ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ଆଉ ୩ ବର୍ଷ ନିମନ୍ତେ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ

November 29th, 03:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧.୦୪.୨୦୨୩ ରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି) କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) ରୂପରେ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି, ଯାହାର ଆର୍ଥିକ ବ୍ୟୟବରାଦ ୧୯୫୨.୨୩ କୋଟି ଟଙ୍କା ରହିବ, ଯେଉଁଥିରେ କେନ୍ଦ୍ରୀୟ ଅଂଶ ଭାବରେ ୧୨୦୭.୨୪ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ଭାବରେ ୭୪୪.୯୯ କୋଟି ଟଙ୍କା ରହିବ । କେନ୍ଦ୍ରୀୟ ଅଂଶ ପାଇଁ ନିର୍ଭୟା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ଏହି ଯୋଜନା ୦୨.୧୦.୨୦୧୯ରେ ଆରମ୍ଭ ହୋଇଥିଲା ।