ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ
November 09th, 09:59 am
ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 11-12 ନଭେମ୍ବର 2025 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କୁ ଭେଟିବେ। ଭୁଟାନର ଚତୁର୍ଥ ରାଜା ମହାମହିମ ଜିଗ୍ମେ ସିଙ୍ଗେ ୱାଙ୍ଗଚୁକଙ୍କ 70ତମ ଜନ୍ମ ବାର୍ଷିକୀ ଉତ୍ସବ ଏବଂ ବିଶ୍ୱ ଶାନ୍ତି ପ୍ରାର୍ଥନା ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବେ।ଭାରତ-ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଓ ସହଯୋଗ ନେଇ ଆକ୍ସନ ପ୍ଲାନ
August 29th, 06:54 pm
ଭାରତରୁ ଜାପାନକୁ ଦୁଇ ସୂତ୍ରୀ ଭିତିରେ ପାଂଚ ବର୍ଷ ଭିତରେ ପଚାଶ ହଜାର କୁଶଳୀ ବ୍ୟକ୍ତି ଓ ଦକ୍ଷ ପ୍ରତିଭାଙ୍କ ସମେତ ପାଂଚ ଲକ୍ଷ ବ୍ୟକ୍ତିଙ୍କ ବିନିମୟ ହେବ । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ସେମାନଙ୍କ ନାଗରିକଙ୍କ ଗସ୍ତ ଓ ବିନମୟକୁ ସୁଦୃଢ କରିବେ । ନିଜ ନିଜ ମାନବ ସମ୍ବଳକୁ ନେଇ ମୂଲ୍ୟବୋଧ ସୃଷ୍ଟି କରିବା ଓ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ଦେଶ ଗୁରୁତ୍ୱ ଦେବେ ।ରେକର୍ଡ ଭାଙ୍ଗିଲା ଭାରତୀୟ ଅର୍ଥନୀତି – ପ୍ରଧାନମନ୍ତ୍ରୀ ମୋଦୀ ଶେୟାର କଲେ ଚମତ୍କାର ଅଭିବୃଦ୍ଧି ମାଇଲଖୁଣ୍ଟ
August 21st, 09:25 pm
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଦ୍ରୁତ ଅର୍ଥନୈତିକ ପ୍ରଗତି ବିଶ୍ୱସ୍ତରରେ ସ୍ୱୀକୃତି ଅର୍ଜନ କରୁଛି ଏବଂ 140 କୋଟି ଭାରତୀୟଙ୍କ ସାମୂହିକ ଶକ୍ତିକୁ ପ୍ରତିଫଳିତ କରୁଛି । ଦେଶର ଅଭିବୃଦ୍ଧି ଯାତ୍ରା ରେ ଆତ୍ମବିଶ୍ୱାସ, ସ୍ଥିରତା ଏବଂ ନୂତନ ସୁଯୋଗ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।ମିଳିତ ଘୋଷଣାନାମା: ଭାରତ ଓ ବ୍ରାଜିଲ – ଉଚ୍ଚତର ହିତ ସାଧନ ନିମନ୍ତେ ଦୁଇ ମହାନ୍ ରାଷ୍ଟ୍ର
July 09th, 05:55 am
ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ
July 09th, 03:14 am
ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ମୁକାବିଲାରେ ସହଯୋଗ ପାଇଁ ଚୁକ୍ତିନାମା ।India is driving not only its own growth but also the world's growth: PM Modi at India Energy Week
February 11th, 11:37 am
At India Energy Week, PM Modi highlighted India's energy ambitions based on resources, innovation, economic strength, strategic geography and sustainability. He emphasised India's rapid progress in renewables, biofuels and green energy, policy reforms and investment opportunities, reaffirming the country's commitment to driving global growth and energy transformation.ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 11th, 09:55 am
ଏକବିଂଶ ଶତାବ୍ଦୀ ଭାରତର ବୋଲି ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ କହୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଭାରତ କେବଳ ଏହାର ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଶକ୍ତି ଆକାଂକ୍ଷା ପାଞ୍ଚଟି ସ୍ତମ୍ଭ ଉପରେ ନିର୍ମିତ: ସମ୍ବଳର ଉପଯୋଗ, ମେଧାବୀ ମାନସିକତା ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଅର୍ଥନୈତିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା, ରଣନୈତିକ ଭୌଗୋଳିକ ଶକ୍ତି ବାଣିଜ୍ୟକୁ ଆକର୍ଷଣୀୟ ଏବଂ ସହଜ କରିବା ତଥା ବିଶ୍ୱସ୍ଥାୟୀତ୍ବ ପ୍ରତି ପ୍ରତିବଦ୍ଧତା । ଏହି କାରଣଗୁଡ଼ିକ ଭାରତର ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଉତ୍ତରପ୍ରଦେଶର ସମ୍ବଲଠାରେ କଳକୀଧାମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 19th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ସମ୍ବଲଠାରେ ଶ୍ରୀକଳ୍କୀଧାମର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ବିଶାଳ ଜନସାଧାରଣଙ୍କୁ ସମ୍ବୋଧନ ଓ ଉଦ୍ବୋଧନ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ସାଧୁସନ୍ଥମାନଙ୍କୁ ସମ୍ବୋଧନ କରି କହିଛନ୍ତି ‘ଜୟ ମା’ କେଲା ଦେବୀ, ଜୟ ବୁଢେ ବାବାକୀ ଜୟ, ଭାରତ ମାତା କି ଜୟ ସମସ୍ତ ସଭ୍ୟମାନଙ୍କୁ ନିଜ ନିଜ ସ୍ଥାନ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି ।’ ଏହା ପରେ ଉତ୍ତରପ୍ରଦେଶର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ପୂଜ୍ୟ ଶ୍ରୀ ଅବଧେଷାନନ୍ଦ ଗିରିଜୀ, କଳ୍କୀଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଜୀ, ପୂଜ୍ୟ ସ୍ୱାମୀ କୈଳାସ ନନ୍ଦ ବ୍ରହ୍ମଚାରୀ ଜୀ, ପୂଜ୍ୟ ଜଗତ୍ଗୁରୁ ଶ୍ରୀ ରିତେଶ୍ୱର ଜୀ, ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପୂଜ୍ୟ ସନ୍ଥଗଣ ଏବଂ ପ୍ରିୟ ଶ୍ରଦ୍ଧାବାନ ଭାଇ ଓ ଭଉଣୀମାନେ, ଆପଣମାନେ ନିଜ ନିଜ ସ୍ଥାନ ଗ୍ରହଣ କରନ୍ତୁ କହି ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି।ଉତ୍ତର ପ୍ରଦେଶର ସମ୍ଭାଲ ଠାରେ ଶ୍ରୀ କଳ୍କୀ ଧାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
February 19th, 10:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାରେ ଶ୍ରୀ କଳ୍କୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ କଳ୍କୀ ଧାମ ମନ୍ଦିରର ମଡେଲକୁ ମଧ୍ୟ ଉନ୍ମୋଚନ କରିଥିଲେ । ଶ୍ରୀ କଳ୍କୀ ଧାମ ନିର୍ମାଣ ଟ୍ରଷ୍ଟ ଦ୍ୱାରା ଶ୍ରୀ କଳ୍କୀ ଧାମ ନିର୍ମାଣ କରାଯାଉଛି ଯାହାର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଧାର୍ମିକ ନେତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି ।For us, MSME means- Maximum Support to Micro Small and Medium Enterprises: PM Modi
June 30th, 10:31 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.PM participates in ‘Udyami Bharat’ programme
June 30th, 10:30 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ
February 12th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।Biofuels can power India’s growth in 21st century: PM Modi
August 10th, 11:10 am
The Prime Minister, Shri Narendra Modi, today addressed an event to mark World Biofuel Day in New Delhi. He addressed a perse gathering, consisting of farmers, scientists, entrepreneurs, students, government officials, and legislators.ବିଶ୍ୱ ଜୈବ ଇନ୍ଧନ ଦିବସରେ ଆୟୋଜିତ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 10th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ସେ ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ କର୍ମଚାରୀ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଥିଲେ ।ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକର ଉଦ୍ଘାଟନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 26th, 10:50 am
ଆଜି ମୁଁ ମୁମ୍ବାଇକୁ ଆସି ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ବ୍ୟାଙ୍କ୍ ସହ ଆମେ ତଥା ଅନ୍ୟ ସଦସ୍ୟ ରାଷ୍ଟ୍ରଗଣ ସଂପର୍କ ଗଭୀର କରିବାର ଏହା ଏକ ସୁଯୋଗ ।ସିଙ୍ଗାପୁରରେ ଆୟୋଜିତ ବ୍ୟବସାୟୀ ଏବଂ ସାମୁହିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 31st, 06:00 pm
ଆଜି ଏହି ଚମତ୍କାର ସମାରୋହରେ, ଆମେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସମ୍ପର୍କର ଶକ୍ତିକୁ ଦେଖିପାରୁଛୁ । ଏହା ଆମ ଐତିହ୍ୟ; ଆମ ଲୋକ ଏବଂ ଆମ ସମୟର ଶ୍ରେଷ୍ଠ ଭାଗିଦାରୀ । ଏହା ଦୁଇଟି ସିଂହଙ୍କ କୃପା, ମହିମା ଏବଂ ଗର୍ଜନର ସମୟ । ସିଙ୍ଗାପୁର ଆସିବା ସବୁବେଳେ ଆନନ୍ଦଦାୟକ । ଏହି ସହର ସବୁବେଳେ ପ୍ରେରଣା ଯୋଗାଇଥାଏ । ସିଙ୍ଗାପୁର ହୁଏତ’ ଛୋଟ ଦ୍ୱୀପ ହୋଇପାରେ, କିନ୍ତୁ ଏହାର ଛାପ ସାରା ବିଶ୍ୱରେ ରହିଛି । ଏହି ମହାନ ଦେଶ ଆମକୁ ଶିକ୍ଷା ଦେଇଛି ଯେ ଉଚ୍ଚସ୍ତରର ଉପଲବ୍ଧୀ ହାସଲ କରିବା ଏବଂ ବିଶ୍ୱସ୍ତରରେ ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବାରେ ସୀମାର ଆକାର ବାଧକ ସାଜିନଥାଏ ।ଇଣ୍ଡୋନେସିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 30th, 02:25 pm
ମୁଁ ଇଣ୍ଡୋନେସିଆର ଜନସାଧାରଣ, ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ବିଶେଷ କରି ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ପବିତ୍ର ରମଜାନ ମାସରେ ମୋତେ ସ୍ୱାଗତ କରିଛନ୍ତି । ଆଜି ସକାଳେ ମୋତେ ଇଣ୍ଡୋନେସିଆର ବିବିଧତାର ଝଲକ ବି ଦେଖିବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ରକମର ପୋଷାକ ପରିଧାନ କରି ନାଗରିକମାନେ, ଶିଶୁମାନେ ମୋତେ ସ୍ୱାଗତ କରିଥିଲେ । ସେହି ଭବ୍ୟ ଅଭ୍ୟର୍ଥନା ମୋର ହୃଦୟକୁ ଛୁଇଁଛି ।ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 30th, 02:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି ।