“ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
February 06th, 10:21 am
ମୁଁ, ସାନଭୀ ଆଚାର୍ଯ୍ୟ। ମୁଁ ଆପଣଙ୍କ ରାଜ୍ୟ, ଅର୍ଥାତ୍ ଗୁଜରାଟରୁ ଆସିଛି। ମୋର ପ୍ରଥମ ପ୍ରଶ୍ନ ହେଉଛି ଯେ, ଆମର ପିତାମାତା ଆମ ବିଷୟରେ ଚିନ୍ତା କରନ୍ତି, ଆମର ଶିକ୍ଷକମାନେ ମଧ୍ୟ ଆମକୁ ସହଯୋଗ କରନ୍ତି। କିନ୍ତୁ ମୁଖ୍ୟ ସମସ୍ୟା ସେତେବେଳେ ଉପୁଜେ, ଯେତେବେଳେ ଆମର ଶିକ୍ଷକମାନେ ପାଠପଢ଼ାର ଏକ ଭିନ୍ନ ଢାଞ୍ଚା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି। ପିତାମାତା ଆଉ ଗୋଟିଏ ଅଲଗା ପ୍ରକାର ଢାଞ୍ଚା ଅନୁସରଣ କରିବାକୁ କହନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତ ଆଉ ଗୋଟିଏ ଅଲଗା ଟ୍ରେଣ୍ଡ ଚାଲୁଥାଏ। ଏମିତି ସମୟରେ ଆମେ ଭ୍ରମିତ ହୋଇଯାଉଛୁ ଯେ, ପ୍ରକୃତରେ କେଉଁ ଢାଞ୍ଚା ଗ୍ରହଣ କରିବୁପରୀକ୍ଷା ପେ ଚର୍ଚ୍ଚା 2026ରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 06th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି)ର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକଜାମ୍ ୱାରିୟର୍ସମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିଥିଲେ।ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 01st, 03:35 pm
ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 01st, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।Today, India's youth are demonstrating our immense potential to the world, through their dedication and innovation: PM Modi in Rozgar Mela
April 26th, 11:23 am
PM Modi addressed the Rozgar Mela and distributed more than 51,000 appointment letters to youth. He highlighted that the government is ensuring employment and self-employment opportunities for the country's youth. The PM spoke about the immense opportunity WAVES 2025 summit offers for the youth. He recalled the mantra of ‘Nagrik Devo Bhava,’ and encouraged youth to serve every citizen of India.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି । ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସେ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ।Hackathon solutions are proving to be very useful for the people of the country: PM Modi
December 11th, 05:00 pm
PM Modi interacted with young innovators at the Grand Finale of Smart India Hackathon 2024 today, via video conferencing. He said that many solutions from the last seven hackathons were proving to be very useful for the people of the country.ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 11th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ 'ସବକା ପ୍ରୟାସ'ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ 'ସବକା ପ୍ରୟାସ' କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବା ନିମନ୍ତେ ସେମାନଙ୍କର ଦୃଷ୍ଟିକୋଣ ରହିଛି । ତେଣୁ, ଶ୍ରୀ ମୋଦୀ କହିଥିଲେ, ଆପଣଙ୍କର ସମାଧାନ ମଧ୍ୟ ଭିନ୍ନ ଏବଂ ଯେତେବେଳେ ଏକ ନୂତନ ଚ୍ୟାଲେଞ୍ଜ ଆସେ, ଆପଣ ନୂତନ ଏବଂ ଅନନ୍ୟ ସମାଧାନ ବାହାର କରନ୍ତି। ପ୍ରଧାନମନ୍ତ୍ରୀ ଅତୀତରେ ହୋଇଥିବା ହାକାଥନ କଥା ମନେ ପକାଇ କହିଥିଲେ, ସେଥିରେ ପ୍ରଦାନ କରାଯାଇଥିବା ସମାଧାନଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟରେ ବ୍ୟବହାର କରାଯାଉଛି । ଶ୍ରୀ ମୋଦୀ ଅଂଶଗ୍ରହଣକାରୀଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାର୍ତ୍ତାଳାପ ଆରମ୍ଭ କରିଥିଲେ ।'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।Media and Entertainment sector poised for a Significant Leap
September 18th, 04:24 pm
The Union Cabinet has approved the establishment of the National Centre of Excellence (NCoE) for Animation, Visual Effects, Gaming, Comics, and Extended Reality (AVGC-XR) in Mumbai. This initiative aims to enhance skill development, research, and innovation in the AVGC-XR sector, fostering startups and positioning India as a global content hub. It aligns with the Atmanirbhar Bharat initiative, boosting employment and enhancing India's soft power in the media and entertainment industry.India’s Top Gamers Meet ‘Cool’ PM Modi
April 13th, 12:33 pm
Prime Minister Narendra Modi engaged in a unique interaction with India's top gamers, immersing himself in the world of PC and VR gaming. During the session, Prime Minister Modi actively participated in gaming sessions, showcasing his enthusiasm for the rapidly evolving gaming industry.