୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ବ୍ରୋଞ୍ଜ ପଦକ ଜିତିଥିବା ଅର୍ଜୁନ ଏରିଗୈସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 29th, 03:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହାରେ ଅନୁଷ୍ଠିତ ଏଫଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ, ବ୍ରୋଞ୍ଜ ପଦକ ଜିତିଥିବାରୁ ଅର୍ଜୁନ ଏରିଗୈସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଧୈର୍ଯ୍ୟ ଉଲ୍ଲେଖନୀୟ। ତାଙ୍କର ନିରନ୍ତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି, ବୋଲି ଶ୍ରୀ ମୋଦୀ କହିଛନ୍ତି।

୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ବ୍ରୋଞ୍ଜ ପଦକ ଜିତିଥିବା କୋନେରୁ ହମ୍ପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 29th, 03:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହାଠାରେ ଅନୁଷ୍ଠିତ ୨୦୨୫ ଏଫ୍‍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିବା କୋନେରୁ ହମ୍ପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। “ଖେଳ ପ୍ରତି ତାଙ୍କର ସମର୍ପଣ ପ୍ରଶଂସନୀୟ। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା,” ଶ୍ରୀ ମୋଦୀ କହିଛନ୍ତି।