“Maitri Parv” celebrates the friendship between India and Oman: PM Modi during community programme in Muscat
December 18th, 12:32 pm
While addressing a large gathering of members of the Indian community in Muscat, PM Modi remarked that co-existence and cooperation have been hallmarks of the Indian diaspora. He noted that over the last 11 years, India has witnessed transformational changes across perse fields. He reaffirmed India’s deep commitment to the welfare of the diaspora and invited students to participate in ISRO’s YUVIKA programme.ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 18th, 12:31 pm
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 16th, 12:24 pm
ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
December 16th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 27th, 11:01 am
କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
October 09th, 11:25 am
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ।ପ୍ରଧାନମନ୍ତ୍ରୀ ୪ ଅକ୍ଟୋବରରେ ୬୨,୦୦୦ କୋଟିରୁ ଅଧିକ ମୂଲ୍ୟର ଯୁବ-କେନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ
October 03rd, 03:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଐତିହାସିକ ଯୁବ ବିକାଶ ପଦକ୍ଷେପର ଅଂଶ ସ୍ୱରୂପ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ଦେଶବ୍ୟାପୀ ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗୀତାକୁ ଏକ ନିର୍ଣ୍ଣାୟକ ପ୍ରୋତ୍ସାହନ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଆୟୋଜିତ ଜାତୀୟ ଦକ୍ଷତା ସମାବର୍ତ୍ତନର ଚତୁର୍ଥ ସଂସ୍କରଣ କୌଶଳ ସମାବର୍ତ୍ତନ ମଧ୍ୟ ଅନୁଷ୍ଠିତ ହେବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରଣାଳୟ ଅଧୀନରେ ଥିବା ୪୬ଟି ଅଖିଳ ଭାରତୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ସମ୍ମାନିତ କରାଯିବ।The development schemes of the Central and State governments empower women: PM Modi
September 26th, 03:00 pm
While interacting with beneficiaries of Bihar’s Mukhyamantri Mahila Rojgar Yojana, PM Modi said that every initiative of the Central and State governments is aimed at women’s welfare and empowerment. Beneficiaries shared their success stories, showcasing the schemes’ impact. The PM urged women to continue sharing such inspirational accounts of how government programs are bringing positive change in society.ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
September 26th, 02:49 pm
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଆଦିବାସୀ ମହିଳା ହିତାଧିକାରୀ ଶ୍ରୀମତୀ ରଞ୍ଜିତା କାଜି ତାଙ୍କ ଅଞ୍ଚଳରେ ଆସିଥିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ପ୍ରତି ସହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜୀବିକା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ହୋଇ, ତାଙ୍କର ଜଙ୍ଗଲିଆ ଅଞ୍ଚଳ - ପୂର୍ବରୁ ମୌଳିକ ଭିତ୍ତିଭୂମିରୁ ବଞ୍ଚିତ ଥିଲା – ଏବେ ସେଠାରେ ସଡ଼କ, ବିଦ୍ୟୁତ୍, ପାଣି, ପରିମଳ ଏବଂ ଶିକ୍ଷାର ସୁବିଧା ଉପଲବ୍ଧ ହୋଇଛି। ମହିଳାମାନଙ୍କ ଉପରେ କେନ୍ଦ୍ରିତ ପଦକ୍ଷେପଗୁଡ଼ିକ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁଥିରେ ସରକାରୀ ଚାକିରି ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିଥିବା ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ସେ ସାଇକେଲ ଏବଂ ୟୁନିଫର୍ମ ଯୋଜନାର ପ୍ରଶଂସା କରିଛନ୍ତି। ଯେତେବେଳେ ସ୍କୁଲ ୟୁନିଫର୍ମ ପିନ୍ଧି ଝିଅମାନେ ସାଇକେଲ ଚାଳନା କରନ୍ତି, ସେତେବେଳେ ସେମାନେ ଅନୁଭବ କରୁଥିବା ଗର୍ବ ବିଷୟରେ ସେ ଉଲ୍ଲେଖ କରିଛନ୍ତି।Prime Minister interacts with traders and entrepreneurs in Itanagar
September 22nd, 03:43 pm
PM Modi had an interaction with the traders and entrepreneurs in Itanagar, Arunachal Pradesh. Stating that they expressed their appreciation for the GST reforms and the launch of the GST Bachat Utsav, the PM highlighted how these initiatives will benefit key sectors. He emphasised quality standards and encouraged buying Made in India products.୨ ସେପ୍ଟେମ୍ବରରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଗଠନ ଲିମିଟେଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
September 01st, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ଦିନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍ର ଶୁଭାରମ୍ଭ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଅନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟରେ ୧୦୫ କୋଟି ଟଙ୍କା ମଧ୍ୟ ସ୍ଥାନାନ୍ତର କରିବେ ।୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ
August 15th, 03:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ: ସଂସ୍କାର, ଆତ୍ମନିର୍ଭରଶୀଳତା ଓ ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତୀକରଣ ଲାଗି ଏକ ଦୃଷ୍ଟିକୋଣ
August 15th, 10:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧିରେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ କରିଛି, କିନ୍ତୁ ଏବେ ଆହୁରି ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସେ କହିଛନ୍ତି ଯେ ସରକାର ଏକ ଆଧୁନିକ, ଦକ୍ଷ ଏବଂ ନାଗରିକ-ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠାରେ ଆଇନ, ନିୟମ ଏବଂ ପ୍ରକ୍ରିୟାଗୁଡ଼ିକ ସରଳ ଥିବ, ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହିତ କରାଯାଉଥିବ ଏବଂ ପ୍ରତ୍ୟେକ ଭାରତୀୟ ଏକ ବିକଶିତ ଭାରତ ନିର୍ମାଣରେ ଯୋଗଦାନ ଦେଉଥିବେ।୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 07:00 am
ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।India celebrates 79th Independence Day
August 15th, 06:45 am
PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ ଲାଗି ଏନଟିପିସି ଲିମିଟେଡ୍କୁ ଅଧିକ କ୍ଷମତା ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍
July 16th, 02:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଏନଟିପିସି ଲିମିଟେଡକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷମତା ପ୍ରଦାନ ଲାଗି ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ, ଏହି କ୍ଷମତା ପ୍ରଦାନ କରାଯାଇଛି। ଏନଟିପିସି ଲିମିଟେଡ୍ ଏହି କ୍ଷମତା ବଳରେ ନିଜର ସହାୟକ କମ୍ପାନୀ ଏନଟିପିସି ସବୁଜ ଶକ୍ତି ଲିମିଟେଡ୍ (ଏନଜିଇଏଲ)ରେ ନିବେଶ କରିପାରିବ। ଏହା ପରେ ଏନଜିଇଏଲ ଦ୍ୱାରା ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍ (ଏନଆରଇଏଲ) ଓ ଏହାର ଯୌଥ/ସହାୟକ ଉଦ୍ୟୋଗରେ ନିବେଶ କରାଯାଇ ପାରିବ। ଏହି ନିବେଶ କ୍ଷମତା ୭,୫୦୦ କୋଟି ଟଙ୍କାରୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୂର୍ବ ଅନୁମୋଦିତ ସୀମା ଠାରୁ ଅଧିକ ହେବ। ଫଳରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲାଗି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେବ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ନାମିବିୟା ଗସ୍ତ
July 09th, 08:17 pm
ନାମିବିୟାର ଉଦ୍ୟୋଗୀତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ବୁଝାମଣାପତ୍ରନାମିବିଆର ଜାତୀୟ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 09th, 08:14 pm
ଦୟାକରି ମୋତେ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁମତି ଦିଅନ୍ତୁ । ଲୋକମାନେ ଆପଣଙ୍କୁ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଜନାଦେଶ ଦେଇଛନ୍ତି। ଆପଣ ସମସ୍ତେ ଜାଣନ୍ତି, ରାଜନୀତିରେ,ଏହା ଉଭୟ ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ। ମୁଁ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆପଣଙ୍କ ସଫଳତା କାମନା କରୁଛି।Prime Minister addresses the Namibian Parliament
July 09th, 08:00 pm
PM Modi addressed the Parliament of Namibia and expressed gratitude to the people of Namibia for conferring upon him their highest national honour. Recalling the historic ties and shared struggle for freedom between the two nations, he paid tribute to Dr. Sam Nujoma, the founding father of Namibia. He also called for enhanced people-to-people exchanges between the two countries.