ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।Assam’s progress is giving new momentum to entire Northeast: PM Modi in Guwahati
March 13th, 05:30 pm
PM Modi inaugurated and laid foundation stones for development projects worth around ₹19,480 crore in Guwahati, Assam. He transferred more than ₹18,000 crore under the PM Kisan Samman Nidhi scheme to Annadatas across the nation and distributed land pattas to tea plantation workers in Assam. He noted that the progress of Assam is giving new momentum to the entire North East and is emerging as a model state for the nation.PM Modi launches various development works in Guwahati, Assam
March 13th, 05:00 pm
PM Modi inaugurated and laid foundation stones for development projects worth around ₹19,480 crore in Guwahati, Assam. He transferred more than ₹18,000 crore under the PM Kisan Samman Nidhi scheme to Annadatas across the nation and distributed land pattas to tea plantation workers in Assam. He noted that the progress of Assam is giving new momentum to the entire North East and is emerging as a model state for the nation.ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 27th, 08:30 pm
ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ନେଟ୍ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 27th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍ ସମ୍ପର୍କରେ ଆଲୋଚନା କରିଥିଲେ।The voice of the Global South becomes stronger and more confident when India and Brazil work together: PM Modi at the India-Brazil Joint Press Meet
February 21st, 12:30 pm
In his statement at the India-Brazil Joint Press Meet, PM Modi lauded Brazil President Lula’s vision and leadership and said that his visit has added grace to the AI Impact Summit. He noted that in their discussions they deliberated on advancing in every field with shared purpose and shared aspirations. The PM expressed confidence that the President's visit will deepen the strategic partnership and open new avenues of cooperation in the years ahead.Bihar doesn't need ‘Katta Sarkar’: PM Modi in Sitamarhi
November 08th, 11:15 am
PM Modi addressed a large and enthusiastic gathering in Sitamarhi, Bihar, seeking blessings at the sacred land of Mata Sita and underlining the deep connection between faith and nation building. Recalling the events of November 8 2019, when he had prayed for a favourable Ayodhya judgment before inauguration duties the next day, he said today he had come to Sitamarhi to seek the people’s blessings for a Viksit Bihar. He reminded voters that this election will decide the future of Bihar’s youth and urged them to vote for progress.Unstoppable wave of support as PM Modi addresses rallies in Sitamarhi and Bettiah, Bihar
November 08th, 11:00 am
PM Modi today addressed large and enthusiastic gatherings in Sitamarhi and Bettiah, Bihar, seeking blessings in the sacred land of Mata Sita and highlighting the deep connection between faith and nation-building. Recalling the events of November 8, 2019, when he had prayed for a favourable Ayodhya verdict before heading for an inauguration the following day, he said he had now come to Sitamarhi to seek the people’s blessings for a Viksit Bihar.ଆସାମ ଗୋଲାଘାଟରେ ପଲିପ୍ରପଲିନ ପ୍ଲାଂଟ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 14th, 03:30 pm
ଭାରତ ମାତାଙ୍କର ଜୟ ହେଉ । ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୱାଲ, ହରଦୀପ ସିଂ ପୁରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିବର୍ଗ, ସାଂସଦ, ବିଧାୟକ ବନ୍ଧୁ, ଏଇଠି ଅଧିକ ସଂଖ୍ୟାରେ ସମବେତ ଭାଇ ଓ ଉଭଣୀମାନେ ।ଆସାମର ଗୋଲାଘାଟରେ ବାୟୋ-ଇଥାନଲ ପ୍ଲାଣ୍ଟ ଉଦଘାଟନ ଓ ପଲିପ୍ରୋପାଇଲିନ ୟୁନିଟ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 14th, 03:00 pm
ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଆସାମର ଗୋଲାଘାଟ ସ୍ଥିତ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ (ଏନଆରଏଲ)ରେ ଆସାମ ବାୟୋ ଇଥାନଲ ପ୍ଲାଣ୍ଟର ଉଦଘାଟନ ପଲିପ୍ରୋପାଇଲିନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ । ସେ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀମନ୍ତ ଶଙ୍କରଦେବଙ୍କ ଜୟନ୍ତୀର ମହତ୍ୱକୁ ସ୍ୱୀକାର କରିଥିଲେ ଏବଂ ପୂଜ୍ୟ ଗୁରୁଜନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।୧୩ ରୁ ୧୫ ସେପ୍ଟେମ୍ବର: ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ
September 12th, 02:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।India is driving not only its own growth but also the world's growth: PM Modi at India Energy Week
February 11th, 11:37 am
At India Energy Week, PM Modi highlighted India's energy ambitions based on resources, innovation, economic strength, strategic geography and sustainability. He emphasised India's rapid progress in renewables, biofuels and green energy, policy reforms and investment opportunities, reaffirming the country's commitment to driving global growth and energy transformation.ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 11th, 09:55 am
ଏକବିଂଶ ଶତାବ୍ଦୀ ଭାରତର ବୋଲି ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ କହୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଭାରତ କେବଳ ଏହାର ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଶକ୍ତି ଆକାଂକ୍ଷା ପାଞ୍ଚଟି ସ୍ତମ୍ଭ ଉପରେ ନିର୍ମିତ: ସମ୍ବଳର ଉପଯୋଗ, ମେଧାବୀ ମାନସିକତା ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଅର୍ଥନୈତିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା, ରଣନୈତିକ ଭୌଗୋଳିକ ଶକ୍ତି ବାଣିଜ୍ୟକୁ ଆକର୍ଷଣୀୟ ଏବଂ ସହଜ କରିବା ତଥା ବିଶ୍ୱସ୍ଥାୟୀତ୍ବ ପ୍ରତି ପ୍ରତିବଦ୍ଧତା । ଏହି କାରଣଗୁଡ଼ିକ ଭାରତର ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 04th, 07:00 pm
ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 04th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଦ୍ୱାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି
January 29th, 03:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଭାରତ ସରକାରଙ୍କ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ 1 ନଭେମ୍ବର, 2024ରୁ 31 ଅକ୍ଟୋବର, 2025 ପର୍ଯ୍ୟନ୍ତ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ତଦନୁଯାୟୀ, ଇଥାନଲ ଯୋଗାଣ ବର୍ଷ 2024-25 (1 ନଭେମ୍ବର 2024ରୁ 31 ଅକ୍ଟୋବର 2025) ପାଇଁ ଇବିପି କାର୍ଯ୍ୟକ୍ରମ ନିମନ୍ତେ ସି ହେଭୀ ମୋଲାସେସ (ସିଏଚଏମ)ରୁ ଉତ୍ପନ୍ନ ଇଥାନଲର ଏକ୍ସ-ମିଲ୍ ଦର ଲିଟର ପିଛା 56.58 ଟଙ୍କାରୁ ବୃଦ୍ଧି କରାଯାଇ ଲିଟର ପିଛା 57.97 ଟଙ୍କାରେ ଧାର୍ଯ୍ୟ କରାଯାଇଛି।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 02:15 pm
ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।