ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
March 08th, 11:50 am
ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ନବସାରୀସାଂସଦ ତଥା କେନ୍ଦ୍ର ସରକାରଙ୍କ ମୋର ସହକର୍ମୀ, କେନ୍ଦ୍ରମନ୍ତ୍ରୀ ଭାଇ ସିଆର ପାଟିଲ, ମଞ୍ଚରେ ଉପସ୍ଥିତ ଥିବା ପଞ୍ଚାୟତର ସଦସ୍ୟ ଏବଂ ଲକ୍ଷପତି ଦିଦିମାନେ , ଅନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟକ ଉପସ୍ଥିତ ଥିବା ଲୋକଙ୍କୁ, ବିଶେଷକରି ମୋ ମାଆ, ଭଉଣୀ ଏବଂ ଝିଅମାନଙ୍କୁ ଅଭିନନ୍ଦନ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି
March 08th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା', ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା' ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି - ସଫଲ (ଗୁଜରାଟ ସ୍କିମ୍ ଫର୍ ଅନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି - ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୭ ଓ ୮ରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ
March 07th, 07:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ଓ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ । ସେ ମାର୍ଚ୍ଚ ୭ ତାରିଖରେ ସିଲଭାସା ଯିବେ ଏବଂ ଦ୍ୱିପ୍ରହର ପ୍ରାୟ ୨ଟାରେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ଦ୍ୱିପ୍ରହର ପ୍ରାୟ ୨ଟା ୪୫ରେ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ସେ ସୁରଟ ଯିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନବସାରୀ ଯିବେ ଏବଂ ସକାଳ ପ୍ରାୟ ୧୧ ଟା ୩୦ରେ ଲକ୍ଷପତି ଦିଦି ମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏକ ସାର୍ବଜନୀକ ସମାବେଶରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବ ।