India-Indonesia Joint Statement on the State Visit by Prime Minister of India to Indonesia
July 07th, 05:15 pm
At the invitation of Indonesian President Prabowo Subianto, PM Modi is on a State Visit to Indonesia from 6-8 July 2026. PM Modi's visit reflects the shared commitment of the two leaders to achieve a substantial upward trajectory in the India-Indonesia Comprehensive Strategic Partnership. The two leaders held discussions at Istana Merdeka in Jakarta, covering the full spectrum of bilateral relations.ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ "ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର" ଶୀର୍ଷକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 18th, 05:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର ଶୀର୍ଷକ ଆଲୋଚନା ଅଧିବେଶନକୁ ସମ୍ବୋଧିତ କରିଛନ୍ତି।ଜି୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
June 17th, 06:07 pm
ମୁଁ ଖୁସି ଯେ ଫ୍ରାନ୍ସର ଜି୭୦ ପ୍ରେସିଡେନ୍ସୀ ସମୟରେ ସହଭାଗୀ ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯେତେବେଳେ ବିଶ୍ୱ ଅନେକ ଅନିଶ୍ଚିତତା ଦେଇ ଗତି କରୁଛି, ଏହି ଫୋରମର ବାର୍ତ୍ତା ସମଗ୍ର ମାନବଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ।ଭାରତ-ଇଟାଲୀ ମିଳିତ ଘୋଷଣା
May 20th, 10:28 pm
ଉଭୟ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଆଦାନପ୍ରଦାନର ଦୃଢ଼ ଗତିକୁ ସ୍ୱାଗତ କରିଥିଲେ ଏବଂ ବହୁପାକ୍ଷିକ କାର୍ଯ୍ୟକ୍ରମର ପାର୍ଶ୍ଵରେ ନେତାମାନଙ୍କ ବାର୍ଷିକ ବୈଠକ, ନିୟମିତ ମନ୍ତ୍ରୀସ୍ତରୀୟ ଏବଂ ପ୍ରତିଷ୍ଠାନସ୍ତରୀୟ ବୈଠକ ଆୟୋଜନ କରିବାକୁ ରାଜି ହୋଇଥିଲେ।ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଇଂରାଜୀ ଅନୁବାଦ
May 16th, 11:58 pm
ଆମେ ନେଦରଲାଣ୍ଡକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ମଧ୍ୟରେ ବିବେଚନା କରୁ । ନେଦରଲାଣ୍ଡ ଭାରତର ଶ୍ରେଷ୍ଠ ପାଞ୍ଚ ନିବେଶକଙ୍କ ମଧ୍ୟରୁ ଗୋଟିଏ । ଆମର ଐତିହାସିକ ସାଂସ୍ମୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ବହୁତ ଗଭୀର । ଗଣତାନ୍ତ୍ରିକ ମୂଲ୍ୟବୋଧ, ବଜାର ଅର୍ଥନୀତି ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଆମର ସମାନ ଦୃଷ୍ଟିକୋଣର ଅଂଶ । ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଆମର ସହଯୋଗ ଆମ ଲୋକଙ୍କ ଜୀବନକୁ ଉନ୍ନତ କରୁଛି । ଏହି ବର୍ଦ୍ଧିତ ସହଯୋଗକୁ ଦୃଷ୍ଟିରେ ରଖି ୨୦୨୩ରେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ନେଦରଲାଣ୍ଡକୁ ଏକ ଅତିଥି ଦେଶ ଭାବେ ଆମନ୍ତ୍ରିତ କରିଥିଲୁ । ଆମେ ଏଥିପାଇଁ ମଧ୍ୟ ବହୁତ ଖୁସି ଯେ, ଫେବ୍ରୁଆରୀ ମାସରେ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।From Panchayat to Parliament, PM Modi outlines roadmap for women’s leadership at Nari Shakti Vandan Sammelan
April 13th, 11:15 am
In his address at the Nari Shakti Vandan Sammelan, PM Modi said the Nari Shakti Vandan Act must be implemented on time. Highlighting the critical role of women in the Viksit Bharat journey, the Prime Minister expressed satisfaction that his government has created schemes for every stage of women's life cycle. He also urged women to take the discussions from the programme to every village in the country.‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 13th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଉଦବୋଧନ ଦେଇଛନ୍ତି। ବୈଶାଖୀର ପବିତ୍ର ଅବସର ଏବଂ ଦେଶର ବିଭିନ୍ନ ସ୍ଥାନରେ ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଛନ୍ତି, ‘‘ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି, ଏହା ନାରୀ ଶକ୍ତି ପାଇଁ ଉତ୍ସର୍ଗୀକୃତ ।’’In India, democracy means last mile delivery: PM Modi at 28th CSPOC
January 15th, 11:00 am
In his address while inaugurating the 28th CSPOC at the Central Hall of Samvidhan Sadan, PM Modi highlighted India’s democratic journey. Remarking that India is the mother of democracy, the PM noted the increasing representation of women in government bodies and persity of Indian languages. He further highlighted that India has begun using AI in Parliament to improve its functioning.ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 15th, 10:32 am
ଏହି ବିଶେଷ ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ସେମାନଙ୍କ ଉପସ୍ଥିତି ପ୍ରତି ସମ୍ମାନ ଜଣାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଯେଉଁ ସ୍ଥାନରେ ବସିଛନ୍ତି ତାହା ଭାରତର ଗଣତାନ୍ତ୍ରିକ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଉପନିବେଶବାଦୀ ଶାସନର ଶେଷ ବର୍ଷଗୁଡ଼ିକରେ, ଯେତେବେଳେ ଭାରତର ସ୍ୱାଧୀନତା ପାଖେଇ ଆସୁଥିଲା, ଦେଶର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନ ସଭା ଏହି କେନ୍ଦ୍ରୀୟ ହଲରେ ଏକାଠି ହୋଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ଧରି ଏହି ଭବନ ଭାରତର ସଂସଦ ଭାବରେ କାର୍ଯ୍ୟ କରିଥିଲା, ଯେଉଁଠାରେ ଦେଶର ଭବିଷ୍ୟତକୁ ଆକାର ଦେବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବିତର୍କ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏବେ ଏହି ଐତିହାସିକ ସ୍ଥାନକୁ ସମ୍ବିଧାନ ସଦନ ଭାବରେ ନାମିତ କରିଛି ଏବଂ ଏହାକୁ ଗଣତନ୍ତ୍ର ପାଇଁ ଉତ୍ସର୍ଗ କରିଛି। ସେ ଉଲ୍ଲେଖ କରିଥିଲେ ଯେ, ନିକଟରେ ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୁର୍ତି ପାଳନ କରିଥିଲା। ସମ୍ବିଧାନ ଗୃହରେ ସମସ୍ତ ସମ୍ମାନିତ ଅତିଥିଙ୍କ ଉପସ୍ଥିତି ଭାରତର ଗଣତନ୍ତ୍ର ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ସେ କହିଥିଲେ।ବାରାଣସୀରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 04th, 01:00 pm
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ୟୁପି ସରକାରଙ୍କ ମନ୍ତ୍ରୀ- ଭାଇ ରବିନ୍ଦ୍ର ଜୟସୱାଲ, ଦୟାଶଙ୍କର, ଗିରିଶ ଯାଦବ, ବାରାଣସୀର ମେୟର ଅଶୋକ ତିୱାରୀ, ଅନ୍ୟାନ୍ୟ ଜନପ୍ରତିନିଧି, ଭଲିବଲ୍ ଆସୋସିଏସନର ସମସ୍ତ ପଦାଧିକାରୀ, ସାରା ଦେଶର ସମସ୍ତ ଖେଳାଳି ଏବଂ ମୋର କାଶୀ ପରିବାର ସଦସ୍ୟଙ୍କୁ ନମସ୍କାର।ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 04th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine
December 19th, 08:11 pm
PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 19th, 07:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ତିନି ଦିନ ଧରି, ପାରମ୍ପରିକ ଔଷଧ କ୍ଷେତ୍ରରେ ବିଶ୍ୱର ବିଶେଷଜ୍ଞମାନେ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଉଦ୍ଦେଶ୍ୟରେ ଭାରତ ଏକ ଦୃଢ଼ ମଞ୍ଚ ଭାବରେ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରି ଏହି ପ୍ରକ୍ରିୟାରେ ‘ହୁ’ର ସକ୍ରିୟ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ହୁ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:46 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ସାନାଏ ତାକାଇଚିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ୨୯ ଅକ୍ଟୋବର ୨୦୨୫ରେ ସେମାନଙ୍କ ଟେଲିଫୋନ୍ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବୈଠକ ଥିଲା ।ଜି-୨୦ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:44 pm
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ସଂକ୍ଷିପ୍ତ ଭାବେ ମତ ବିନିମୟ କରିଥିଲେ।ଜି-୨୦ ଶିଖର ସମ୍ମିଳନୀ ଅବସରରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 09:41 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ କାନାଡା ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ କାର୍ନିଙ୍କୁ ଭେଟି ଭାରତ-କାନାଡା ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଛନ୍ତି।ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 23rd, 04:05 pm
ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 23rd, 04:02 pm
ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।