ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ

November 30th, 11:30 am

ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 20th, 08:09 pm

ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଏର ମିଲେଇଙ୍କୁ ଭେଟିଛନ୍ତି ।

ଜୋନାସ ମାସେଟ୍ଟି ଏବଂ ଦଳଙ୍କୁ ଭେଟି ବେଦାନ୍ତ ଏବଂ ଗୀତା ପ୍ରତି ତାଙ୍କର ଉତ୍ସାହ ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 20th, 07:54 am

ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି କିପରି ପ୍ରଭାବ ପକାଉଛି ତାହା ପ୍ରଶଂସନୀୟ ବୋଲି ବେଦାନ୍ତ ଓ ଗୀତା ପ୍ରତି ଜୋନାସ ମାସେଟ୍ଟୀଙ୍କ ଆଗ୍ରହକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି । ସଂସ୍କୃତରେ ରାମାୟଣର ପ୍ରଦର୍ଶନ ଦେଖିବା ପରେ ପ୍ରଧାନମନ୍ତ୍ରୀ ଜୋନାସ ମାସେଟ୍ଟି ଏବଂ ତାଙ୍କ ଦଳଙ୍କୁ ଭେଟିଥିଲେ ।

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା - ବିଭିନ୍ନ ଜି-୨୦ ଦେଶ, ଅତିଥି ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ସମର୍ଥନରେ ଜି-୨୦ ଟ୍ରୋଇକା (ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା) ଦ୍ୱାରା ମିଳିତ ବିବୃତ୍ତି

November 20th, 07:52 am

ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ପ୍ରଶାସନ ପାଇଁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

November 20th, 05:04 am

“ଆପଣଙ୍କର ସମର୍ଥନ ଏବଂ ମୂଲ୍ୟବାନ ଜ୍ଞାନ ପାଇଁ ଧନ୍ୟବାଦ । ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବାକୁ ଡିଜିଟାଲ୍ ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ଏଆଇ ଏବଂ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । @NOIweala”

ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

November 20th, 05:02 am

ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱସ୍ତରୀୟ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ପାଖରେ ଅପାର ସମ୍ଭାବନା ଅଛି: ପ୍ରଧାନମନ୍ତ୍ରୀ

November 20th, 05:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ବିଶ୍ୱ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ।

ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 19th, 08:34 am

ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ ମହାମହି ଜିଓର୍ଜିଆ ମେଲୋନିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚମ ଭେଟ । ୨୦୨୪ ଜୁନ୍‌ରେ ଇଟାଲୀର ପୁଗଲିଆ ଠାରେ ପ୍ରଧାନମପନ୍ତ୍ରୀ ମେଲୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଶେଷ ଥର ଭେଟ ହୋଇଥିଲା । ଏକ ଆହ୍ୱାନପୂର୍ଣ୍ଣ ସମୟରେ ଜି-୭ର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 19th, 06:09 am

ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।

ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 19th, 06:08 am

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର ଗ୍ରହଣ କରିଥିବାରୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏଥିସହିତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର ତଥା ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

November 18th, 08:38 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ଜି-20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ବିଶ୍ୱ ନେତାମାନଙ୍କୁ ଭେଟିବେ।

ଜି୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା

September 09th, 05:04 pm

ଜି୨୦ ନୂଆଦିଲ୍ଲୀ ନେତାମାନଙ୍କ ଆଜିର ଘୋଷଣାନାମା ଏଠାରେ ଦେଖାଯାଇପାରିବ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ

August 15th, 05:08 pm

77ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ G-20 ଶିଖର ସମ୍ମିଳନୀ ପାଇଁ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଅବଧାରଣରକୁ ସମ୍ମୁଖରେ ରଖିଛୁ ଏବଂ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ । ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା

June 10th, 10:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ମାଟମେଲା ସିରିଲ ରାମଫୋସାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟଙ୍କ ଉପକ୍ରମ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟାରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

June 10th, 07:53 pm

ଭାରତର ଜି୨୦ ଅଧ୍ୟକ୍ଷତାର କେନ୍ଦ୍ର ବିନ୍ଦୁ ଭାବେ, ଶିକ୍ଷା ମନ୍ତ୍ରଣାଳୟ ସ୍ୱତନ୍ତ୍ର ଭାବେ ମିଶ୍ରିତ ଶିକ୍ଷା ବ୍ୟବସ୍ଥା ସନ୍ଦର୍ଭରେ “ପ୍ରାଥମିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସୁନିଶ୍ଚିତ କରିବା (ଏଫଏଲଏନ)” ବିଷୟବସ୍ତୁକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବା ଉଦ୍ଦେଶ୍ୟରେ ଗତିବିଧି ଓ କାର୍ଯ୍ୟକ୍ରମ ଶୃଙ୍ଖଳା ଆୟୋଜନ କରୁଛନ୍ତି ।

If the world praises India it's because of your vote which elected a majority government in the Centre: PM Modi in Mudbidri

May 03rd, 11:01 am

Continuing his election campaigning spree, Prime Minister Narendra Modi today addressed a mega public meeting in Karnataka’s Mudbidri. May 10th, the day of the polls, is fast approaching. The BJP is determined to make Karnataka the top state and BJP's resolve is to make Karnataka a manufacturing super power. This is our roadmap for the coming years,” stated PM Modi.

PM Modi addresses public meetings in Karnataka’s Mudbidri, Ankola and Bailhongal

May 03rd, 11:00 am

Continuing his election campaigning spree, Prime Minister Narendra Modi today addressed a mega public meeting in Karnataka’s Mudbidri. May 10th, the day of the polls, is fast approaching. The BJP is determined to make Karnataka the top state and BJP's resolve is to make Karnataka a manufacturing super power. This is our roadmap for the coming years,” stated PM Modi.

ରିପବ୍ଲିକ୍ ଟିଭିର କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ

April 26th, 08:01 pm

ଅର୍ଣ୍ଣବ ଗୋସ୍ୱାମୀ ଜୀ, ରିପବ୍ଲିକ୍ ମିଡିଆ ନେଟୱାର୍କର ସମସ୍ତ ସହକର୍ମୀ, ଦେଶ ତଥା ବିଦେଶରେ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକ, ମହିଳା ଏବଂ ସଜ୍ଜନମଣ୍ଡଳୀ! ମୁଁ କିଛି କହିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ମଜା କଥା କହିବାକୁ ଚାହେଁ ଯାହା ମୁଁ ମୋର ପିଲାଦିନରେ ଶୁଣିଥିଲି । ସେଠାରେ ଜଣେ ପ୍ରଫେସର ଥିଲେ ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରି ଏକ ନୋଟ୍ ଛାଡି କହିଥିଲେ ଯେ ସେ ତାଙ୍କ ଜୀବନ ସଂଘର୍ଷରେ ଥକି ଯାଇଛନ୍ତି ଏବଂ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ସେ କଙ୍କରିଆ ନଦୀରେ ଡେଇଁ ମରିଯିବେ। ପରଦିନ ସକାଳେ ପ୍ରଫେସର ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଘରେ ନାହାଁନ୍ତି। ତାଙ୍କ ବାପା ତାଙ୍କ କୋଠରୀକୁ ଯାଇ ଏକ ଚିଠି ପାଇଲେ। ସେ ଚିଠି ପାଇବା ପରେ ବହୁତ ରାଗି ଯାଇଥିଲେ। ସେ କହିଲେ, ‘ମୁଁ ପ୍ରଫେସର, ମୁଁ ଏତେ ବର୍ଷ ଧରି କଠିନ ପରିଶ୍ରମ କଲି ଏବଂ ତଥାପି ତାଙ୍କ ଆତ୍ମହତ୍ୟା ପତ୍ରରେ କଙ୍କରିଆର ବନାନ ଭୁଲ ଭାବେ ଲେଖାଯାଇଛି।’ମୁଁ ଖୁସି ଯେ ଅର୍ଣ୍ଣବ ଭଲ ହିନ୍ଦୀ କହିବା ଆରମ୍ଭ କରିଛନ୍ତି। ସେ କଣ କହିଛନ୍ତି ମୁଁ ଶୁଣି ନାହିଁ, କିନ୍ତୁ ମୁଁ ତାଙ୍କ ହିନ୍ଦୀ ସଠିକ୍ କି ନୁହେଁ ତାହା ଉପରେ ଧ୍ୟାନ ଦେଉଥିଲି । ବୋଧହୁଏ, ମୁମ୍ବାଇରେ ରହିବା ପରେ ଆପଣ ହିନ୍ଦୀ ଭଲ ଭାବରେ ଶିଖି ଯାଇଛନ୍ତି।

ନୂଆଦିଲ୍ଲୀ ଠାରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

April 26th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ ଗଣତନ୍ତ୍ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଜି-୨୦ ଅଧ୍ୟକ୍ଷତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କ ସହ ଭିଡିଓ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

December 09th, 08:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଅଧ୍ୟକ୍ଷତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟଗୁଡିକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଆଜି ଭିଡିଓ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।