ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
February 02nd, 11:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିବାର ଚମତ୍କାର ଘୋଷଣା ପାଇଁ ଶ୍ରୀ ମୋଦୀ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ।List of Outcomes: Visit of President of the European Council and President of the European Commission to India
January 27th, 02:53 pm
The visit of the President of the European Council and the President of the European Commission to India led to a joint announcement on the conclusion of negotiations for the India–EU Free Trade Agreement. Several agreements and MoUs were signed in key areas, including Defence & Security, Skilling and Mobility, Disaster Management, Clean Energy, Science & Technology, Research & Innovation and connectivity.ଚିଲି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତି
April 01st, 12:31 pm
ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଭାରତ ପ୍ରତି ତାଙ୍କର ଦୃଢ଼ ବନ୍ଧୁତା ଭାବନା ଏବଂ ଆମ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ । ଏଥିପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କୁ ତଥା ତାଙ୍କ ବିଶିଷ୍ଟ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି ।ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ମରିସସ୍ ଗସ୍ତ
March 12th, 01:56 pm
ସୀମାପାର କାରବାର ନିମନ୍ତେ ସ୍ଥାନୀୟ ମୁଦ୍ରା (ଆଇଏନ୍ଆର୍ କିମ୍ବା ଏମ୍ୟୁଆର୍) ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ବ୍ୟାଙ୍କ ମଧ୍ୟରେ ଚୁକ୍ତି ।ୟୁରୋପିଆନ୍ କମିଶନର ଅଧ୍ୟକ୍ଷ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ଭାରତ ଗସ୍ତ (ଫେବୃଆରୀ ୨୭-୨୮, ୨୦୨୫)
February 28th, 06:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପିଆନ କମିଶନର ପ୍ରେସିଡେଣ୍ଟ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୟୁରୋପୀୟ ସଂଘ-ଭାରତର ରଣନୈତିକ ଭାଗିଦାରୀ ସେମାନଙ୍କ ଜନସାଧାରଣ ଏବଂ ବିଶ୍ୱ କଲ୍ୟାଣ ପାଇଁ ବୃହତ୍ ଲାଭ ପ୍ରଦାନ କରିଛି । ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ୨୦ ବର୍ଷ ଏବଂ ଭାରତ-ଇସି ସହଯୋଗ ଚୁକ୍ତିର ୩୦ ବର୍ଷରୁ ଅଧିକ ସମୟକୁ ଆଧାର କରି ସେମାନେ ଏହି ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବାକୁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଭାଷଣ (ଫେବୃଆରୀ ୨୮, ୨୦୨୫)
February 28th, 01:50 pm
ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଏତେ ବ୍ୟାପକ ସ୍ତରରେ ଗୋଟିଏ ଦେଶ ସହ ଇୟୁ କଲେଜ ଅଫ୍ କମିଶନରଙ୍କ ଯୋଗଦାନ ଅଭୂତପୂର୍ବ ଅଟେ । ଆମ ପାଇଁ ଏହା ପ୍ରଥମ ଥର, ଯେ ମୋର ଅନେକ କ୍ୟାବିନେଟ୍ ସହଯୋଗୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକତ୍ରିତ ହୋଇଛନ୍ତି। ମୋର ମନେ ଅଛି, ୨୦୨୨ ରେ ରାଇସିନା ଡାଏଲଗରେ ଆପଣ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ପ୍ରାକୃତିକ ଅଂଶୀଦାର ଅଟନ୍ତି । ଆଉ ଆଗାମୀ ଦଶନ୍ଧିରେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ୟୁରୋପୀୟ ସଂଘ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବ । ଏବଂ ବର୍ତ୍ତମାନ, ଆପଣଙ୍କର ନୂତନ କାର୍ଯ୍ୟକାଳର ଆରମ୍ଭରେ, ଆପଣ ଭାରତକୁ ଏକ ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି । ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏହା ଏକ ମାଇଲଖୁଣ୍ଟ ମୁହୂର୍ତ୍ତ ଅଟେ ।ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 21st, 02:15 am
ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ
November 21st, 02:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 14th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ ।Prime Minister conferred with the Order of the Druk Gyalpo
March 22nd, 03:39 pm
Prime Minister Narendra Modi was conferred the Order of the Druk Gyalpo, Bhutan’s highest civilian decoration, by His Majesty the King of Bhutan in a public ceremony at the Tendrelthang, Thimphu. Prime Minister Modi is the first foreign leader to be given this prestigious award. His Majesty the King of Bhutan had announced the conferment of the award during Bhutan’s 114th National Day celebrations held at the Tashichhodzong, Thimphu in December 2021.ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ ବିବୃତ୍ତି
May 24th, 06:41 am
ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଆତିଥ୍ୟ ଏବଂ ଆଦର-ସତ୍କାର ପାଇଁ ମୁଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତର ଦୁଇ ମାସ ମଧ୍ୟରେ ମୁଁ ଏଠାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷତ ବୈଠକ।ଜୁନ୍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ ଏବଂ ର୍ନିୟାତ ପୋର୍ଟାଲର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
June 22nd, 03:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - ବାଣିଜ୍ୟ ଭବନ କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ - ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍ ୟର୍ଲି ଆନାଲିସସ ଅଫ୍ ଟ୍ରେଡ)କୁ ମଧ୍ୟ ଉନ୍ମୋଚନ କରିବେ - ଯାହାକି ହିତାଧିକାରୀଙ୍କ ପାଇଁ ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ପାଇବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।Finalisation of the BRICS Counter Terrorism Strategy an important achievement: PM
November 17th, 05:03 pm
In his intervention during the BRICS virtual summit, PM Narendra Modi expressed his contentment about the finalisation of the BRICS Counter Terrorism Strategy. He said it is an important achievement and suggested that NSAs of BRICS member countries discuss a Counter Terrorism Action Plan.ଭର୍ଚୁଆଲ ବ୍ରିକ୍ସ ଶିଖର ସମ୍ମିଳନୀ-2020ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
November 17th, 05:02 pm
ଚଳିତ ବର୍ଷର ଶିଖର ସମ୍ମିଳନୀର ବିଷୟବସ୍ତୁ-“ ବୈଶ୍ୱିକ ସ୍ଥିରତା ଲାଗି ବ୍ରିକ୍ସ ସହଭାଗିତା, ସହଭାଗୀ ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି” ପ୍ରାସଙ୍ଗିକ ଏବଂ ଦୂରଦର୍ଶୀ। ବିଶ୍ୱ ରେ ଗୁରୁତ୍ୱପୂର୍ଣ୍ଣ ଜିଓ–ରଣନୈତିକ ପରିବର୍ତ୍ତନ ଆସୁଛି, ଯାହାର ପ୍ରଭାବ ସ୍ଥିରତା, ସୁରକ୍ଷା ଏବଂ ଅଭିବୃଦ୍ଧି ଉପରେ ପଡ଼ିଚାଲିବ, ଏବଂ ଏହି ତିନୋଟି କ୍ଷେତ୍ରରେ ବ୍ରିକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 03rd, 06:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକଠାରେ ଆସିଆନ/ଇଏଏସ ସମ୍ବନ୍ଧିତ ବୈଠକ ସମୟରେ ନଭେମ୍ବର 3, 2019ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କୁ ଭେଟିଥିଲେ ।ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 03rd, 06:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ 35ତମ ଆସିଆନ ଶିଖର ସମ୍ମିଳନୀ, 14ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (EAS) ଏବଂ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଜେନେରାଲ (ସେବା ନିବୃତ୍ତ) ପ୍ରାୟୁତ ଚାନ-ଓ-ଚାଙ୍କୁ ଭେଟିଥିଲେ ।ୟୁଏନଜିଏର 74ତମ ଅଧିବେଶନ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର ପ୍ରେସ ବିଜ୍ଞପ୍ତି
September 26th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 25, 2019ରେ ନ୍ୟୁୟର୍କଠାରେ ଆୟୋଜିତ ୟୁଏନଜିଏର 74ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀ ମିଷ୍ଟର ଚାର୍ଲ୍ସ ମାଇକେଲଙ୍କୁ ସାକ୍ଷାତ କରିଥିଲେ ।ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
January 25th, 01:00 pm
ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଭାରତର ଅଭିନ୍ନ ବନ୍ଦୁ, ରାଷ୍ଟ୍ରପତି ରାମାଫୋସା ଆଜି ଆମ ଗହଣରେ ଉପସ୍ଥିତ ରହିଛନ୍ତି । ତାଙ୍କ ପାଇଁ ଭାରତ ନୂଆ ନୁହେଁ, କିନ୍ତୁ ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଆହୁରି ତାଙ୍କର ଏହି ଭାରତ ଗସ୍ତ ଆମ ସମ୍ପର୍କର ଏକ ସ୍ୱତନ୍ତ୍ର ପର୍ଯ୍ୟାୟରେ ହେଉଛି । ଚଳିତ ବର୍ଷ ମହାତ୍ମା ଗାନ୍ଧୀଜୀଙ୍କର 150ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଗତବର୍ଷ ନେଲସନ ମାଣ୍ଡେଲାଙ୍କ ଜନ୍ମଶତବାର୍ଷିକୀ ବର୍ଷ ଥିଲା । ଏବଂ ଗତ ବର୍ଷ ଆମ ରାଜନୈତିକ ସମ୍ପର୍କର ରୌପ୍ୟ ଜୟନ୍ତୀ ମଧ୍ୟ ଥିଲା । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ବିଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି ରାମାଫୋସା ଭାରତ ଆସିଛନ୍ତି । ଏବଂ ତାଙ୍କର ଏହି ଭାରତ ଗସ୍ତ ଆମ ପାଇଁ ଆହୁରି ଅଧିକ ଗୁରୁତ୍ୱ ରଖୁଛି, କାରଣ ଆସନ୍ତାକାଲି ସେ ଭାରତୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହି ସମ୍ମାନ ଏବଂ ଗୌରବ ସେ ଆମକୁ ଦେଇଥିବାରୁ, ସେଥିପାଇଁ ସମସ୍ତ ଭାରତ ତାଙ୍କ ନିକଟରେ କୃତଜ୍ଞ ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମରୋକ୍କୋର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ସୁଶ୍ରୀ ରାକୀୟା ଏଡେର୍ହମ
January 17th, 11:33 pm
ମରୋକ୍କୋର ଶିଳ୍ପ, ନିବେଶ, ବାଣିଜ୍ୟ ଓ ଡିଜିଟାଲ ଅର୍ଥ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ସୁଶ୍ରୀ ରାକୀୟା ଏଡେର୍ହମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ (17 ଡିସେମ୍ବର, 2018) ଅବସରରେ ମିଳିତ ବିବୃତି
December 17th, 04:32 pm
ମାଳଦ୍ୱୀପ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମହମ୍ମଦ ସୋଲି ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ 16-18 ଡିସେମ୍ବର, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।