The future of farming lies not merely in "Produce More,” but in "Produce Better": PM Modi at FAO
May 20th, 11:00 pm
Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.Prime Minister receives Agricola Medal from the Food and Agriculture Organization (FAO) of the United Nations in Rome
May 20th, 10:55 pm
Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.ଫଳାଫଳ ତାଲିକା: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
April 20th, 03:57 pm
ଭାରତ- ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପାଇଁ ମିଳିତ ରଣନୈତିକ ଦୃଷ୍ଟିକୋଣଶକ୍ତି କ୍ଷେତ୍ରର ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
January 28th, 09:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଭାରତ ଶକ୍ତି ସପ୍ତାହ (ଆଇ. ଇ. ଡବ୍ଲ୍ୟୁ.) ୨୦୨୬ର ଅଂଶବିଶେଷ ସ୍ୱରୂପ ବିଶ୍ୱ ଶକ୍ତି କ୍ଷେତ୍ରର ସି. ଇ. ଓ. ମାନଙ୍କ ସହ ଆଲୋଚନା କରିଥିଲେ।ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 12th, 04:54 pm
ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 12th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।ଗୁଜରାଟର ହଂସଲପୁରରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ରୂପାନ୍ତର
August 26th, 11:00 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଭାରତରେ ଜାପାନର ରାଷ୍ଟ୍ରଦୂତ ଶ୍ରୀ କେଇଚି ଓନୋ ସାନ, ସୁଜୁକି ମୋଟର କର୍ପୋରେସନର ଅଧ୍ୟକ୍ଷ ତୋଶିହିରୋ ସୁଜୁକି ସାନ, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ହିସାଶି ଟାକେଉଚି ସାନ, ଅଧ୍ୟକ୍ଷ ଆର୍.ସି. ଭାର୍ଗବ, ହଂସଲପୁର ପ୍ଲାଣ୍ଟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷ, ମହିଳା ଏବଂ ସମ୍ମାନିତ ବ୍ୟକ୍ତିଗଣ!ଗୁଜରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ଅଭିଯାନ’ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 26th, 10:30 am
ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣେଷ ଉତ୍ସବର ଉତ୍ସାହ ମଧ୍ୟରେ, ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଜିଠାରୁ ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ ୧୦୦ ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବାର ମଧ୍ୟ ଘୋଷଣା କରିଥିଲେ। ଆଜିର ଏହି ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଯୋଡିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ହଂସଲପୁର ଠାରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗଣେଶ ଉତ୍ସବର ଆନନ୍ଦମୟ ପରିବେଶ ମଧ୍ୟରେ , ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଜି ଠାରୁ, ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ 100ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ଆଜିର ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଆଣିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ସମସ୍ତ ନାଗରିକ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।Important to maintain the authenticity of handloom craftsmanship in the age of technology: PM at Bharat Tex
February 16th, 04:15 pm
PM Modi, while addressing Bharat Tex 2025 at Bharat Mandapam, highlighted India’s rich textile heritage and its growing global presence. With participation from 120+ countries, he emphasized innovation, sustainability, and investment in the sector. He urged startups to explore new opportunities, promoted skill development, and stressed the fusion of tradition with modern fashion to drive the industry forward.ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 16th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବି ସେ ବୁଲି ଦେଖିଥିଲେ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଟେକ୍ସ ୨୦୨୫ରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଭାରତ ମଣ୍ଡପମ୍ ଭାରତ ଟେକ୍ସର ଦ୍ୱିତୀୟ ସଂସ୍କରଣ ଦେଖୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ଐତିହ୍ୟ ତଥା ବିକଶିତ ଭାରତର ସମ୍ଭାବନାର ଝଲକ ଦେଇଛି, ଯାହା କି ଭାରତ ପାଇଁ ଗର୍ବର ବିଷୟ । ଭାରତ ଟେକ୍ସ ବର୍ତ୍ତମାନ ଏକ ମେଗା ବିଶ୍ବ ବୟନଶିଳ୍ପ ସମାରୋହରେ ପରିଣତ ହେଉଛି, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ମୂଲ୍ୟ ଶୃଙ୍ଖଳାର ସ୍ପେକ୍ଟ୍ରମ୍ ସହ ଜଡ଼ିତ ସମସ୍ତ ୧୨ଟି କ୍ଷେତ୍ର ଏଥର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥିରେ ଆସେସୋରିଜ, ପୋଷାକ, ଯନ୍ତ୍ରପାତି, ରାସାୟନିକ ପଦାର୍ଥ ଓ ରଙ୍ଗର ପ୍ରଦର୍ଶନୀ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତ ଟେକ୍ସ ସମଗ୍ର ବିଶ୍ୱର ନୀତି ନିର୍ଧାରକ, ସିଇଓ ଏବଂ ଶିଳ୍ପ ନେତାମାନଙ୍କ ପାଇଁ ଯୋଗାଯୋଗ, ସହଯୋଗ ଏବଂ ଭାଗିଦାରୀ ପାଇଁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପାଲଟିଛି । ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।The Genome India Project marks a defining moment in the country's biotechnology landscape: PM
January 09th, 06:38 pm
PM Modi delivered his remarks at the start of the Genome India Project. “Genome India Project is an important milestone in the biotechnology revolution”, exclaimed Shri Modi. He noted that this project has successfully created a perse genetic resource by sequencing the genomes of 10,000 inpiduals from various populations.ଜେନୋମଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
January 09th, 05:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଜେନୋମଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ନିଜର ମତାମତ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆଜି ଭାରତ ଗବେଷଣା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେନୋମଇଣ୍ଡିଆ ପ୍ରକଳ୍ପକୁ ୫ ବର୍ଷ ପୂର୍ବେ ମଞ୍ଜୁରୀ ମିଳିଥିଲା ଏବଂ ଆମର ବୈଜ୍ଞାନିକମାନେ କୋଭିଡ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ତ୍ୱେ କଠିନ ପରିଶ୍ରମ କରି ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛନ୍ତି। ଆଇଆଇଏସସି, ଆଇଆଇଟି, ସିଏସଆଇଆର ଏବଂ ଡିବିଟି-ବ୍ରିକ୍ ଭଳି ୨୦ରୁ ଅଧିକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ଏହି ଗବେଷଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦,୦୦୦ ଭାରତୀୟଙ୍କ ଜେନୋମ ସିକ୍ୱେନ୍ସକୁ ନେଇ ତଥ୍ୟ ଏବେ ଇଣ୍ଡିଆନ ବାୟୋଲୋଜିକାଲ ଡାଟା ସେଣ୍ଟରରେ ଉପଲବ୍ଧ ଅଛି । ଏହି ପ୍ରକଳ୍ପ ବାୟୋଟେକ୍ନୋଲୋଜି ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିବା ସହ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
December 26th, 11:11 pm
ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଡ. ମନମୋହନ ସିଂହ ସାଧାରଣ ପୃଷ୍ଠଭୂମିରୁ ଉଠି ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ଆମର ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 08:34 am
ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ ମହାମହି ଜିଓର୍ଜିଆ ମେଲୋନିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚମ ଭେଟ । ୨୦୨୪ ଜୁନ୍ରେ ଇଟାଲୀର ପୁଗଲିଆ ଠାରେ ପ୍ରଧାନମପନ୍ତ୍ରୀ ମେଲୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଶେଷ ଥର ଭେଟ ହୋଇଥିଲା । ଏକ ଆହ୍ୱାନପୂର୍ଣ୍ଣ ସମୟରେ ଜି-୭ର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।ଜର୍ମାନ ବ୍ୟବସାୟସମୂହର ୧୮ତମ ଏସିଆ - ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀ (ଏପିକେ ୨୦୨୪)ରେ ପ୍ରଧାନମନ୍ତ୍ରୀ
October 25th, 11:20 am
ମେୟର ଥିବା ସମୟରେ ତାଙ୍କର ପ୍ରଥମ ଭାରତ ଗସ୍ତ ଥିଲା ଏବଂ ପରବର୍ତ୍ତୀ ତିନି ଥର ଚାନସେଲର ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଆସିଛନ୍ତି, ଯାହା ଭାରତ-ଜର୍ମାନୀ ସମ୍ପର୍କ ଉପରେ ତାଙ୍କର ଗୁରୁତ୍ଵକୁ ଦର୍ଶାଏ ।ଫଳାଫଳ ତାଲିକା : ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ର୍ୟୁ ହୋଲ୍ନେସ୍ଙ୍କ ଭାରତକୁ ସରକାରୀ ଗସ୍ତ (ସେପ୍ଟେମ୍ବର ୩୦ - ଅକ୍ଟୋବର ୩, ୨୦୨୪)
October 01st, 12:30 pm
ଆର୍ଥିକ ସମାବେଶୀ ଏବଂ ସାମାଜିକ ଅର୍ଥନୈତିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସଫଳ ଜିଡିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ସହଯୋଗ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟ କରୁଥିବା ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ କାର୍ଯ୍ୟ କରୁଥିବା ଜାମାଇକା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ।ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିର ପ୍ରବଳ ଶକ୍ତ ଓ ବିଭିନ୍ନ ସରକାରୀ ସଂସ୍କାରର ସୁଫଳକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
July 22nd, 07:15 pm
ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିରେ ଥିବା ପ୍ରବଳ ଶକ୍ତି ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 14th, 11:40 pm
ଇଟାଲିର ଅପୁଲିଆଠାରେ ଚାଲିଥିବା ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଆଜି ଇଟାଲି ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମେଲୋନୀ ନରେନ୍ଦ୍ର ମୋଦୀ ଲାଗାତାର ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଜି-୭ ଆଉଟ୍ ରିଚ୍ ଶିଖର ସମ୍ମିଳନୀରେ ଯୋଗ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ସଂପାଦନ କରିଥିବାରୁ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।PM Modi interacts with the Indian community in Paris
July 13th, 11:05 pm
PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.ଆଜିର ଆତ୍ମନିର୍ଭର ଭାରତ ପ୍ୟାକେଜ ସମାଜର ସମସ୍ତ ବର୍ଗଙ୍କୁ ସହାୟକ ହେବ : ପ୍ରଧାନମନ୍ତ୍ରୀ
November 12th, 10:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜିର ଆତ୍ମନିର୍ଭର ଭାରତ ପ୍ୟାକେଜ ସମାଜର ସମସ୍ତ ବର୍ଗଙ୍କୁ ସାହାଯ୍ୟ କରିବା ଦିଗରେ ସରକାରଙ୍କ କ୍ରମାଗତ ଉଦ୍ୟମ ।