ପଶ୍ଚିମବଙ୍ଗ ମାଲଦାଠାରେ ବହୁମୁଖୀ ରେଳ ଓ ରାସ୍ତା ପ୍ରକଳ୍ପ ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 02:00 pm
ମାଲଦାରୁ ପଶ୍ଚିମବଙ୍ଗର ଅଗ୍ରଗତିର ଆଜି ବିଗୁଲ ବାଜିଛି । କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ବିକାଶମୂଳକ ଅନେକ ପ୍ରକଳ୍ପର ଲୋକାର୍ପଣ ଘଟିଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ପଶ୍ଚିମବଙ୍ଗକୁ ନୂଆ ରେଳ ସେବା ଯୋଗାଇ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଏଠାକାର ଲୋକମାନେ ଅନାୟାସରେ ଗତାଗତ କରିପାରିବେ ଓ ବାଣିଜ୍ୟ ଓ ବ୍ୟବସାୟ ସରଳ ହେବ । ରେଳ ମରାମତି ନେଇ ଏଠାରେ ସୃଷ୍ଟ ବ୍ୟବସ୍ଥା ବଙ୍ଗଳାର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ଆଣିବ ।ପଶ୍ଚିମବଙ୍ଗର ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 01:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାଠାରେ ପ୍ରାୟ ୩,୨୫୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ, ଆଜି ମାଲଦାରୁ ପଶ୍ଚିମବଙ୍ଗର ପ୍ରଗତିକୁ ତ୍ୱରାନ୍ୱିତ କରିବାର ଅଭିଯାନ ଗତିଶୀଳ ହେବା ସହ ଏହା ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ରେଳ ସେବା ଆରମ୍ଭ ହୋଇଛି, ଯାହା ଲୋକଙ୍କ ପାଇଁ ଯାତ୍ରାକୁ ସହଜ କରିବ ଏବଂ ବ୍ୟବସାୟ-ବାଣିଜ୍ୟକୁ ମଧ୍ୟ ବୃଦ୍ଧି କରିବ। ଏଠାରେ ପ୍ରତିଷ୍ଠିତ ନୂତନ ରେଳ ରକ୍ଷଣାବେକ୍ଷଣ କାରଖାନା ପଶ୍ଚିମବଙ୍ଗର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ।RJD and Congress are putting Bihar’s security and the future of its children at risk: PM Modi in Katihar, Bihar
November 03rd, 02:30 pm
In a massive public rally in Katihar, Bihar, PM Modi began with the clarion call, “Phir ek baar - NDA Sarkar, Phir ek baar - Susashan Sarkar.” He accused the RJD and Congress of risking Bihar’s security for votes and questioned whether benefits meant for the poor should be taken away by infiltrators. He remarked that under Nitish Ji’s leadership, NDA brought governance and growth, emphasizing that every single vote will play a role in building a Viksit Bihar.Be it Congress or RJD, their love is only for infiltrators: PM Modi in Saharsa, Bihar
November 03rd, 02:15 pm
Amidst the ongoing election campaigning in Bihar, PM Modi's rally spree continued as he addressed a public meeting in Saharsa. He said that only two days are left for the first phase of voting in Bihar. Many young voters here will be voting for the first time. He urged all first-time voters in Bihar, “Do not let your first vote go to waste. The NDA is forming the government in Bihar and your vote should go to the alliance that is actually winning. Your vote should be for a Viksit Bihar.”Massive public turnout as PM Modi campaigns in Saharsa and Katihar, Bihar
November 03rd, 02:00 pm
Amid the ongoing election campaign in Bihar, PM Modi continued his rally spree, addressing large public meetings in Saharsa and Katihar. He reminded people that only two days remain for the first phase of voting, noting that many young voters will be casting their vote for the first time. Urging them not to waste their first vote, he said, “The NDA is forming the government in Bihar. Your vote should go to the alliance that is actually winning - your vote should be for a Viksit Bihar.”ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 25th, 06:42 pm
ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 25th, 06:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 23rd, 10:10 pm
ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 23rd, 05:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 17th, 12:45 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
August 17th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।The world acknowledges today that India possesses two infinite powers - Demography & Democracy: PM Modi
July 12th, 11:30 am
PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 12th, 11:00 am
ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ସମୁଦାୟଙ୍କୁ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 05:56 am
ଆଜି ସନ୍ଧ୍ୟାରେ ଆପଣମାନଙ୍କ ସହିତ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ବିଷୟ। ମୁଁ ପ୍ରଧାନମନ୍ତ୍ରୀ କମଲା ଜୀଙ୍କୁ ତାଙ୍କର ସୁନ୍ଦର ଆତିଥ୍ୟ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ କଥା ପାଇଁ ଧନ୍ୟବାଦ ଜଣାଉଛି।ତ୍ରିନିଦାଦ ଏବଂ ଟୋବାଗୋରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
July 04th, 04:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ପ୍ରବାସୀମାନଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର ସଦସ୍ୟ, ସାଂସଦ ଏବଂ ଅନେକ ସମ୍ମାନିତ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀମାନେ ଅସାଧାରଣ ଉତ୍ସାହ ସହିତ ସ୍ୱାଗତ କରିଥିଲେ ଏବଂ ଏକ ରଙ୍ଗୀନ ପାରମ୍ପରିକ ଭାରତ-ତ୍ରିନିଦାଦ ସ୍ୱାଗତ ପ୍ରଦାନ କରିଥିଲେ।ବିହାରର ସିୱାନଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 01:00 pm
ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗୁଜରାଟର ଦାହୋଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 26th, 11:45 am
ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଗୁଜରାଟ ସରକାରଙ୍କ କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ସାଂସଦ, ବିଧାୟକ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦାହୋଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ,ଗୁଜରାଟର ଦାହୋଡ଼ରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 26th, 11:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦାହୋଡ଼ ଠାରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ମେ’ 26 ତାରିଖଟି ବିଶେଷ ଗୁରୁତ୍ୱ ବହନ କରେ, କାରଣ ହେଉଛି ଏହି ଦିନ ସେ 2014 ରେ ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ସେ ଗୁଜରାଟର ଲୋକ, ଯେଉଁମାନେ ତାଙ୍କୁ ରାଷ୍ଟ୍ରର ନେତୃତ୍ୱ ନେବାର ଦାୟିତ୍ୱ ଦେଇଥିଲେ, ସେମାନଙ୍କର ଅତୁଟ ସମର୍ଥନ ଏବଂ ଆଶୀର୍ବାଦକୁ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏହି ବିଶ୍ୱାସ ଏବଂ ଉତ୍ସାହ ଦିନରାତି ଦେଶ ସେବା କରିବା ପାଇଁ ତାଙ୍କ ଉତ୍ସର୍ଗକୁ ପ୍ରୋତ୍ସାହିତ କରିଛି । ବର୍ଷ ବର୍ଷ ଧରି, ଭାରତ ଏପରି ନିଷ୍ପତ୍ତି ନେଇଛି , ଯାହା ଅଭୂତପୂର୍ବ ଏବଂ ଅକଳ୍ପନୀୟ ଥିଲା, ଅନେକ ଦଶନ୍ଧି ପୁରୁଣା ପ୍ରତିବନ୍ଧକରୁ ମୁକ୍ତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି। ଆଜି, ଦେଶ ହତାଶା ଏବଂ ଅନ୍ଧକାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଗତି କରୁଛି, ବୋଲି ସେ ମଧ୍ୟ କହିଛନ୍ତି।