ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସିଏ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 01st, 12:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଆର୍ଥିକ ଯାତ୍ରାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ଦୀର୍ଘ ଦିନ ଧରି ବିଶ୍ୱସ୍ତ ଅଂଶୀଦାର ହୋଇ ରହିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ସ୍ୱଚ୍ଛତା ଏବଂ ବୃତ୍ତିଗତ ଉତ୍କର୍ଷତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମାଧ୍ୟମରେ ସେମାନେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ବ୍ୟବସାୟକୁ ସମର୍ଥନ କରିଛନ୍ତି, ଉଦ୍ୟମିତାକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ନିବେଶକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି।

ଡିଜିଟାଲ୍ ଇଣ୍ଡିଆର ୧୧ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ‘ବିକଶିତ ଭାରତ’ ଗଠନରେ ଡିଜିଟାଲ୍ ବିପ୍ଳବର ଗୁରୁତ୍ୱ

July 01st, 12:04 pm

ଶ୍ରୀ ମୋଦୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ କରିବା ସହ ସମଗ୍ର ଦେଶରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରୟାସ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି, ସରଳ ଡିଜିଟାଲ ପେମେଣ୍ଟ ଏବଂ ସ୍ୱଚ୍ଛ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରୁ ଆରମ୍ଭ କରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବିସ୍ତାର ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟାକୁ ‘ସହଜ ଜୀବନଯାପନ’ ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ କରିଛି ।

The aspirations, skills and potential of our youth shape the path to a Viksit Bharat: PM Modi at VBRY programme

June 19th, 05:15 pm

Addressing beneficiaries, industry representatives and stakeholders of the PM Viksit Bharat Rozgar Yojana, PM Modi disbursed incentives worth around ₹2,400 crore and highlighted the government's commitment to empowering India's youth and boosting employment generation. He described PM-VBRY as a bridge between youth and industry, noting that the scheme has supported the creation of 15 lakh jobs and brought nearly 70 lakh first-time employees under social security.

ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

June 19th, 05:00 pm

୧୯/୦୬/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ସହିତ ଜଡିତ ହିତାଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍-ଭିବିଆରୱାଇ) ଅଧୀନରେ ପ୍ରାୟ ଟ.୨,୪୦୦ କୋଟି ମୂଲ୍ୟର ପ୍ରୋତ୍ସାହନ ବଣ୍ଟନ କରିଛନ୍ତି, ଯାହା ଭାରତ ସରକାରଙ୍କ ପ୍ରମୁଖ ନିଯୁକ୍ତି-ସଂଲଗ୍ନ ପ୍ରୋତ୍ସାହନ ଯୋଜନା ପିଏମ୍-ଭିବିଆରୱାଇ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା କଭରେଜକୁ ବିସ୍ତାର କରିଛି। ଏହି ପ୍ରୋତ୍ସାହନ ଦେଶବ୍ୟାପୀ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।

Bharat Innovates is becoming a bridge between Indian talent and European capital: PM Modi in Nice, France

June 14th, 04:36 pm

PM Modi and French President Emmanuel Macron jointly inaugurated Bharat Innovates 2026 in Nice, France. Addressing a gathering, PM Modi highlighted India’s deep-tech revolution and the transformative potential of AI, satellite technology, advanced manufacturing and clean energy. He called for trusted, inclusive and human-centric innovation, while reaffirming India’s vision of becoming a global innovation hub.

ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 14th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ ଭାରତ ଇନୋଭେଟ୍ସ ୨୦୨୬ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ସ, ନବସୃଜନକାରୀ, ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍‌-ଟେକ୍‌ର ପ୍ରଦର୍ଶନ କରିଥାଏ ତଥା ୧୩ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ୧୨୦ ଉନ୍ନତ ଷ୍ଟାର୍ଟଅପ୍‌, ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନର ଉପସ୍ଥାପିତ କରିଥାଏ। ବିଶ୍ୱର ୩୫୦ରୁ ଅଧିକ ଶ୍ରେଷ୍ଠ ନିବେଶକ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

ଫ୍ରାନ୍ସ ଗସ୍ତରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

June 13th, 11:19 pm

ଫ୍ରାନ୍ସର ନିସ୍ ଗସ୍ତର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୃଢ ତଥା ସ୍ଥାୟୀ ସମ୍ପର୍କକୁ ପ୍ରତିଫଳିତ କରି ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ତଥା ସ୍ୱତନ୍ତ୍ର ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ଭାରତ-ଫ୍ରାନ୍ସ ସହଭାଗୀତାକୁ ଗଭୀର କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ନେବା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ସୂଚିତ କରେ ।

ଯୁବ ନେତୃତ୍ୱାଧୀନ ବିକାଶ ଏବଂ ସୁଦୃଢ଼ ନବସୃଜନ ପରିବେଶ ଗଠନ ପାଇଁ ସରକାରଙ୍କ ଦୃଢ଼ ପଦକ୍ଷେପ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

June 13th, 11:44 am

ସରକାର ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ଦୃଢ଼ତାର ସହିତ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଗତ ୧୨ ବର୍ଷର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଭାରତର ଯୁବପିଢ଼ି କିପରି ଆତ୍ମବିଶ୍ୱାସର ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରି ଚାଲିଛନ୍ତି।

PM shares a Sanskrit Subhashitam highlighting that Nari Shakti is the cornerstone of nation-building and the true embodiment of power

June 12th, 12:39 pm

PM Modi shared a Sanskrit Subhashitam highlighting Nari Shakti as the cornerstone of nation-building and the true embodiment of power. Reflecting on 12 years of women-led development, he noted the growing role of women across sectors such as financial inclusion, entrepreneurship, education, healthcare, sanitation, housing, science, innovation and governance.

ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

April 26th, 11:30 am

ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଏପ୍ରିଲ ୧୩ରେ ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

April 12th, 04:43 pm

ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ସ୍ତରର ‘‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’’ ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ସେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରିବେ।

"କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ" ଶୀର୍ଷକ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 01:14 pm

ବଜେଟ୍ ୱେବିନାର୍ ସିରିଜ୍ର ତୃତୀୟ ୱେବିନାର୍ କୁ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ପୂର୍ବରୁ, ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଦୁଇଟି ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଆଜି, ଆମେ ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେଉଛି । ଆପଣମାନେ ସମସ୍ତେ ଆପଣଙ୍କର ମୂଲ୍ୟବାନ ପରାମର୍ଶ ସହିତ ବଜେଟ୍ ଗଠନରେ ଅନେକ ଅବଦାନ ଦେଇଛନ୍ତି, ଏବଂ ଆପଣ ଆପଣଙ୍କର ପରାମର୍ଶଗୁଡ଼ିକୁ ବଜେଟ୍ ରେ ପ୍ରତିଫଳିତ ହୋଇଥିବା ଦେଖିପାରୁଥିବେ, ଯାହା ବହୁତ ସହାୟକ ପ୍ରମାଣିତ ହୋଇଛି। କିନ୍ତୁ ଏବେ ବଜେଟ୍ ଆସିଯାଇଛି, ବର୍ତ୍ତମାନ ବଜେଟ୍ ପରେ ତାହାର ସଂପୂର୍ଣ୍ଣ ସମ୍ଭାବନାର ଲାଭ ଦେଶକୁ ମିଳୁ, ଏହି ଦିଗରେ ମଧ୍ୟ ଏହାକୁ ସାକାର କରିବା ପାଇଁ ଆପଣଙ୍କର ଅଭିଜ୍ଞତା, ପରାମର୍ଶ ଏବଂ ଏକ ସରଳ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କିପରି ନିଶ୍ଚିତ କରିବା ଯେ ବଜେଟର ପ୍ରତ୍ୟେକ ଟଙ୍କା ଏହାର ଉଦ୍ଦେଶ୍ୟକୁ ହାସଲ କରୁଛି ? କିପରି ଆମେ ଏହାକୁ ଶୀଘ୍ର ସମ୍ଭବ କରି ପାରିବା ? ଏହି ୱେବିନାର୍ ପାଇଁ ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।

କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ ବିଷୟ ଉପରେ ପର୍ଯ୍ୟବେଶିତ ତୃତୀୟ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେଶିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ସମୟରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ, ବଜେଟ୍ ପରେ, ଦେଶ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

୬ ମାର୍ଚ୍ଚରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 05th, 06:04 pm

ଏହି ବିଷୟବସ୍ତୁ ଅନ୍ତର୍ଗତ, ଆଠଟି ଭିନ୍ନ ଭିନ୍ନ ୱେବିନାର ଅଧିବେଶନ ଆୟୋଜନ କରାଯାଉଛି, ଯେଉଁଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଛି: (୧) କୃଷି (୨) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (୩) ମତ୍ସ୍ୟପାଳନ (୪) ଗ୍ରାମୀଣ ଜୀବିକା ।

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତି

March 02nd, 05:05 pm

ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଫେବୃଆରୀ ୨୭ରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ କାର୍ନିଙ୍କର ପ୍ରଥମ ଭାରତ ଗସ୍ତ ଥିଲା। ଏହା ୨୦୧୮ ପରେ କାନାଡା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ କାର୍ନିଙ୍କ ସହିତ କାନାଡାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆସିଥିଲେ ଯେଉଁଥିରେ ବରିଷ୍ଠ ମନ୍ତ୍ରୀ, ପ୍ରାଦେଶିକ ନେତା ଏବଂ ପ୍ରମୁଖ ସିଇଓମାନେ ସାମିଲ ଥିଲେ।

ଫଳାଫଳ ତାଲିକା: କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

March 02nd, 05:04 pm

ଫଳାଫଳ ତାଲିକା: କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

୨୩ ଜାନୁଆରୀରେ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 22nd, 02:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁଆରୀ ୨୦୦୬ରେ କେରଳ ଗସ୍ତ କରିବେ । ସକାଳ ପ୍ରାୟ ୧୦:୪୫ ସମୟରେ ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଜାନୁଆରୀ ୧୬ ତାରିଖରେ ଷ୍ଟାର୍ଟଅପ୍ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

January 15th, 09:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହା ଜାନୁଆରୀ ୧୬ ତାରିଖ ଅପରାହ୍ନ ୧ଟା ସମୟରେ ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପର ଏକ ଦଶନ୍ଧି ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 06:45 pm

୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 12th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।