ଗାନ୍ଧୀ ସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

January 30th, 07:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ସ୍ମୃତି ଠାରେ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବାପୁଙ୍କ ପ୍ରୟାସ ଆମ ସ୍ୱାଧୀନତା ଆନ୍ଦୋଳନର ଗତିପଥକୁ ନୂଆ ରୂପ ଦେଇଛି ଏବଂ ଭାରତର ଯାତ୍ରାରେ ଏକ ଦୃଢ଼ ଛାପ ଛାଡ଼ିଛି ଯାହା ପିଢ଼ି ପରେ ପିଢ଼ି ଅନୁଭବ କରାଯାଉଛି।

Prime Minister attends prayer meeting at Gandhi Smriti

January 30th, 08:21 pm

The Prime Minister, Shri Narendra Modi today attended a prayer meeting at Gandhi Smriti in New Delhi.

ଗାନ୍ଧୀ ସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 30th, 10:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ସ୍ମୃତି ଠାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।

ଉତ୍ତର ପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ସମାରୋହ ଉଦଯାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 07th, 04:00 pm

ଶ୍ରାବଣର ପବିତ୍ର ମାସ, ଇନ୍ଦ୍ର ଦେବଙ୍କ ଆଶୀର୍ବାଦ, ଶିବାବତାର ଗୁରୁ ଗୋରଖନାଥଙ୍କ ତପସ୍ୟାସ୍ଥଳୀ, ଏବଂ ଅନେକ-ଅନେକ ସନ୍ଥଙ୍କ କର୍ମସ୍ଥଳୀ ହେଉଛି ଏହି ଗୀତା ପ୍ରେସ ଗୋରଖପୁର! ଯେତେବେଳେ ସନ୍ଥମାନଙ୍କର ଆଶୀର୍ବାଦ ଫଳବତୀ ହୋଇଥାଏ, ସେତେବେଳେ ଏଭଳି ସୁଖଦ ସୁଯୋଗର ଲାଭ ମିଳିଥାଏ । ଚଳିତ ଥରର ମୋର ଗୋରଖପୁର ଗସ୍ତ, ‘ବିକାଶ ମଧ୍ୟ, ପରମ୍ପରା ମଧ୍ୟ’ ଏହି ନୀତିର ହେଉଛି ଏକ ଅଦ୍ଭୁତ ଉଦାହରଣ । ମୋତେ ଏବେ ସଚିତ୍ର ଶିବପୁରାଣ ଏବଂ ନେପାଳୀ ଭାଷାରେ ଶିବପୁରାଣର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି। ଗୀତା ପ୍ରେସର ଏହି କାର୍ଯ୍ୟକ୍ରମ ପରେ ହିଁ ଗୋରଖପୁର ରେଳ ଷ୍ଟେସନ ଯିବି । ଆଜିଠାରୁ ହିଁ ଗୋରଖପୁର ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଆଉ ମୁଁ ଯେବେ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ଫଟୋଚ୍ଚିତ୍ର ପକାଇଛି, ଲୋକମାନେ ଆଶ୍ଚର୍ଯ୍ୟର ସହିତ ଦେଖୁଛନ୍ତି । ଲୋକମାନେ କେବେ ମଧ୍ୟ ଭାବି ନ ଥିଲେ ଯେ ରେଳ ଷ୍ଟେସନର ମଧ୍ୟ ଏଭଳି ଭାବେ କାୟାକଳ୍ପ ହୋଇ ପାରିବ । ଆଉ ଏହି କାର୍ଯ୍ୟକ୍ରମରେ, ମୁଁ ଗୋରଖପୁରରୁ ଲକ୍ଷନୌଉ ପାଇଁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବି । ଆଉ ସେହି ସମୟରେ ଯୋଧପୁରରୁ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଯାତ୍ରା ଆରମ୍ଭ ହେବ। ବନ୍ଦେ ଭାରତ ଟ୍ରେନ, ଦେଶର ମଧ୍ୟମ ବର୍ଗଙ୍କୁ ସୁବିଧାଗୁଡ଼ିକ ସହିତ ସୁଲଭ ଯାତ୍ରାର ନୂତନ ଉଡ଼ାଣ ଦେଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ନେତାମାନେ ଚିଠି ଲେଖୁଥିଲେ ଯେ ଆମ ଅଞ୍ଚଳରେ ଏହି ଟ୍ରେନ ରହଣୀ ପାଇଁ ମଞ୍ଜୁରୀ ଦିଅନ୍ତୁ, ସେହି ଟ୍ରେନର ପାସେଞ୍ଜର ହଲ୍ଟ ନିର୍ମାଣ କରାନ୍ତୁ । କିନ୍ତୁ ଆଜି ଦେଶରେ କୋଣ- ଅନୁକୋଣରୁ ନେତାମାନେ ମୋତେ ଚିଠି ଲେଖି କହୁଛନ୍ତି ଯେ ଆମ ଅଞ୍ଚଳରେ ମଧ୍ୟ ବନ୍ଦେ ଭାରତ ଚଳାନ୍ତୁ । ଏହା ହେଉଛି ବନ୍ଦେ ଭାରତର ଏକ ସ୍ୱତନ୍ତ୍ର ଆକର୍ଷଣ । ଏହି ସମସ୍ତ ଆୟୋଜନ ପାଇଁ ମୁଁ ଗୋରଖପୁରର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଉତ୍ତରପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

July 07th, 03:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଗାନ୍ଧି ସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

January 30th, 09:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀର ଗାନ୍ଧି ସ୍ମୃତି ଠାରେ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।

ଜର୍ମାନ ଚାନ୍ସେଲରଙ୍କ ସହ ଗାନ୍ଧୀ ସ୍ମୃତି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 01st, 07:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜର୍ମାନ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହିତ ଗାନ୍ଧୀ ସ୍ମୃତି ପରିର୍ଶନ କରିଥିଲେ ।