Prime Minister remembers Veer Savarkar on his Jayanti

May 28th, 09:52 am

PM Modi remembered Veer Savarkar on his Jayanti and paid tribute to his courage, patriotism and contribution to social reform. Sharing a Sanskrit Subhashitam, PM Modi said Veer Savarkar’s intellect, valor and nationalist spirit will continue to inspire generations of the country.

ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 09th, 09:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

March 30th, 09:50 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମାତାର ବୀର ପୁତ୍ର ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ବୈପ୍ଳବିକ ଚିନ୍ତାଧାରା ଦ୍ୱାରା ସେ ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ଚେତନା ଜାଗ୍ରତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢ଼ିକୁ ଜାତୀୟ ସେବା ଦିଗରେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।

Prime Minister pays tribute to Bhagat Singh, Rajguru, and Sukhdev on Shaheed Diwas

March 23rd, 08:29 am

On the occasion of Shaheed Diwas, PM Modi paid rich tributes to the great freedom fighters Bhagat Singh, Rajguru and Sukhdev. Lauding their bravery, he observed that the martyrdom of these iconic heroes for the nation remains deeply etched in India's collective memory. He highlighted that they chose the path of sacrifice with conviction, placing the nation above their own lives..

ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 01st, 12:00 pm

ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ରଙ୍ଗାସାମୀ, ମୋର କେନ୍ଦ୍ର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭୀୟ, ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ, ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ଆର. ସେଲଭାମ, ଗୃହମନ୍ତ୍ରୀ ଶ୍ରୀ ଏ. ନମାସ୍ସିଭ୍ୟମ, ଅନ୍ୟ ନେତାଗଣ, ପୁଡୁଚେରୀର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ବନକ୍କମ!

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 01st, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।

ବୀର ସଭରକରଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

February 26th, 11:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ବିପ୍ଳବୀ ବୀର ସଭରକରଙ୍କୁ ତାଙ୍କ ପୁଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Prime Minister Shares Sanskrit Subhshitam Highlighting the lessons from the life of Veer Savarakar ji

February 26th, 10:47 am

On Veer Savarkar Ji's Punya Tithi, PM Modi noted that he would continue to guide the path of the countrymen. Lauding his bravery, the PM shared a Sanskrit verse that states: “Brave and resolute persons are capable of overcoming grief and achieving success in their lives. Such inpiduals become prosperous and accomplished. Therefore, patience and courage are always the best means to achieve success in life.”

PM Modi commends the Rajaji Utsav, graced by the President of India, honouring Shri Chakravarti Rajagopalachari Ji

February 23rd, 05:12 pm

PM Modi commended the Rajaji Utsav, graced by the President of India, Droupadi Murmu, honouring Shri Chakravarti Rajagopalachari Ji. The PM described the initiative as a commendable effort that reflects India’s resolve to honour those who shaped the nation’s destiny and shed the remnants of a colonial mindset. He also lauded Rajaji for his unwavering commitment to the nation and urged people to visit the exhibition.

ଗାନ୍ଧୀ ସ୍ମୃତି ଠାରେ ପ୍ରାର୍ଥନା ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

January 30th, 07:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ସ୍ମୃତି ଠାରେ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବାପୁଙ୍କ ପ୍ରୟାସ ଆମ ସ୍ୱାଧୀନତା ଆନ୍ଦୋଳନର ଗତିପଥକୁ ନୂଆ ରୂପ ଦେଇଛି ଏବଂ ଭାରତର ଯାତ୍ରାରେ ଏକ ଦୃଢ଼ ଛାପ ଛାଡ଼ିଛି ଯାହା ପିଢ଼ି ପରେ ପିଢ଼ି ଅନୁଭବ କରାଯାଉଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 05:15 pm

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି.କେ. ଜୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ୍‌ଏ ଟ୍ରଷ୍ଟର ଅଧ୍ୟକ୍ଷ, ବ୍ରିଗେଡିୟର ଆର୍‌.ଏସ୍‌. ଛିକାରା ଜୀ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣକାରୀ ଏବଂ ଆଇଏନ୍‌ଏର ଜଣେ ଚିରନ୍ତରନ ବ୍ୟକ୍ତିତ୍ୱ ଲେଫ୍ଟନାଣ୍ଟ ଆର୍‌. ମାଧବନ ଜୀ,

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 23rd, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଜାନୁଆରୀ 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗୌରବମୟ ଜୟନ୍ତୀର ତାରିଖ। ନେତାଜୀଙ୍କ ବୀରତ୍ୱ ଓ ସାହସ ଆମକୁ ପ୍ରେରଣା ଦିଏ ଏବଂ ତାଙ୍କ ପ୍ରତି ଆମ ମନରେ ସମ୍ମାନ ଭରିଦେଇଥାଏ। ସେ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ପରାକ୍ରମ ଦିବସ ରାଷ୍ଟ୍ରର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଲଟିଛି। ଏହା ଏକ ଖୁସିର ଘଟଣା ଯେ ପରାକ୍ରମ ଦିବସ 23 ଜାନୁଆରୀରେ, ଜାତୀୟ ଭୋଟର ଦିବସ 25 ଜାନୁଆରୀରେ, ଗଣତନ୍ତ୍ର ଦିବସ 26 ଜାନୁଆରୀରେ, 29 ଜାନୁଆରୀରେ ବିଟିଂ ରିଟ୍ରିଟ୍ ଏବଂ 30 ଜାନୁଆରୀରେ ପୂଜ୍ୟ ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ସେ ପରାକ୍ରମ ଦିବସରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ।

'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ

December 28th, 11:30 am

ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।

ଗୋଆ ମୁକ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

December 19th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗୋଆ ମୁକ୍ତି ଦିବସ ଦେଶକୁ ଭାରତର ଜାତୀୟ ଯାତ୍ରାର ଏକ ନିର୍ଣ୍ଣାୟକ ଅଧ୍ୟାୟ ମନେ ପକାଉଛି। ଯେଉଁମାନେ ଅନ୍ୟାୟକୁ ସ୍ୱୀକାର କରିବାକୁ ମନା କରିଥିଲେ ଏବଂ ସାହସ ଓ ଦୃଢ଼ ବିଶ୍ୱାସର ସହ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ସେମାନଙ୍କ ଅଦମ୍ୟ ଉତ୍ସାହକୁ ସେ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗୋଆର ସାମଗ୍ରିକ ପ୍ରଗତି ଦିଗରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବଳିଦାନ ଦେଶକୁ ପ୍ରେରଣା ଯୋଗାଇବ।

ଶ୍ରୀ ସି. ରାଜଗୋପାଳଚାରୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 10th, 09:37 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସି. ରାଜଗୋପାଳଚାରୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜଣେ ସ୍ୱାଧୀନତା ସଂଗ୍ରାମୀ, ଚିନ୍ତାନାୟକ, ବୁଦ୍ଧିଜୀବୀ ଏବଂ ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜାଜୀ ବିଂଶ ଶତାବ୍ଦୀର ସବୁଠାରୁ ତୀକ୍ଷ୍ଣ ମସ୍ତିଷ୍କମାନଙ୍କ ମଧ୍ୟରୁ ଜଣେ, ଯିଏକି ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ମାନବିକ ମର୍ଯ୍ୟାଦା ବଜାୟ ରଖିବାରେ ବିଶ୍ୱାସ ରଖନ୍ତି।

ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 15th, 03:15 pm

ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।

ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 15th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ​​ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।

ରାଷ୍ଟ୍ରୀୟ ଗୀତ'ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସମାରୋହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 07th, 10:00 am

ବନ୍ଦେ ମାତରମ୍, ଏହି ଶବ୍ଦଗୁଡ଼ିକ ହେଉଛି ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ହେଉଛି ମା’ ଭାରତୀଙ୍କ ସାଧନା, ମା’ଭାରତୀଙ୍କ ଆରାଧନା । ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସ ଭିତରକୁ ନେଇଯାଇଥାଏ। ଏହା ଆମର ଆତ୍ମବିଶ୍ୱାସକୁ, ଆମର ବର୍ତ୍ତମାନକୁ, ଆତ୍ମବିଶ୍ୱାସରେ ଭରି ଦେଇଥାଏ, ଏବଂ ଆମ ଭବିଷ୍ୟତକୁ ଏକ ନୂତନ ସାହସ ଦେଇଥାଏ ଯେ ଏମିତି କୌଣସି ସଂକଳ୍ପ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଆମେ ଭାରତବାସୀ ହାସଲ କରିପାରିବୁ ନାହିଁ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି

November 07th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।

ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

October 31st, 06:08 pm

ଶ୍ରୀ ମୋଦୀ ମନେ ପକାଇଛନ୍ତି ଯେ ଗତ ବର୍ଷ, ଗୁଜରାଟରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମସ୍ଥାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ତାଙ୍କୁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ସମାରୋହ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାରେ ଉଚ୍ଚାରିତ ବୈଦିକ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ଉର୍ଜ୍ଜାକୁ ସେ ଏବେ ବି ଅନୁଭବ କରିପାରୁଛନ୍ତି, ଯେପରିକି ତାହା ଗତକାଲି ଅନୁଷ୍ଠିତ ହୋଇଥିଲା ।