ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
March 25th, 05:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧି ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।ଇସ୍ରାଏଲ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
February 26th, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେରୁସାଲେମ୍ରେ ଇସ୍ରାଏଲ୍ର ରାଷ୍ଟ୍ରପତି ଶ୍ରୀ ଆଇଜାକ୍ ହର୍ଜୋଗଙ୍କୁ ଭେଟିଛନ୍ତି ।ବାରାଣସୀରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 04th, 01:00 pm
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ୟୁପି ସରକାରଙ୍କ ମନ୍ତ୍ରୀ- ଭାଇ ରବିନ୍ଦ୍ର ଜୟସୱାଲ, ଦୟାଶଙ୍କର, ଗିରିଶ ଯାଦବ, ବାରାଣସୀର ମେୟର ଅଶୋକ ତିୱାରୀ, ଅନ୍ୟାନ୍ୟ ଜନପ୍ରତିନିଧି, ଭଲିବଲ୍ ଆସୋସିଏସନର ସମସ୍ତ ପଦାଧିକାରୀ, ସାରା ଦେଶର ସମସ୍ତ ଖେଳାଳି ଏବଂ ମୋର କାଶୀ ପରିବାର ସଦସ୍ୟଙ୍କୁ ନମସ୍କାର।ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 04th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।ଇଥିଓପିଆ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:25 pm
ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
December 17th, 12:12 pm
ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
December 06th, 08:14 pm
ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
December 06th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 28th, 03:35 pm
ଆଜିର ଏହି ପବିତ୍ର ଅବସର ମୋ ମନକୁ ଅତି ଆନନ୍ଦିତ କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା ନିଜର ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 28th, 03:30 pm
28.11.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସରରେ ତାଙ୍କର ମନ ଗଭୀର ଶାନ୍ତିରେ ପରିପୂର୍ଣ୍ଣ। ସେ ଆଲୋକପାତ କରିଥିଲେ ଯେ ସନ୍ଥମାନଙ୍କ ଉପସ୍ଥିତିରେ ବସିବା ବାସ୍ତବରେ ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ଜୀବନ୍ତ ଶକ୍ତିକୁ ଆହୁରି ବୃଦ୍ଧି କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି ସମାରୋହରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିବା ପୂର୍ବରୁ ତାଙ୍କୁ ରାମ ମନ୍ଦିର ଏବଂ ବୀର ବିଠଲ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାକାର ଶାନ୍ତି ଏବଂ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକତାକୁ ଆହୁରି ଗଭୀର କରିଛି।କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମଠରେ ‘ଲକ୍ଷ କଣ୍ଠ ଗୀତା ପାରାୟଣ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 28th, 11:45 am
ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, କିଛି ପିଲା ଏଠାରେ କିଛି ଫଟୋ ନେଇ ଆସିଛନ୍ତି। ଏସ୍ପିଜି ଓ ସ୍ଥାନୀୟ ପୁଲିସକର୍ମୀ ଦୟାକରି ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତୁ। ଯଦି ଆପଣ ଫଟୋ ପଛରେ ଆପଣଙ୍କର ଠିକଣା ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଧନ୍ୟବାଦ ପତ୍ର ପଠାଇବି। ଯେଉଁମାନେ କିଛି ସାଙ୍ଗରେ ନେଇ ଆସିଛନ୍ତି, ଦୟାକରି ସେମାନଙ୍କୁ ଦେଇଦିଅନ୍ତୁ; ସେମାନେ ତାହା ସଂଗ୍ରହ କରିନେବେ। ଆପଣ ଏଠାରେ ଆରାମରେ ବସନ୍ତୁ। ଏହି ପିଲାମାନେ ଅନେକ ସମୟରେ ବହୁତ କଠିନ ପରିଶ୍ରମ କରିଥାଆନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ପ୍ରତି ମୋ ଦ୍ୱାରା ଅନ୍ୟାୟ ହୋଇଯାଏ, ଏଥିପାଇଁ ମୁଁ ବହୁତ ଦୁଃଖ ପାଏ।କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।Prime Minister calls on His Majesty King Charles III of the United Kingdom
July 24th, 11:00 pm
PM Modi met His Majesty King Charles III at Sandringham Estate. They discussed sustainable living, including Ayurveda and Yoga, and how their benefits can be shared with the world. The two leaders noted that the signing of the India-UK Comprehensive Economic and Trade Agreement would lend fresh momentum to bilateral ties. They also spoke about strengthening collaboration on climate action and within the Commonwealth.PM lauds the enthusiastic participation of esteemed judges in the Van Mahotsav celebrations
July 19th, 07:02 pm
Prime Minister Shri Narendra Modi today lauded the enthusiastic participation of esteemed judges in the Van Mahotsav celebrations, highlighting their role in inspiring citizens towards environmental responsibility.୧୭ଶ ବ୍ରିକ୍ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
July 07th, 11:38 pm
ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେପରିବେଶ, COP-30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 07th, 11:13 pm
ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ନୂଆଦିଲ୍ଲୀରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଓ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
June 23rd, 09:35 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିନମୂର୍ତ୍ତି ହାଉସଠାରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ ।Prime Minister Narendra Modi to lead a special tree plantation drive under Ek Ped Maa Ke Naam initiative
June 04th, 01:20 pm
On World Environment Day, PM Modi will lead a special tree plantation initiative in New Delhi. As a part of the ‘Aravalli Green Wall project’ the PM will plant a Banyan sapling under the Ek Ped Maa Ke Naam initiative. The project aims to boost biopersity of the Aravallis and also provide employment to locals. He will also flag off 200 Electric Buses under Delhi Government's sustainable transport initiative.Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.