ଡ. ଆଣ୍ଡ୍ରୁ ହୋଲନେସ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 05th, 10:52 pm

ଜାମାଇକା ପାର୍ଟିକୁ ନେତୃତ୍ୱ ଦେଇ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ଆଣି ଥିବାରୁ, ଡ. ଆଣ୍ଡ୍ରୁ ହୋଲନେସ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ କହିଛନ୍ତି, “ଭାରତ-ଜାମାଇକା ମଧ୍ୟରେ ବନ୍ଧୁତ୍ୱକୁ ଅଧିକ ଗଭୀର କରିବାକୁ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ଆଗ୍ରହୀ ।”

କ୍ୟାପ୍ଟେନ ବିଜୟକାନ୍ତଙ୍କ ସମାଜ ପ୍ରତି ସେବା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

April 14th, 11:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାପ୍ଟେନ ବିଜୟକାନ୍ତଙ୍କ ସହ ତାଙ୍କର ବନ୍ଧୁତା ଉପରେ ଆଲୋକପାତ କରିବା ସହ ସମାଜ ପ୍ରତି ତାଙ୍କର ଯୋଗଦାନକୁ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନ

April 05th, 02:40 pm

05.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରପତି ଦିଶାନାୟକେ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ କରିଛନ୍ତି । କୃତଜ୍ଞତା ଜ୍ଞାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ ଐତିହାସିକ ସମ୍ପର୍କର ପ୍ରତୀକ ।

ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ କେ ପି ଶର୍ମା ଓଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

July 15th, 11:39 am

ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ଶ୍ରୀ କେ ପି ଶର୍ମା ଓଲିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ଼ କରିବା ସହ ପାରସ୍ପରିକ ଉପଯୋଗୀ ସହଯୋଗିତା ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଶା ପ୍ରକଟ କରିଛନ୍ତି ।

ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

July 10th, 02:45 pm

ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି । ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି ।

ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍‌ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 13th, 11:19 pm

ଆଜି ଆବୁ ଧାବିରେ ଆପଣମାନେ ଏକ ନୂତନ ଇତିହାସ ସୃଷ୍ଟି କରି ଦେଇଛନ୍ତି । ଆପଣମାନେ ସମସ୍ତେ ୟୁଏଇର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ହୃଦୟ ଯୋଡି ହୋଇଛି । ଏହି ଐତିହାସିକ ଷ୍ଟାଡିୟମ୍‌ରେ ପ୍ରତିଟି ସ୍ପନ୍ଦନ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ! ପ୍ରତିଟି ନିଶ୍ୱାସ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ । ପ୍ରତିଟି ଧ୍ୱନୀ କହୁଛି ଭାରତ-ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ ! ହଁ... ଏହି କ୍ଷଣକୁ ବଂଚିଯିବାର ଅଛି... ମନ ଭରି ଅନୁଭବ କରିନେବାର ଅଛି । ଆଜି ସେହି ସ୍ମୃତିଗୁଡିକୁ ସାଉଁଟି ନେବାର ଅଛି, ଯାହା ସାରା ଜୀବନ ଆପଣଙ୍କ ସହ ରହିବାକୁ ଯାଉଛି । ଯେଉଁ ସ୍ମୃତି ସାରା ଜୀବନ ମୋ ସହିତ ମଧ୍ୟ ରହିବ ।

ୟୁଏଇରେ ଭାରତୀୟମାନଙ୍କ କାର୍ଯ୍ୟକ୍ରମ -"ଅହଲାନ ମୋଦୀ"ରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

February 13th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ଥିବା ଭାରତୀୟ ସମ୍ପ୍ରଦାୟ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 'ଅହଲନ ମୋଦୀ'ରେ ୟୁଏଇରେ ଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ଟି ଏମିରେଟ୍ସରୁ ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ସମସ୍ତ ସମ୍ପ୍ରଦାୟର ଭାରତୀୟମାନେ ସାମିଲ ହୋଇଥିଲେ। ଦର୍ଶକଙ୍କ ମଧ୍ୟରେ ଏମିରାଟିସ୍ ମଧ୍ୟ ସାମିଲ ଥିଲେ।