s glory and integrating it into the journey of Viksit Bharat. He reaffirmed his unwavering commitment with a resounding assurance: “Viksit Bangla, Modi ki Guarantee!”PM Modi calls for a Viksit Bengal at Durgapur rally!
July 18th, 04:58 pm
In a stirring address to an enthusiastic crowd in Durgapur, West Bengal, PM Modi reignited the dream of a Viksit Bengal and assured the people that change is not just possible but inevitable. From invoking Bengal’s proud industrial and cultural legacy to exposing TMC’s failures, PM Modi presented a clear roadmap for restoring the state’s glory and integrating it into the journey of Viksit Bharat. He reaffirmed his unwavering commitment with a resounding assurance: “Viksit Bangla, Modi ki Guarantee!”ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
February 14th, 04:57 am
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।