India – Finland Joint Statement on the State Visit of President of the Republic of Finland

March 05th, 08:03 pm

At the invitation of PM Modi, Finland President Alexander Stubb is on a State Visit to India from 4-7 March 2026. They held wide-ranging discussions during a bilateral meeting. The two leaders affirmed the deep and enduring friendship between India and Finland, built on a foundation of mutual respect and the values of democracy and rule of law, as well as commitment to global peace, security and international law.

“ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

February 06th, 10:21 am

ମୁଁ, ସାନଭୀ ଆଚାର୍ଯ୍ୟ। ମୁଁ ଆପଣଙ୍କ ରାଜ୍ୟ, ଅର୍ଥାତ୍‌ ଗୁଜରାଟରୁ ଆସିଛି। ମୋର ପ୍ରଥମ ପ୍ରଶ୍ନ ହେଉଛି ଯେ, ଆମର ପିତାମାତା ଆମ ବିଷୟରେ ଚିନ୍ତା କରନ୍ତି, ଆମର ଶିକ୍ଷକମାନେ ମଧ୍ୟ ଆମକୁ ସହଯୋଗ କରନ୍ତି। କିନ୍ତୁ ମୁଖ୍ୟ ସମସ୍ୟା ସେତେବେଳେ ଉପୁଜେ, ଯେତେବେଳେ ଆମର ଶିକ୍ଷକମାନେ ପାଠପଢ଼ାର ଏକ ଭିନ୍ନ ଢାଞ୍ଚା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି। ପିତାମାତା ଆଉ ଗୋଟିଏ ଅଲଗା ପ୍ରକାର ଢାଞ୍ଚା ଅନୁସରଣ କରିବାକୁ କହନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତ ଆଉ ଗୋଟିଏ ଅଲଗା ଟ୍ରେଣ୍ଡ ଚାଲୁଥାଏ। ଏମିତି ସମୟରେ ଆମେ ଭ୍ରମିତ ହୋଇଯାଉଛୁ ଯେ, ପ୍ରକୃତରେ କେଉଁ ଢାଞ୍ଚା ଗ୍ରହଣ କରିବୁ

ପରୀକ୍ଷା ପେ ଚର୍ଚ୍ଚା 2026ରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 06th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି)ର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକଜାମ୍‌ ୱାରିୟର୍ସମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିଥିଲେ।

କେନ୍ଦ୍ରୀୟ ବଜେଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 01st, 01:38 pm

ଆଜିର ବଜେଟ ଐତିହାସିକ । ଦେଶର ନାରୀ ଶକ୍ତିର ଏହା ଏକ ପରିଚାୟକ । ଜଣେ ମହିଳା ଅର୍ଥମନ୍ତ୍ରୀ ହିସାବରେ ନିର୍ମଳାଜୀ ସଂସଦରେ ଲଗାତର ଭାବେ ନବମଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବଜେଟ ଅନେକ ସମ୍ଭାବନାର ଏକ ହାଇୱେ । ବର୍ତମାନର ସ୍ୱପ୍ନସବୁକୁ ଅନୁଭବ କରି ଭାରତର ଉଜ୍ୱଳ ଭବିଷ୍ୟତର ମୂଳଦୁଆକୁ ଏହି ବଜେଟ ସୁଦୃଢ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣର ସ୍ୱପ୍ନକୁ ଏହି ବଜେଟ ପକ୍କା କରିଛି ।

କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

February 01st, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକ୍ତ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ୱପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।

ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 01st, 03:35 pm

ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 01st, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।

ଆଜି ସାରା ବିଶ୍ୱବାସୀ ଭାରତ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

October 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 03:04 pm

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶଗୁଡ଼ିକ ନିମ୍ନରେ ଦିଆଗଲା :

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 01:09 pm

ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ, ଯେତେବେଳେ ଆମେ ଦେଶ ପାଇଁ ଜୀବନ ଦେଇଥିବା, ଦେଶର ସ୍ୱାଧୀନତା ପାଇଁ ନିଜକୁ ସମର୍ପଣ କରିଦେଇଥିବା, ଆଜୀବନ ସଂଘର୍ଷ କରିଥିବା, ଫାଶୀର ଖୁଣ୍ଟରେ ଭାରତ ମା’ କୀ ଜୟର ସ୍ଳୋଗାନ ଦେଇ ଅଗଣିତ ସ୍ୱାଧୀନତା ସଂଗ୍ରାମୀ ସାହାସୀକତାର ସହ ଫାଶୀକୁ ଆଲିଙ୍ଗନ କରିଥିଲେ । ଆଜି ସେମାନଙ୍କୁ ସ୍ମରଣ କରିବାର ଏକ ପର୍ବ । ସ୍ୱାଧୀନତା ସଂଗ୍ରାମୀମାନେ ଆଜି ଆମକୁ ସ୍ୱାଧୀନତାର ଏହି ପର୍ବରେ ସ୍ୱତନ୍ତ୍ରତାର ନିଶ୍ୱାସ ନେବାର ସୌଭାଗ୍ୟ ପ୍ରଦାନ କରିଛନ୍ତି । ଦେଶ ସେମାନଙ୍କ ନିକଟରେ ଋଣୀ । ଏଭଳି ପ୍ରତ୍ୟେକ ମହାପୁରୁଷଙ୍କ ପ୍ରତି ଆମେ ଆମର ଶ୍ରଦ୍ଧା ଭାବ ପ୍ରକାଶ କରୁଛୁ ।

୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ ଉନ୍ମୁଖି ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ।

78ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ

August 15th, 07:30 am

78ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। 2036 ଅଲିମ୍ପିକ୍ସ ଆୟୋଜନ ଠାରୁ ଆରମ୍ଭ କରି ଧର୍ମନିରପେକ୍ଷ ନାଗରିକ ସଂହିତାକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାମୂହିକ ପ୍ରଗତି ଏବଂ ପ୍ରତ୍ୟେକ ନାଗରିକଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କୁ ନୂଆ ଉତ୍ସାହ ସହ ଜାରି ରଖିବାକୁ ସେ କହିଥିଲେ। ଉଦ୍ଭାବନ, ଶିକ୍ଷା ଏବଂ ବିଶ୍ୱ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇ ସେ ଦୋହରାଇଥିଲେ ଯେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ହେବାରୁ କେହି ଅଟକାଇ ପାରିବେ ନାହିଁ ।

India’s Top Gamers Meet ‘Cool’ PM Modi

April 13th, 12:33 pm

Prime Minister Narendra Modi engaged in a unique interaction with India's top gamers, immersing himself in the world of PC and VR gaming. During the session, Prime Minister Modi actively participated in gaming sessions, showcasing his enthusiasm for the rapidly evolving gaming industry.