PM to visit Andhra Pradesh and Karnataka on 1 August

July 31st, 09:56 am

PM Modi will visit Andhra Pradesh and Karnataka on 1 August. In Andhra Pradesh, he will inaugurate the Alluri Sitarama Raju International Airport and launch development projects worth over ₹17,900 crore. He will also lay the foundation stone for Andhra Pradesh's first semiconductor manufacturing facility. During his visit to Karnataka, he will inaugurate the Swami Vivekananda Cultural Youth Centre - Viveka Smaraka in Mysuru.

The development of Chandigarh has always been the absolute priority of our government: PM Modi

July 17th, 02:08 pm

Launching multiple development projects in Chandigarh, PM Modi asserted that the development of Chandigarh has always been an absolute priority of the current government. He detailed the massive structural changes implemented in the region over the past decade. Congratulating the residents on the inauguration of healthcare, education and infrastructure projects, he also praised the city for striving to improve its cleanliness rankings.

ଚଣ୍ଡୀଗଡ଼ରେ ₹୪,୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

July 17th, 01:45 pm

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଦେଶର ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦୀ ଦଣ୍ଡମୂଳକ ଆଇନରୁ ନ୍ୟାୟକେନ୍ଦ୍ରିକ ବ୍ୟବସ୍ଥାକୁ ଦେଶ ରୂପାନ୍ତରିତ ହୋଇଛି। “ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଥିଲା,” ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ନେଦରଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 16th, 01:30 pm

ଏତେ ସ୍ନେହ। ଏତେ ବଡ଼ ଉତ୍ସାହ। ସତ କହିବାକୁ ଗଲେ, ଗୋଟିଏ ମୁହୂର୍ତ୍ତ ପାଇଁ ମୁଁ ପ୍ରାୟ ଭୁଲି ଯାଇଥିଲି ଯେ, ମୁଁ ନେଦରଲ୍ୟାଣ୍ଡରେ ଅଛି। ଏହା ଏପରି ଅନୁଭବ ହେଉଛି ଯେପରି ଭାରତରେ କୌଣସି ସ୍ଥାନରେ ଏକ ଉତ୍ସବ ଚାଲିଛି!

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

ହାଇଦ୍ରାବାଦରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 10th, 03:45 pm

ସାଇବେରାବାଦର ଶକ୍ତି ଜାତୀୟ ଏବଂ ବିଶ୍ୱସ୍ତରୀୟ। ଏହା ତେଲେଙ୍ଗାନା ଏବଂ ଦେଶର ଦ୍ରୁତ ବିକାଶର ଏକ ପ୍ରମୁଖ କେନ୍ଦ୍ର। ତେଣୁ, ଆଜି ସାଇବେରାବାଦରୁ, ତେଲେଙ୍ଗାନାକୁ ଦେଶର ଏକ ବଡ଼ ଉତ୍ପାଦନ ଶକ୍ତି କେନ୍ଦ୍ର କରିବା ପାଇଁ ଅନେକ ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଉଛି। ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି, ସେଗୁଡ଼ିକ ଏଠାରେ ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ତେଲେଙ୍ଗାନାର ସଂଯୋଗୀକରଣ ମଧ୍ୟ ସୁଦୃଢ଼ ​​ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ତେଲେଙ୍ଗାନାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 10th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାତୀୟ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର କେନ୍ଦ୍ର ଭାବରେ ହାଇଦ୍ରାବାଦର ପରିବର୍ତ୍ତନମୂଳକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତେଲେଙ୍ଗାନା ଏବଂ ସମଗ୍ର ଦେଶର ଦ୍ରୁତ ବିକାଶକୁ ଆଗେଇ ନେବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରି, ସେ ଆଜି ଆରମ୍ଭ ହୋଇଥିବା ଅନେକ ବଡ଼ ପ୍ରକଳ୍ପ ତେଲେଙ୍ଗାନାକୁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ବର୍ଣ୍ଣନା କରିଥିଲେ। ଏହି ପ୍ରକଳ୍ପ ଉଦ୍‌ଘାଟନଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ ​​କରିବା ସହିତ ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ଲୋକମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 06th, 05:24 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।

ଭାରତ ଗସ୍ତରେ ଆସିଥିବା ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତର ଫଳାଫଳ ତାଲିକା

May 06th, 03:44 pm

ଭାରତ ଗସ୍ତରେ ଆସିଥିବା ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତର ଫଳାଫଳ ତାଲିକା

ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

May 06th, 01:00 pm

ରାଷ୍ଟ୍ରପତି ତୋ ଲାମଙ୍କ ଭାରତ ଗସ୍ତ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ବହୁତ ଆନନ୍ଦିତ। ଭିଏତନାମର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବଂ ଅନେକ ବ୍ୟବସାୟିକ ନେତାଙ୍କ ସହ ଭାରତ ଗସ୍ତରେ ଆସି ଭାରତ-ଭିଏତନାମ ସମ୍ପର୍କରେ ସେ ଯେଉଁ ପ୍ରାଥମିକତା ରଖିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି।

ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

April 26th, 11:30 am

ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Prime Minister shares Sanskrit Subhashitam emphasising that Service to the nation is the foundation of a Developed India

April 21st, 11:54 am

On the occasion of Civil Services Day, PM Modi called upon people to reaffirm our commitment to building an empowered, prosperous and compassionate India. He also shared a Sanskrit verse emphasising that the Service to the nation is the foundation of a ‘Developed India.’

କୋରିଆ ଯୁକ୍ତରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

April 20th, 01:05 pm

ରାଷ୍ଟ୍ରପତି ଲୀଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି। ରାଷ୍ଟ୍ରପତି ଲୀଙ୍କ ଜୀବନ ସଂଘର୍ଷ, ସେବା ଓ ସମର୍ପଣର ଏକ ପ୍ରେରଣାଦାୟୀ ଉଦାହରଣ। ପ୍ରତ୍ୟେକ ଆହ୍ୱାନ ତାଙ୍କ ମନରେ ଜନସେବା ପ୍ରତି ସଂକଳ୍ପକୁ ଆହୁରି ସୁଦୃଢ କରିଛି। ଯଦିଓ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ, କିନ୍ତୁ ଭାରତ ପ୍ରତି ତାଙ୍କର ଗଭୀର ଆତ୍ମୀୟତା ଆମର ପ୍ରଥମ ସାକ୍ଷାତରୁ ହିଁ ସ୍ପଷ୍ଟ ହୋଇଛି।

"କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ" ଶୀର୍ଷକ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 01:14 pm

ବଜେଟ୍ ୱେବିନାର୍ ସିରିଜ୍ର ତୃତୀୟ ୱେବିନାର୍ କୁ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ପୂର୍ବରୁ, ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଦୁଇଟି ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଆଜି, ଆମେ ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେଉଛି । ଆପଣମାନେ ସମସ୍ତେ ଆପଣଙ୍କର ମୂଲ୍ୟବାନ ପରାମର୍ଶ ସହିତ ବଜେଟ୍ ଗଠନରେ ଅନେକ ଅବଦାନ ଦେଇଛନ୍ତି, ଏବଂ ଆପଣ ଆପଣଙ୍କର ପରାମର୍ଶଗୁଡ଼ିକୁ ବଜେଟ୍ ରେ ପ୍ରତିଫଳିତ ହୋଇଥିବା ଦେଖିପାରୁଥିବେ, ଯାହା ବହୁତ ସହାୟକ ପ୍ରମାଣିତ ହୋଇଛି। କିନ୍ତୁ ଏବେ ବଜେଟ୍ ଆସିଯାଇଛି, ବର୍ତ୍ତମାନ ବଜେଟ୍ ପରେ ତାହାର ସଂପୂର୍ଣ୍ଣ ସମ୍ଭାବନାର ଲାଭ ଦେଶକୁ ମିଳୁ, ଏହି ଦିଗରେ ମଧ୍ୟ ଏହାକୁ ସାକାର କରିବା ପାଇଁ ଆପଣଙ୍କର ଅଭିଜ୍ଞତା, ପରାମର୍ଶ ଏବଂ ଏକ ସରଳ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କିପରି ନିଶ୍ଚିତ କରିବା ଯେ ବଜେଟର ପ୍ରତ୍ୟେକ ଟଙ୍କା ଏହାର ଉଦ୍ଦେଶ୍ୟକୁ ହାସଲ କରୁଛି ? କିପରି ଆମେ ଏହାକୁ ଶୀଘ୍ର ସମ୍ଭବ କରି ପାରିବା ? ଏହି ୱେବିନାର୍ ପାଇଁ ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।

କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ ବିଷୟ ଉପରେ ପର୍ଯ୍ୟବେଶିତ ତୃତୀୟ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେଶିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ସମୟରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ, ବଜେଟ୍ ପରେ, ଦେଶ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

Prime Minister emphasises strong foundation built for a truly renewed partnership between the two nations with the visit of Prime Minister of Canada

March 03rd, 10:16 pm

Praising the visit of Canadian PM Mark Carney to India, PM Modi said that the visit has built a strong foundation for a truly renewed partnership between the two nations. He added that he looks forward to working together to build a bright future and shared prosperity for the people of both countries.

Our collective goal is a developed Tamil Nadu for developed India: PM Modi in Madurai

March 01st, 03:30 pm

PM Modi launched multiple development projects in Madurai, Tamil Nadu, aimed at transforming connectivity, boosting the economy and creating significant job opportunities for youth. In his speech, he highlighted 9 Vande Bharat trains, 9 Amrit Bharat trains, and the renovation of railway stations serving the people of Tamil Nadu. The PM also inaugurated Akashvani’s new FM relay transmitters.

ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 01st, 03:00 pm

୦୧.୦୩.୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା, ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଉଚ୍ଚମାନର ଭିତ୍ତିଭୂମି ନିର୍ମାଣ ମୌଳିକ ଭାବରେ ଲୋକଙ୍କୁ ସଶକ୍ତ କରିବ। ଏହି ବିକାଶର ଅର୍ଥ ହେଉଛି କୃଷକମାନଙ୍କ ପାଇଁ ବଜାରରେ ପହଞ୍ଚିବା ପାଇଁ ଉତ୍ତମ ରାସ୍ତା, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସହଜ ଯାତ୍ରା ଏବଂ ବ୍ୟବସାୟ ପାଇଁ ଦ୍ରୁତ ପରିବହନ, ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan

February 28th, 12:00 pm

At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

February 28th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ​​ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।