PM to inaugurate National Conference on “Strengthening Legal Aid Delivery Mechanisms” on 8th November

November 06th, 02:50 pm

PM Modi will inaugurate the National Conference on “Strengthening Legal Aid Delivery Mechanisms” on 8th November, 2025. During the programme, Prime Minister will launch the Community Mediation Training Module prepared by the National Legal Services Authority (NALSA). The two-day Conference, organised by NALSA, will deliberate on key aspects of the legal services framework.

ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 03rd, 11:00 am

ଆମ ମଧ୍ୟରେ ଉପସ୍ଥିତ ଦେଶର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ, ନୋବେଲ ପୁରସ୍କାର ବିଜେତା ସାର ଆଣ୍ଡ୍ରେ ଗାଇମ, ସମସ୍ତ ବୈଜ୍ଞାନିକ, ଉଦ୍ଭାବକ, ଶିକ୍ଷାବିତ୍, ଭାରତ ଏବଂ ବିଦେଶର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ!

ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 03rd, 10:30 am

ଏକବିଂଶ ଶତାବ୍ଦୀକୁ ଅଭୂତପୂର୍ବ ପରିବର୍ତ୍ତନର ସମୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ବ୍ୟବସ୍ଥା ଏକ ପରିବର୍ତ୍ତନର ସମ୍ମୁଖୀନ ହେଉଛି, କିନ୍ତୁ ଏହି ପରିବର୍ତ୍ତନର ଗତି ସାଧାରଣ ନୁହେଁ, ବରଂ ଅସାଧାରଣ। ଏହି ପରିପ୍ରେକ୍ଷୀରେ, ଭାରତ ଆଗକୁ ବଢ଼ୁଛି ଏବଂ ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସହିତ ଜଡିତ ବିଭିନ୍ନ ଦିଗ ଉପରେ ନିରନ୍ତର ଧ୍ୟାନ ଦେଉଛି। ଉଦାହରଣ ସ୍ୱରୂପ, ସେ ଗବେଷଣା ପାଣ୍ଠି କ୍ଷେତ୍ର ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଜୟ ଜବାନ, ଜୟ କିଷାନର ପ୍ରସିଦ୍ଧ ଜାତୀୟ ଚିନ୍ତାଧାରାକୁ ମନେ ପକାଇ କହିଥିଲେ ଏବଂ କହିଥିଲେ ଯେ ଗବେଷଣା ଉପରେ ନୂତନ ଗୁରୁତ୍ୱ ଦେଇ, ଏହି ଚିନ୍ତାଧାରାରେ ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ ଯୋଗ କରାଯାଇଛି । ସେ ସୂଚନା ଦେଇଥିଲେ ଯେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଗବେଷଣା ଫାଉଣ୍ଡେସନ ଫର ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର ଆବଣ୍ଟନ ସହିତ ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନା ଆରମ୍ଭ କରିବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ଘରୋଇ କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ପ୍ରଥମ ଥର ପାଇଁ, ଅଧିକ ବିପଦ ଥିବା ଓ ଉଚ୍ଚ-ପ୍ରଭାବ ସଂପନ୍ନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇଦିଆଯାଉଛି, ଶ୍ରୀ ମୋଦୀ କହିଥିଲେ।

ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 29th, 04:09 pm

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 29th, 04:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 26th, 02:20 pm

ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍‌ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।

କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

October 26th, 02:06 pm

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।

ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 09th, 04:41 pm

ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ତର ପ୍ରୟାସ ଦ୍ୱାରା, ଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି। ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ୱାରା ମୋର ବିଶ୍ୱାସ ଗଭୀର ହୋଇଛି ଯେ, ଆମେ ସ୍ୱାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ। ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୮-୯ ରେ ମହାରାଷ୍ଟ୍ର ଗସ୍ତ କରିବେ

October 07th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୮-୯ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ। ନଭି ମୁମ୍ବାଇରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ପ୍ରାୟ ଅପରାହ୍ନ ୩ତ ସମୟରେ ନବନିର୍ମିତ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୩ଟା ୩୦ ମିନିଟରେ, ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଉଦଘାଟନ କରି ମୁମ୍ବାଇରେ ଅନେକ ଗୁଡ଼ିଏ ପ୍ରକଳ୍ପର ଲୋକାର୍ପଣ କରିବେ। ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଆୟୁଷ୍ମାନ ଭାରତର ସପ୍ତମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ

September 23rd, 12:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ୭ ବର୍ଷ ପୂର୍ଣ୍ଣ ଅବସରରେ ଆଜି ଏହା ପୁଣି ସ୍ପଷ୍ଟ କରିଛନ୍ତି କି; ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମର୍ଥ୍ୟ, ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରି ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରିଛି ।

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା' ଉପରେ ଗୁରୁତ୍ୱ ଦେଇ, ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

September 04th, 08:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାର୍ବଜନୀନ ଆର୍ଥିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତା ପ୍ରତି, ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଜିଏସ୍‍ଟି ସଂସ୍କାରର ସଦ୍ୟତମ ପର୍ଯ୍ୟାୟରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଟିକସ ରିହାତି ପ୍ରବର୍ତ୍ତନ କରାଯାଇଛି, ଯାହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଧିକ ସୁଲଭ ଏବଂ ସହଜ କରିବ।

ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି

September 01st, 01:24 pm

ଆପଣଙ୍କୁ ସାକ୍ଷାତ କରି ବହୁତ ଖୁସି ଲାଗୁଛି ଏବଂ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ, ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଆମକୁ ଅନେକ ପ୍ରସଙ୍ଗରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଥାଏ ।

ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

September 01st, 01:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍‌ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି।

ଚୀନର ତିଆନଜିନରେ ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

September 01st, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି, ବିଶ୍ୱ ଶାସନ ସଂସ୍କାର, ଆତଙ୍କବାଦ ବିରୋଧୀ ପ୍ରୟାସ, ଶାନ୍ତି ଓ ସୁରକ୍ଷା, ଆର୍ଥିକ ଓ ବିତ୍ତୀୟ ସହଯୋଗ ଏବଂ ନିରନ୍ତର ବିକାଶ ଉପରେ ଫଳପ୍ରଦ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୧୧ ପରିବର୍ତ୍ତନକାରୀ ବର୍ଷ ପୂର୍ତ୍ତୀ ପାଳନ କଲେ ପ୍ରଧାନମନ୍ତ୍ରୀ

August 28th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ)ର ୧୧ତମ ବାର୍ଷିକୀ ପାଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ସମଗ୍ର ଭାରତରେ ଆର୍ଥିକ ସମାବେଶନକୁ ପୁନଃଆକୃତି ଦେଇଛି । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ପିଏମ୍‌ଜେଡିୱାଇ ଲୋକମାନଙ୍କର ସମ୍ମାନ ବୃଦ୍ଧି କରିଛି ଏବଂ ଶେଷ ମାଇଲ ପର୍ଯର୍୍ୟନ୍ତ ଆର୍ଥିକ ସମାବେଶନ ସୁବିଧା ପହଞ୍ଚାଇବା ସହ ଲୋକମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।

୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ

August 15th, 03:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 07:00 am

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

India celebrates 79th Independence Day

August 15th, 06:45 am

PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.

Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance

July 07th, 06:00 am

The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.

ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ (ଜୁଲାଇ ୦୨-୦୯)

June 27th, 10:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ । ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ । ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ ।