Delhi's voters have resolved to free the city from 'AAP-da': PM Modi

January 03rd, 01:03 pm

PM Modi inaugurated key development projects in Delhi, including housing for poor families. He emphasized India’s vision for 2025 as a year of growth, entrepreneurship, and women-led development, reaffirming the goal of a pucca house for every citizen.

ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 03rd, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫ ଭାରତର ବିକାଶ ପାଇଁ ଏକ ବିପୁଳ ସୁଯୋଗର ବର୍ଷ ହେବ, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଆଡକୁ ଆଗେଇ ନେବ । ଆଜି ଭାରତ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାର ଏକ ବିଶ୍ୱ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷରେ ଦେଶର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ୨୦୨୫ ପାଇଁ ଭିଜନ୍ ବିଷୟରେ ଆଲୋକପାତ କରିଥିଲେ, ଏହାକୁ ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗପାଇଁ ଯୁବକମାନଙ୍କୁ ସଶକ୍ତ କରିବା, ନୂତନ କୃଷି ରେକର୍ଡ ସ୍ଥାପନ କରିବା, ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସହଜ ଜୀବନଧାରଣ ଉପରେ ଧ୍ୟାନ ଦେଇ ପ୍ରତ୍ୟେକ ନାଗରିକଙ୍କ ଜୀବନର ଗୁଣବତ୍ତା ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜୁଲାଇ ୧୩ରେ ମୁମ୍ବାଇ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

July 12th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଞ୍ଚିବେ, ଯେଉଁଠାରେ ସେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳବାଇ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଏହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସର ଜି - ବ୍ଲକରେ ଥିବା ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟକୁ ଯାଇ ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ ।