ଆଖୁର ଉଚିତ୍‌ ଓ ଲାଭକାରୀ ମୂଲ୍ୟକୁ କ୍ୟାବିନେଟ୍‌ ମଞ୍ଜୁରୀ

May 05th, 06:43 pm

ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁ କ୍ୱିଣ୍ଟାଲ ପିଛା ୩୬୫ ଟଙ୍କାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଦର ୧୦.୨୫% ମୂଳ ଅସୁଲି ଦର ଉପରେ ଆଧାରିତ । ଏହା ଅଧୀନରେ ୧୦.୨୫% ଠାରୁ ଅଧିକ ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ବୃଦ୍ଧି ଲାଗି କ୍ୱିଣ୍ଟାଲ ପିଛା ୩.୬୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ହ୍ରାସ ଲାଗି ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୫୬ ଟଙ୍କା କାଟି ଦିଆଯିବ ।

ଚିନି ଋତୁ ୨୦୨୪-୨୫ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଚିନି କାରଖାନାଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଆଖୁର 'ଉଚିତ ଏବଂ ଲାଭଦାୟକ ମୂଲ୍ୟ' (ଏଫ୍ଆରପି)କୁ କ୍ୟାବିନେଟ୍ ମଞ୍ଜୁରୀ

February 21st, 11:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଚିନି ଋତୁ ୨୦୨୪-୨୫ ପାଇଁ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା କୁ ଅନୁମୋଦନ କରିଛି । ଏହା ଆଖୁର ଐତିହାସିକ ମୂଲ୍ୟ ଯାହା ଚଳିତ ଋତୁ ୨୦୨୩-୨୪ ପାଇଁ ଆଖୁର ଏଫଆରପି ଠାରୁ ପ୍ରାୟ ୮% ଅଧିକ ଅଟେ । ସଂଶୋଧିତ ଏଫଆରପି ୧ ଅକ୍ଟୋବର ୨୦୨୪ରୁ ଲାଗୁ ହେବ ।