ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 24th, 11:20 am

ଏଥର ଆଲୋକର ପର୍ବ ଦୀପାବଳି ଆପଣ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ଆଣିଛି। ଉତ୍ସବ ମଧ୍ୟରେ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ପତ୍ର ପାଇବା, ଅର୍ଥାତ୍ ଉତ୍ସବର ଆନନ୍ଦ ଏବଂ ସଫଳତାର ଦ୍ୱିଗୁଣିତ ଖୁସି, ଏହି ଖୁସି ଆଜି ଦେଶର 51 ହଜାରରୁ ଅଧିକ ଯୁବକମାନଙ୍କୁ ମିଳିଛି। ମୁଁ ଅନୁଭବ କରିପାରୁଛି , ଆପଣ ସମସ୍ତଙ୍କ ପରିବାରରେ କେତେ ଖୁସି ଥିବ। ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୀବନର ଏହି ନୂତନ ଆରମ୍ଭ ପାଇଁ ମୁଁ ମୋର ଶୁଭକାମନା ଜଣାଉଛି।

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି । ନିଜର ଏହି ସମ୍ବୋଧନରେ ସେ କହିଥିଲେ ଯେ, ଚଳିତ ବର୍ଷର ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି । ପାର୍ବଣର ଆନନ୍ଦ ମଧ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ପାଇବା ଏହି ଆନନ୍ଦକୁ ଦ୍ବିଗୁଣିତ କରିଛି – ଅର୍ଥାତ୍ ଉଭୟ ପାର୍ବଣ ଓ ନିଯୁକ୍ତି ସଫଳତାର ଆନନ୍ଦ । ଏହି ଆନନ୍ଦ ଆଜି ଦେଶର ୫୧ ହଜାର ଯୁବକଯୁବତୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କ ପରିବାର ପାଇଁ ଅପାର ଆନନ୍ଦ ଆଣିଦେଇଛି । ଜୀବନରେ ନୂତନ ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜର୍ମାନୀ ବିଦେଶ ମନ୍ତ୍ରୀ

September 03rd, 08:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜର୍ମାନୀର ବିଦେଶ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ଭାରତ ଏବଂ ଜର୍ମାନୀ ନିଜ ରଣନୈତିକ ସହଭାଗିତାର ୨୫ ବର୍ଷ ପୂର୍ତ୍ତି ଉତ୍ସବ ମନାଉଛନ୍ତି । ଜୀବନ୍ତ ଲୋକତନ୍ତ୍ର ଏବଂ ଅଗ୍ରଣୀ ଅର୍ଥବ୍ୟବସ୍ଥା ରୂପରେ ଆମେ, ବ୍ୟାପାର, ପ୍ରାଦ୍ୟୋଗିକୀ, ନାବାଚାର, ସ୍ଥିରତା, ବିନିର୍ମାଣ ଏବଂ ଗତିଶୀଳତାରେ ପରସ୍ପର ଲାଭପ୍ରଦ ସହଯୋଗ କୁ ବୃଦ୍ଧି କରିବାର ଅପାର ସମ୍ଭାବନା ଦେଖୁଛୁ’ ।

ତଥ୍ୟ ଆଧାରିତ ସୂଚନା : ଭାରତ-ଜାପାନ ଅର୍ଥନୈତିକ ସୁରକ୍ଷା ସହଯୋଗ

August 29th, 08:12 pm

ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା, ଯାହା ଆମର ସାଧାରଣ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନରେ ସ୍ଥାପିତ ଉଭୟ ଦେଶର ସୁରକ୍ଷା ଏବଂ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍ଥିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଆମର ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଯାହା ଆମର ରଣନୈତିକ ଦୃଷ୍ଟିକୋଣ ଏବଂ ଆର୍ଥିକ ଆବଶ୍ୟକତାରେ ବୃଦ୍ଧି ପାଉଥିବା ସମନ୍ୱୟରୁ ଉତ୍ପନ୍ନ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨୦୨୪ ବ୍ୟାଚର ଆଇଏଫ୍‌ଏସ୍ ଶିକ୍ଷାନବୀଶ

August 19th, 08:34 pm

ଆଜି ସକାଳେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ୨୦୨୪ ବ୍ୟାଚ ଶିକ୍ଷାନବୀଶମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ । ୨୦୨୪ ବ୍ୟାଚରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୩୩ ଜଣ ଆଇଏଫ୍‌ଏସ୍ ଶିକ୍ଷାନବୀଶ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19th, 07:34 pm

ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ବିଦେଶ ମନ୍ତ୍ରୀ ଶ୍ରୀ ୱାଙ୍ଗ ୟି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 28th, 08:00 pm

ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।

Prime Minister Shri Narendra Modi addresses TV9 Summit 2025

March 28th, 06:53 pm

PM Modi participated in the TV9 Summit 2025. He remarked that India now follows the Equi-Closeness policy of being equally close to all. He emphasized that the world is eager to understand What India Thinks Today. PM remarked that India's approach has always prioritized humanity over monopoly. “India is no longer just a ‘Nation of Dreams’ but a ‘Nation That Delivers’”, he added.

ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ

March 16th, 11:47 pm

ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।

ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର

March 16th, 05:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଭାରତ-କତାର ମିଳିତ ବିବୃତି

February 18th, 08:17 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ କତାର ଅମୀର ଶେଖ ତମିମ ବିନ ହମାଦ ଅଲ ଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଚଳିତବର୍ଷ ସେ ୧୭ ଓ ୧୮ ଫେବୃୟାରୀ ଦୁଇ ଦିନ ଧରି ଭାରତ ଗସ୍ତ କରିଥିଲେ । ଅମୀରଙ୍କର ଏହାର ଦ୍ୱିତୀୟ ଭାରତ ଗସ୍ତ । ଅମୀରଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ, ପଦାଧିକାରୀ ଓ ବ୍ୟବସାୟୀମାନେ ବି ଭାରତ ଗସ୍ତରେ ଆସିଥିଲେ ।

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ସ୍ପେନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-ସ୍ପେନ୍ ମିଳିତ ବିବୃତି (ଅକ୍ଟୋବର ୨୮-୨୯, ୨୦୨୪)

October 28th, 06:32 pm

ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ରୂପ ଦେଇଛି ଏବଂ ଏହାକୁ ନୂତନ ଗତି ପ୍ରଦାନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥାପନ କରିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପେନ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଏଜେଣ୍ଡାକୁ ଆହୁରି ଉନ୍ନତ କରିବା ସହ ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଏବଂ ସାଂସ୍କୃତିକ ସହଯୋଗର ସମସ୍ତ ଦିଗରେ ସହଯୋଗ ସ୍ଥାପନ କରିବାକୁ ଉଭୟ ନେତା ସେମାନଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ଏବଂ ମାଳଦ୍ୱୀପ: ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ

October 07th, 02:39 pm

07.10.2024 : ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡ. ମହମ୍ମଦ ମୁଇଜୁ ୭ ଅକ୍ଟୋବର ୨୦୨୪ରେ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗର ସମୀକ୍ଷା କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗକୁ ବ୍ୟାପକ ଭାବେ ସମୀକ୍ଷା କରିଥିଲେ ଏବଂ ଉଭୟ ଦେଶର ଐତିହାସିକ ଘନିଷ୍ଠ ଏବଂ ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶର ଜନସାଧାରଣଙ୍କ ଉନ୍ନତିରେ ଅତ୍ୟନ୍ତ ସହାୟକ ହୋଇଛି ।

ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତ

October 07th, 12:25 pm

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି।

୨୦୨୩ ବ୍ୟାଚ୍ ର ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

August 29th, 06:35 pm

୨୦୨୩ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ (ଆଇଏଫ୍ଏସ୍)ର ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ୨୦୨୩ ବ୍ୟାଚରେ ୧୫ଟି ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୬ ଜଣ ଆଇଏଫ୍ଏସ୍ ଅଫିସର ପ୍ରଶିକ୍ଷାର୍ଥୀ ଅଛନ୍ତି।

ପୋଲାଣ୍ଡ ଓ ୟୁକ୍ରେନ୍ ଗଣତନ୍ତ୍ରକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୟାନ

August 21st, 09:07 am

ଆଜି ମୁଁ ପୋଲାଣ୍ଡ ଏବଂ ୟୁକ୍ରେନ୍ ଗଣତନ୍ତ୍ରକୁ ସରକାରୀ ଗସ୍ତରେ ଯାଉଛି ।

ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

August 11th, 08:17 am

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଖ ପ୍ରକାଶ କରିଛନ୍ତି ।

ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ

July 04th, 01:29 pm

ଏସସିଓର ସଦସ୍ୟ ଭାବରେ ଏହାର ସ୍ୱୀକୃତି ୨୦୧୭ କାଜାଖ ଅଧ୍ୟକ୍ଷତା ସମୟରେ ହୋଇଥିଲା ବୋଲି ଭାରତ ପ୍ରଶଂସାର ସହ ମନେ ପକାଉଛି । ସେବେଠାରୁ ଆମେ ଏସସିଓରେ ଅଧ୍ୟକ୍ଷତାର ଏକ ପୂର୍ଣ୍ଣ ଚକ୍ର ଶେଷ କରିଛୁ । ୨୦୨୦ରେ ଭାରତ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଏବଂ ୨୦୨୩ରେ ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆୟୋଜନ କରିଥିଲା। ଏସସିଓ ଆମ ବୈଦେଶିକ ନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।