The development of Chandigarh has always been the absolute priority of our government: PM Modi

July 17th, 02:08 pm

Launching multiple development projects in Chandigarh, PM Modi asserted that the development of Chandigarh has always been an absolute priority of the current government. He detailed the massive structural changes implemented in the region over the past decade. Congratulating the residents on the inauguration of healthcare, education and infrastructure projects, he also praised the city for striving to improve its cleanliness rankings.

ଚଣ୍ଡୀଗଡ଼ରେ ₹୪,୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

July 17th, 01:45 pm

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଦେଶର ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦୀ ଦଣ୍ଡମୂଳକ ଆଇନରୁ ନ୍ୟାୟକେନ୍ଦ୍ରିକ ବ୍ୟବସ୍ଥାକୁ ଦେଶ ରୂପାନ୍ତରିତ ହୋଇଛି। “ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଥିଲା,” ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ହରିଆଣାର ଜିନ୍ଦରେ ବହୁବିଧ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 17th, 12:00 pm

ଜିନ୍ଦର ଏହି ଗୌରବମୟ ଭୂମିରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାମ-ରାମ ! ଏହି ପବିତ୍ର ମାଟିକୁ ମୁଁ ଆସି ମୋର ହୃଦୟ ଆନନ୍ଦରେ ଭରିଯାଉଛି । ଏହା କୌଣସି ସାଧାରଣ ଭୂମି ନୁହେଁ,ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଗର୍ବର ଭୂମି । ଶକ୍ତି ପୀଠ ମାତା ଜୟଁନ୍ତୀୟାଁଙ୍କ ଆଶୀର୍ବାଦ ଏହି ସହର ଉପରେ ସର୍ବଦା ରହିଥାଏ। ମୋ ପାଇଁ, ଜିନ୍ଦ ଆସିବା ପୁରୁଣା ସ୍ମୃତି ପାଇଁ ଏକ ଝରକା ଖୋଲିବା ଭଳି। ମୁଁ ଆଜି ଏଠାରେ ଅନେକ ପରିଚିତ ଚେହେରା ଦେଖିପାରୁଛି। ଅନେକ ଲୋକ ଦାବି କରନ୍ତି ଯେ ମୁଁ ଏଠାକୁ ସେମାନଙ୍କ ସ୍କୁଟରରେ ଚଢ଼ି ଆସୁଥିଲି। ଦଶନ୍ଧି ପୂର୍ବରୁ, ମୁଁ ପ୍ରଥମେ ସଂଗଠନ କାର୍ଯ୍ୟ ପାଇଁ ଜିନ୍ଦ ଆସୁଥିଲି। ସେତେବେଳେ ଆପଣମାନେ ମୋତେ ଯେଉଁ ସ୍ନେହ ଏବଂ ଭଲପାଇବା ଦେଇଥିଲେ, ତାହା ମୁଁ କେବେ ଭୁଲି ପାରିନାହିଁ। ଏଠିକାର ମଇଁଷିର କ୍ଷୀର, ଦହି ଏବଂ ଘିଅ, ଜିନ୍ଦର ଦେଶୀ ବୁରା ଏବଂ ଏଠାକାର ଘେଓ୍ବର , ଏହି ସ୍ମୃତି ଗୁଡ଼ିକ ଚିରକାଳ ପାଇଁ ଜିନ୍ଦ ସହିତ ଜଡିତ ।

ହରିୟାଣାର ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶିଳାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 17th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶକ୍ତିପୀଠ ମାତା ଜୟନ୍ତୀ ଦ୍ୱାରା ଅନନ୍ୟ ଭାବରେ ଆଶୀର୍ବାଦପ୍ରାପ୍ତ ଏହି ଅଞ୍ଚଳର ସମୃଦ୍ଧ ଐତିହାସିକ, ସାମରିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଦଶନ୍ଧି ପୂର୍ବେ ସଂଗଠନ ଦାୟିତ୍ୱ ପାଇଁ ସହରକୁ ତାଙ୍କର ପ୍ରାରମ୍ଭିକ ଗସ୍ତକୁ ମନେ ପକାଇ, ତାଙ୍କୁ ମିଳିଥିବା ଅବିସ୍ମରଣୀୟ ସ୍ନେହକୁ ସେ ସ୍ମରଣ କରିଥିଲେ, ଯାହା ସ୍ଥାନୀୟ ଖାଦ୍ୟ ସାମଗ୍ରୀ ଯେପରିକି ମୁରାହ ମଇଁଷି ଡାଏରୀ, ଦେଶୀ ବୁରା ଏବଂ ଘେୱର ସହିତ ଆନ୍ତରିକ ଭାବରେ ଜଡିତ ବୋଲି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହା କୌଣସି ସାଧାରଣ ଭୂମି ନୁହେଁ; ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଅପାର ଗର୍ବର ଏକ ମହାନ ଭୂମି।

The commissioning of INS Agray, INS Dunagiri and INS Sanshodhak is a reflection of India's increasing self-reliance: PM Modi in Kolkata

June 21st, 12:51 pm

PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.

PM Modi commissions three indigenously designed and built naval ships – INS Dunagiri, INS Sanshodhak and INS Agray

June 21st, 12:50 pm

PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.

India-ROK Comprehensive Framework for Partnership in Shipbuilding, Shipping and Maritime Logistics

April 20th, 10:51 pm

PM Modi and President Lee Jae Myung of the Republic of Korea held productive and in-depth exchange of views on mutually beneficial cooperation in shipbuilding, shipping and maritime logistics. Both sides agreed that India’s maritime ambitions under Maritime Amrit Kaal 2047 Vision have created considerable opportunities for long-term collaboration with the ROK.

କଳ୍ପକମରେ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ଗୁରୁତ୍ୱପୂର୍ଣ୍ଣ ସଫତା ହାସଲ କରିଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

April 06th, 10:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଳ୍ପକମରେ ସ୍ୱଦେଶୀ ଭାବେ ବିକଶିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର (ପିଏଫବିଆର)ର ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ଭାରତର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 27th, 11:01 am

କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।

ଗୁଜରାଟର ସୁରଟରେ ଭାରତର ବୁଲେଟ ଟ୍ରେନ ପଛରେ ଥିବା ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

November 16th, 03:50 pm

ଆପଣ କ’ଣ ଭାବୁଛନ୍ତି, ଗତି ଠିକ ଅଛି ? ଆପଣମାନେ ଯେଉଁ ଟାଇମ ଟେବୁଲ ସ୍ଥିର କରିଥିଲେ, ତାହା ପାଳନ କରୁଛନ୍ତି ନା, କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି? ବୁଲେଟ ଟ୍ରେନ କର୍ମଚାରୀ – ନା, ସାର୍‌, କୌଣସି ଅସୁବିଧା ନାହିଁ ।

ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 16th, 03:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଗତି ଓ ଧାର୍ଯ୍ୟ ସମୟସୀମା ଅନୁସରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ। ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି।

ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 09th, 01:00 pm

ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।

ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 09th, 12:30 pm

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୯ ତାରିଖ ହେଉଛି ଏକ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସଂଘର୍ଷର ପରିଣାମ । ଏହି ଦିନ ଆମ ସମସ୍ତଙ୍କ ମଧ୍ୟରେ ଗର୍ବର ଗଭୀର ଭାବନା ସୃଷ୍ଟି କରେ। ସେ କହିଥିଲେ ଯେ ଉତ୍ତରାଖଣ୍ଡର ଦେବତୁଲ୍ୟ ଲୋକମାନେ ଏକ ସ୍ୱପ୍ନ ଦେଖିଥିଲେ, ଯାହା ୨୫ ବର୍ଷ ପୂର୍ବେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂରଣ ହୋଇଥିଲା। ଗତ ୨୫ ବର୍ଷର ଯାତ୍ରା ଉପରେ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି, ଏହି ସୁନ୍ଦର ରାଜ୍ୟ ନିର୍ମାଣ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆନନ୍ଦିତ ହେବା ସ୍ୱାଭାବିକ। ସେ କହିଥିଲେ ଯେ ଯେଉଁମାନେ ପର୍ବତକୁ ଭଲ ପାଆନ୍ତି, ଉତ୍ତରାଖଣ୍ଡର ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଦର କରନ୍ତି ଏବଂ ଦେବଭୂମିର ଲୋକଙ୍କ ପ୍ରତି ସ୍ନେହ ରଖନ୍ତି, ସେମାନେ ଆଜି ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ।

ମହାରାଷ୍ଟ୍ରର ମୁମ୍ୱାଇରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 08th, 03:44 pm

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ରାମଦାସ ଅଠାଓ୍ୱଲେ ଜୀ, କେଆର୍ ନାଇଡୁ ଜୀ, ମୁରଳୀଧର ମୋହୋଳ ଜୀ, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାଓ୍ୱାର ଜୀ, ଅନ୍ୟ ମନ୍ତ୍ରୀଗଣ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଇଜି ଓନୋ ଜୀ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!

ନଭି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 08th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଝାରସୁଗୁଡାରେ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 27th, 11:45 am

ଏଠାକାର କିଛି ଯୁବ ବନ୍ଧୁ ଅନେକ କଳାକୃତି ସାଥିରେ ନେଇ ଆସିଛନ୍ତି। ଓଡ଼ିଶାବାସୀଙ୍କ କଳା ପ୍ରତି ଥିବା ଅନୁରାଗ ବିଶ୍ୱ ପ୍ରସିଦ୍ଧ। ମୁଁ ଆପଣ ସମସ୍ତଙ୍କଠାରୁ ଏହି ଉପହାର ଗ୍ରହଣ କରୁଛି ଏବଂ ମୋର ଏସ୍‌ପିଜି ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସେଗୁଡ଼ିକୁ ଆପଣଙ୍କଠାରୁ ସଂଗ୍ରହ କରିନିଅନ୍ତୁ। ଯଦି ଆପଣମାନେ ପଛରେ ଆପଣଙ୍କର ନାମ ଏବଂ ଠିକଣା ଲେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ମୋଠାରୁ ଏକ ଚିଠି ପାଇବେ। ସେଠାରେ, ପଛରେ ମଧ୍ୟ ଏକ ପିଲା କିଛି ଧରି ଠିଆ ହୋଇଛି; ତାଙ୍କ ହାତ ଯନ୍ତ୍ରଣା କରୁଥିବ। ସେ ବହୁ ସମୟ ହେଲା ଏହାକୁ ଧରି ଠିଆ ହୋଇଛି। ଦୟାକରି ତାହା ମଧ୍ୟ ସଂଗ୍ରହ କରିନିଅନ୍ତୁ, ଭାଇ। ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ପଛରେ ଆପଣଙ୍କର ନାମ ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଚିଠି ଲେଖିବି। ଆପଣ ଆତ୍ମୀୟତାର ସହିତ ଏହି କଳାକୃତି ସୃଷ୍ଟି କରିଥିବାରୁ ମୁଁ ସମସ୍ତ ଯୁବକ, ମହିଳା ଏବଂ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।

ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 27th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମା’ ଏବଂ ଭଉଣୀଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେମାନଙ୍କର ଆଶୀର୍ବାଦ ହିଁ ଶକ୍ତିର ପ୍ରକୃତ ଉତ୍ସ। ଏହି ଅବସରରେ ସବୁ ଲୋକମାନଙ୍କୁ ସେ ପ୍ରଣାମ ଜଣାଇଥିଲେ।

ବିହାରର ପୁର୍ଣ୍ଣିୟାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 15th, 04:30 pm

ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, ମଞ୍ଚରେ ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

September 15th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ସମ୍ମାନଜନକ ଶୁଭେଚ୍ଛା ଜଣାଇଛନ୍ତି। ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା' ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଏବଂ ମହର୍ଷି ମେହି ବାବାଙ୍କ ଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଏବଂ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଏବଂ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା।