Skyroot’s Infinity Campus is a reflection of India’s new vision, innovation and the power of our youth: PM Modi

November 27th, 11:01 am

PM Modi inaugurated Skyroot’s Infinity Campus in Hyderabad, extending his best wishes to the founders Pawan Kumar Chandana and Naga Bharath Daka. Lauding the Gen-Z generation, he remarked that they have taken full advantage of the space sector opened by the government. The PM highlighted that over the past decade, a new wave of startups has emerged across perse sectors and called upon everyone to make the 21st century the century of India.

Prime Minister Shri Narendra Modi inaugurates Skyroot’s Infinity Campus in Hyderabad via video conferencing

November 27th, 11:00 am

PM Modi inaugurated Skyroot’s Infinity Campus in Hyderabad, extending his best wishes to the founders Pawan Kumar Chandana and Naga Bharath Daka. Lauding the Gen-Z generation, he remarked that they have taken full advantage of the space sector opened by the government. The PM highlighted that over the past decade, a new wave of startups has emerged across perse sectors and called upon everyone to make the 21st century the century of India.

ଗୁଜରାଟର ସୁରଟରେ ଭାରତର ବୁଲେଟ ଟ୍ରେନ ପଛରେ ଥିବା ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

November 16th, 03:50 pm

ଆପଣ କ’ଣ ଭାବୁଛନ୍ତି, ଗତି ଠିକ ଅଛି ? ଆପଣମାନେ ଯେଉଁ ଟାଇମ ଟେବୁଲ ସ୍ଥିର କରିଥିଲେ, ତାହା ପାଳନ କରୁଛନ୍ତି ନା, କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି? ବୁଲେଟ ଟ୍ରେନ କର୍ମଚାରୀ – ନା, ସାର୍‌, କୌଣସି ଅସୁବିଧା ନାହିଁ ।

ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 16th, 03:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଗତି ଓ ଧାର୍ଯ୍ୟ ସମୟସୀମା ଅନୁସରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ। ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି।

ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 09th, 01:00 pm

ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।

ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 09th, 12:30 pm

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୯ ତାରିଖ ହେଉଛି ଏକ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସଂଘର୍ଷର ପରିଣାମ । ଏହି ଦିନ ଆମ ସମସ୍ତଙ୍କ ମଧ୍ୟରେ ଗର୍ବର ଗଭୀର ଭାବନା ସୃଷ୍ଟି କରେ। ସେ କହିଥିଲେ ଯେ ଉତ୍ତରାଖଣ୍ଡର ଦେବତୁଲ୍ୟ ଲୋକମାନେ ଏକ ସ୍ୱପ୍ନ ଦେଖିଥିଲେ, ଯାହା ୨୫ ବର୍ଷ ପୂର୍ବେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂରଣ ହୋଇଥିଲା। ଗତ ୨୫ ବର୍ଷର ଯାତ୍ରା ଉପରେ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି, ଏହି ସୁନ୍ଦର ରାଜ୍ୟ ନିର୍ମାଣ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆନନ୍ଦିତ ହେବା ସ୍ୱାଭାବିକ। ସେ କହିଥିଲେ ଯେ ଯେଉଁମାନେ ପର୍ବତକୁ ଭଲ ପାଆନ୍ତି, ଉତ୍ତରାଖଣ୍ଡର ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଦର କରନ୍ତି ଏବଂ ଦେବଭୂମିର ଲୋକଙ୍କ ପ୍ରତି ସ୍ନେହ ରଖନ୍ତି, ସେମାନେ ଆଜି ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ।

ମହାରାଷ୍ଟ୍ରର ମୁମ୍ୱାଇରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 08th, 03:44 pm

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ରାମଦାସ ଅଠାଓ୍ୱଲେ ଜୀ, କେଆର୍ ନାଇଡୁ ଜୀ, ମୁରଳୀଧର ମୋହୋଳ ଜୀ, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାଓ୍ୱାର ଜୀ, ଅନ୍ୟ ମନ୍ତ୍ରୀଗଣ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଇଜି ଓନୋ ଜୀ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!

ନଭି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 08th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଝାରସୁଗୁଡାରେ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 27th, 11:45 am

ଏଠାକାର କିଛି ଯୁବ ବନ୍ଧୁ ଅନେକ କଳାକୃତି ସାଥିରେ ନେଇ ଆସିଛନ୍ତି। ଓଡ଼ିଶାବାସୀଙ୍କ କଳା ପ୍ରତି ଥିବା ଅନୁରାଗ ବିଶ୍ୱ ପ୍ରସିଦ୍ଧ। ମୁଁ ଆପଣ ସମସ୍ତଙ୍କଠାରୁ ଏହି ଉପହାର ଗ୍ରହଣ କରୁଛି ଏବଂ ମୋର ଏସ୍‌ପିଜି ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସେଗୁଡ଼ିକୁ ଆପଣଙ୍କଠାରୁ ସଂଗ୍ରହ କରିନିଅନ୍ତୁ। ଯଦି ଆପଣମାନେ ପଛରେ ଆପଣଙ୍କର ନାମ ଏବଂ ଠିକଣା ଲେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ମୋଠାରୁ ଏକ ଚିଠି ପାଇବେ। ସେଠାରେ, ପଛରେ ମଧ୍ୟ ଏକ ପିଲା କିଛି ଧରି ଠିଆ ହୋଇଛି; ତାଙ୍କ ହାତ ଯନ୍ତ୍ରଣା କରୁଥିବ। ସେ ବହୁ ସମୟ ହେଲା ଏହାକୁ ଧରି ଠିଆ ହୋଇଛି। ଦୟାକରି ତାହା ମଧ୍ୟ ସଂଗ୍ରହ କରିନିଅନ୍ତୁ, ଭାଇ। ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ପଛରେ ଆପଣଙ୍କର ନାମ ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଚିଠି ଲେଖିବି। ଆପଣ ଆତ୍ମୀୟତାର ସହିତ ଏହି କଳାକୃତି ସୃଷ୍ଟି କରିଥିବାରୁ ମୁଁ ସମସ୍ତ ଯୁବକ, ମହିଳା ଏବଂ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।

ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 27th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମା’ ଏବଂ ଭଉଣୀଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେମାନଙ୍କର ଆଶୀର୍ବାଦ ହିଁ ଶକ୍ତିର ପ୍ରକୃତ ଉତ୍ସ। ଏହି ଅବସରରେ ସବୁ ଲୋକମାନଙ୍କୁ ସେ ପ୍ରଣାମ ଜଣାଇଥିଲେ।

ବିହାରର ପୁର୍ଣ୍ଣିୟାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 15th, 04:30 pm

ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, ମଞ୍ଚରେ ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

September 15th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ସମ୍ମାନଜନକ ଶୁଭେଚ୍ଛା ଜଣାଇଛନ୍ତି। ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା' ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଏବଂ ମହର୍ଷି ମେହି ବାବାଙ୍କ ଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଏବଂ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଏବଂ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା।

ଇଞ୍ଜିନିୟର ଦିବସରେ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

September 15th, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଞ୍ଜିନିୟର ଦିବସ ଅବସରରେ ଭାରତ ରତ୍ନ ସାର ଏମ୍‌. ବିଶ୍ୱେଶ୍ୱରାୟଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାହାଙ୍କ ଅଗ୍ରଣୀ ଅବଦାନ ଭାରତର ଆଧୁନିକ ଇଞ୍ଜିନିୟରିଂ ଦୃଶ୍ୟପଟର ମୂଳଦୁଆ ସ୍ଥାପନ କରିଥିଲା ।

ମିଜୋରାମର ବିଭିନ୍ନ ଉନ୍ନତିମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 10:30 am

ମିଜୋରାମ ରାଜ୍ୟପାଳ ଭି.କେ.ସିଂହ, ମୁଖ୍ୟମନ୍ତ୍ରୀ ଲାଲଡୁହୋମା, କେନ୍ଦ୍ର କ୍ୟାବିନେଟର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ସରକାରଙ୍କ ମନ୍ତ୍ରୀବର୍ଗ, ସାଂସଦ, ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ ଓ ମିଜୋରାମ ଜନତା ।

ମିଜୋରାମର ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 13th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରେଳ, ରାସ୍ତା, ବିଦ୍ୟୁତ୍, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀଳ ପର୍ବତମାଳାର ଏହି ସୁନ୍ଦର ଭୂମିରେ ରାଜତ୍ୱ କରିଥିବା ପରମେଶ୍ୱର ପାଠିଆନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ମିଜୋରାମର ଲାଙ୍ଗପୁଇ ବିମାନବନ୍ଦରରେ ଉପସ୍ଥିତ ଥିବାରୁ ଏବଂ ଖରାପ ପାଗ ଯୋଗୁଁ ଆଇଜଲରେ ଲୋକଙ୍କୁ ଭେଟିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ପରିସ୍ଥିତି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ମାଧ୍ୟମରେ ମଧ୍ୟ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିପାରିବେ।

ନୂଆଦିଲ୍ଲୀରେ ସାଂସଦମାନଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡ଼ିକର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 11th, 11:00 am

କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀ ଓମ ବିର୍ଲା ଜୀ, ମନୋହର ଲାଲ ଜୀ, କିରେନ ରିଜିଜୁ ଜୀ, ମହେଶ ଶର୍ମା ଜୀ, ସଂସଦରେ ସମସ୍ତ ସମ୍ମାନିତ ସାଂସଦଗଣ, ଲୋକସଭାର ମହାସଚିବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ନୂଆଦିଲ୍ଲୀରେ ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 11th, 10:30 am

ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଏବଂ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି। ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ। ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସରକାରୀ ବାସଗୃହର ଉପଲବ୍ଧତା ଏବେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଏବଂ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ।

India is a supporter and a fellow traveller in Ghana’s journey of nation building: PM Modi

July 03rd, 12:32 am

PM Modi and President Mahama of Ghana attended joint press meet. In his remarks, PM Modi thanked the President for the warm welcome given to him. Both the leaders have decided to elevate the bilateral relationship into a Comprehensive Partnership”. The PM remarked that shared beliefs, struggles, and a shared dream for an inclusive future lie at the heart of the friendship between India and Ghana.

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 02nd, 05:34 pm

ଆଇ. ଏ. ଟି. ଏ. ର 81ତମ ବାର୍ଷିକ ସାଧାରଣ ସଭାରେ, ଏବଂ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀରେ, ମୁଁ ଆପଣ ସମସ୍ତ ଅତିଥିଙ୍କୁ ଭାରତକୁ ସ୍ୱାଗତ କରୁଛି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। 4 ଦଶନ୍ଧି ପରେ ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି 4 ଦଶନ୍ଧି ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ଆଜିର ଭାରତ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଆମେ କେବଳ ବିଶ୍ୱ ବିମାନ ଚଳାଚଳ ଇକୋ-ସିଷ୍ଟମରେ ଏକ ବିଶାଳ ବଜାର ନୁହେଁ, ବରଂ ନୀତିଗତ ନେତୃତ୍ୱ, ନବସୃଜନ ଏବଂ ସମାବେଶୀ ବିକାଶର ପ୍ରତୀକ ମଧ୍ୟ ଅଟେ । ଆଜି ଭାରତ ବିଶ୍ୱ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ଉଦୀୟମାନ ନେତୃତ୍ୱ ନେଉଛି। ବିଗତ ଦଶନ୍ଧିରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ଐତିହାସିକ ସଫଳତା ମିଳିଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି।

ଆଇଏଟିଏ ର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 02nd, 05:00 pm

ବିଶ୍ୱସ୍ତରୀୟ ବିମାନ ଭିତ୍ତିଭୂମି ବିକାଶ ଏବଂ ସଂଯୋଗ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଟରନାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ)ର ୮୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଏବଂ ୱାର୍ଲଡ୍ ଏୟାର ଟ୍ରାନ୍ସପୋର୍ଟ ସମିଟ୍ (ଡବ୍ଲୁଏଟିଏସ)ର ଅଧିବେଶନରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତିଥିମାନଙ୍କୁ ସ୍ୱାଗତ କରି ଚାରି ଦଶନ୍ଧି ପରେ ଭାରତକୁ ଫେରିବା ଘଟଣାଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଏହି ସମୟ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ଭାରତ ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ। କେବଳ ଏକ ବିଶାଳ ବଜାର ଭାବରେ ନୁହେଁ ବରଂ ନୀତି ନେତୃତ୍ୱ, ନବସୃଜନ ଏବଂ ସମନ୍ବିତ ବିକାଶର ପ୍ରତୀକ ଭାବରେ ସେ ବିଶ୍ୱ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି, ଭାରତ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ନେତା ଭାବରେ ଉଭା ହେଉଛି, ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗତ ଦଶନ୍ଧିରେ ଐତିହାସିକ ଉନ୍ନତି ଦେଖିଛି, ଯାହାକୁ ସ୍ୱୀକୃତି ମିଳିପାରିଛି।