ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 16th, 12:24 pm
ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
December 16th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।ପଞ୍ଚଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି: ଆମ ପରବର୍ତ୍ତୀ ପିଢ଼ିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସହଭାଗୀତା
August 29th, 07:06 pm
ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଇଶିବା ଶିଗେରୁଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯-୩୦ ଅଗଷ୍ଟ ୨୦୨୫ ରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ସରକାରୀ ଗସ୍ତ କରିଥିଲେ। ୨୯ ଅଗଷ୍ଟ ୨୦୨୫ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (କାଣ୍ଟେଇ) ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଇଶିବା ସ୍ୱାଗତ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରତିନିଧି ସ୍ତରୀୟ ଆଲୋଚନା ସମୟରେ, ଦୁଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାକୁ ମନେ ପକାଇଥିଲେ ଯାହାକି ସଭ୍ୟତା ସମ୍ପର୍କ, ସମାନ ମୂଲ୍ୟବୋଧ ଏବଂ ସ୍ୱାର୍ଥ, ସାଧାରଣ ରଣନୈତିକ ଦୃଷ୍ଟିକୋଣ ଏବଂ ପରସ୍ପର ପ୍ରତି ପାରସ୍ପରିକ ସମ୍ମାନରେ ନିହିତ ରହିଛି। ଗତ ଦଶନ୍ଧିରେ ଭାରତ-ଜାପାନ ସହଭାଗୀତା ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦଶନ୍ଧିରେ ପାରସ୍ପରିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ରଣନୈତିକ ଏବଂ ଭବିଷ୍ୟତମୁଖୀ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଉପାୟ ଉପରେ ଗଠନମୂଳକ ଆଲୋଚନା କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତର ସଫଳତା
August 29th, 06:23 pm
ଦଶବର୍ଷିୟା ଅଷ୍ଟ ସୂତ୍ରୀ ଅର୍ଥନୈତିକ ସହଭାଗିତା, ନିରାପତା, ଜୀବ ମଣ୍ଡଳର ସ୍ଥାୟିତ୍ୱ, ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ସ୍ୱାସ୍ଥ୍ୟ ପରି କ୍ଷେତ୍ରରେ ଭିଜନଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି
August 29th, 03:59 pm
ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଫିଜିର ପ୍ରଧାନମନ୍ତ୍ରୀ ସିଟିବେନି ରାବୁକାଙ୍କ ଭାରତ ଗସ୍ତର ପ୍ରଭାବ
August 25th, 01:58 pm
ଫିଜିରେ ଏକ ସୁପର-ସ୍ପେଶାଲିଟି ହସ୍ପିଟାଲର ଡିଜାଇନ୍, ନିର୍ମାଣ, କମିଶନିଂ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ଏବଂ ଫିଜି ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୭ରେ ଦିଲ୍ଲୀରେ ୧୧ ହଜାର କୋଟି ଟଙ୍କାର ରାଜପଥ ପ୍ରକଳ୍ପର ଉଦଘାଟନ କରିବେ
August 16th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅଗଷ୍ଟ ୨୦୨୫ ଦ୍ୱିପ୍ରହର ପ୍ରାୟସାଢ଼େ ୧୨ଟା ରେ ଦିଲ୍ଲୀର ରୋହିଣୀରେ ପ୍ରାୟ ୧୧ହଜାର କୋଟିଟଙ୍କାର ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ଉଦଘାଟନ କରିବେ । ଏହିଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଭାଷଣ (ଫେବୃଆରୀ ୨୮, ୨୦୨୫)
February 28th, 01:50 pm
ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଏତେ ବ୍ୟାପକ ସ୍ତରରେ ଗୋଟିଏ ଦେଶ ସହ ଇୟୁ କଲେଜ ଅଫ୍ କମିଶନରଙ୍କ ଯୋଗଦାନ ଅଭୂତପୂର୍ବ ଅଟେ । ଆମ ପାଇଁ ଏହା ପ୍ରଥମ ଥର, ଯେ ମୋର ଅନେକ କ୍ୟାବିନେଟ୍ ସହଯୋଗୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକତ୍ରିତ ହୋଇଛନ୍ତି। ମୋର ମନେ ଅଛି, ୨୦୨୨ ରେ ରାଇସିନା ଡାଏଲଗରେ ଆପଣ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ପ୍ରାକୃତିକ ଅଂଶୀଦାର ଅଟନ୍ତି । ଆଉ ଆଗାମୀ ଦଶନ୍ଧିରେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ୟୁରୋପୀୟ ସଂଘ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବ । ଏବଂ ବର୍ତ୍ତମାନ, ଆପଣଙ୍କର ନୂତନ କାର୍ଯ୍ୟକାଳର ଆରମ୍ଭରେ, ଆପଣ ଭାରତକୁ ଏକ ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି । ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏହା ଏକ ମାଇଲଖୁଣ୍ଟ ମୁହୂର୍ତ୍ତ ଅଟେ ।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 11:00 am
ଗତଥର ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି, ସେତେବେଳେ ଲୋକସଭା ନିର୍ବାଚନ ଆଉ ଦୂରରେ ନଥିଲା। ସେହି ସମୟରେ ମୁଁ ଆପଣମାନଙ୍କ ବିଶ୍ୱାସ ଯୋଗୁଁ କହିଥିଲି ଯେ ପରବର୍ତ୍ତୀ ସମୟରେ ମଧ୍ୟ ମୁଁ ନିଶ୍ଚିତ ଭାବେ ଇଣ୍ଡିଆ ମୋବିଲିଟି ଏକ୍ସପୋକୁ ଆସିବି । ଦେଶ ତୃତୀୟ ଥର ପାଇଁ ଆମକୁ ଆଶୀର୍ବାଦ ଦେଇଛି, ଆପଣମାନେ ପୁଣି ଥରେ ମୋତେ ଏଠାକୁ ଡାକିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’କୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର ନେଇଥିବା କହିଛନ୍ତି। ଗତବର୍ଷ ଏହି ପ୍ରଦର୍ଶନୀରେ ୮୦୦ରୁ ଅଧିକ ପ୍ରଦର୍ଶକ ଏବଂ ଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି। ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି। । କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି। ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।୧୭ ଜାନୁଆରୀରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
January 16th, 04:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁଆରୀ ୨୦୨୫ ସକାଳ ପ୍ରାୟ ୧୦:୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍ଘାଟନ କରିବେ। ଏହା ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ।ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 05th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛି ।ବିଶ୍ୱ ସରକାର ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:30 pm
ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି ।ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
February 14th, 02:09 pm
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ - ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 02nd, 04:31 pm
ବର୍ତ୍ତମାନ ମୁଁ ପୀୟୁଷ ଜୀଙ୍କ କଥା ଶୁଣୁଥିଲି, ସେ କହୁଥିଲେ ଯେ ଆପଣ ଆସିଲେ ଆମର ମନୋବଳ ବଢ଼ିଯାଏ। କିନ୍ତୁ ମୁଁ ଦେଖୁଥିଲି ଯେ ସମସ୍ତ ହର୍ସପାୱାର ଥିବା ଲୋକ ମାନେ ଏଠାରେ ବସିଛନ୍ତି । ସେତେବେଳେ ସ୍ଥିର ହୋଇଯାଇଛି ଯେ କାହାକୁ କାହାକୁ କେଉଁଠୁ ପ୍ରୋତ୍ସାହନ ମିଳିବ । ସର୍ବପ୍ରଥମେ, ମୁଁ ଅଟୋମୋଟିଭ୍ ଶିଳ୍ପକୁ ଏହି ଚମତ୍କାର କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅଭିନନ୍ଦନ ଜଣାଉଛି । ମୁଁ ଆଜି ପ୍ରତ୍ୟେକ ଷ୍ଟଲକୁ ଯାଇପାରିଲି ନାହିଁ, କିନ୍ତୁ ମୁଁ ଦେଖିଥିବା ସମସ୍ତ ଷ୍ଟଲ, ସେଗୁଡିକ ବହୁତ ପ୍ରଭାବଶାଳୀ ଥିଲା | ଆମ ଦେଶରେ ଏସବୁ ଘଟୁଥିବା ଦେଖି ଆମେ ଆହୁରି ଖୁସି ଅନୁଭବ କରିଥାଉ। ମୁଁ କେବେ କାର୍ କିଣିନାହିଁ, ତେଣୁ ମୋର କୌଣସି ଅଭିଜ୍ଞତା ନାହିଁ କାରଣ ମୁଁ କେବେ ସାଇକେଲ ମଧ୍ୟ କିଣିନାହିଁ | ମୁଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିବି ଯେ ସେମାନେ ଆସି ଏହି ଏକ୍ସପୋ କୁ ଦେଖନ୍ତୁ । ଏହି ଇଭେଣ୍ଟ ଗତିଶୀଳତା ସମୁଦାୟ ଏବଂ ସମଗ୍ର ଯୋଗାଣ ଶୃଙ୍ଖଳାକୁ ଏକ ପ୍ଲାଟଫର୍ମରେ ଆଣିଛି । ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି । ବୋଧହୁଏ ଆପଣମାନଙ୍କ ମଧ୍ୟରୁ କିଛି ଲୋକ ମନେ ରଖିବେ ଯେ ଯେତେବେଳେ ମୁଁ ମୋର ପ୍ରଥମ କାର୍ଯ୍ୟକାଳରେ ଥିଲି, ସେତେବେଳେ ମୁଁ ଏକ ବିଶ୍ୱସ୍ତରୀୟ ଗତିଶୀଳତା ସମ୍ମିଳନୀ ର ଯୋଜନା କରିଥିଲି । ଆଉ ଯଦି ଆପଣ ସେହି ସମୟର ଜିନିଷକୁ ଦେଖନ୍ତି ତେବେ ବ୍ୟାଟେରୀ ଉପରେ ଆମର ଫୋକସ କାହିଁକି ରହିବ, ଇଲେକ୍ଟ୍ରିକ୍ ଯାନ ଆଡକୁ ଆମେ କିପରି ଦ୍ରୁତ ଗତିରେ ଆଗକୁ ବଢ଼ିବା ଉଚିତ, ଏହି ସବୁ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ଏବଂ ସେଠାକୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆସିଥିଲେ । ଏବଂ ଆଜି, ମୋର ଦ୍ୱିତୀୟ କାର୍ଯ୍ୟକାଳରେ, ମୁଁ ଦେଖୁଛି ଯେ ଭଲ ପରିମାଣର ପ୍ରଗତି ହୋଇଛି | ଏବଂ ମୁଁ ବିଶ୍ୱାସ କରୁଛି ଯେ ତୃତୀୟ ପାଳିରେ ... ଚଲାନ୍ତୁ ବୁଝିବା ଲୋକଙ୍କୁ ସଙ୍କେତ ଯଥେଷ୍ଟ । ବୁଦ୍ଧିଜୀବୀଙ୍କୁ ଏକ ସଙ୍କେତ ଯଥେଷ୍ଟ ଦିଅନ୍ତୁ। ଆଉ ଯଦି ଆପଣ ଗତିଶୀଳତା ଦୁନିଆରେ ଅଛନ୍ତି ତେବେ ଏହି ସଙ୍କେତ ଖୁବ ବିଶ୍ଵରେ ଶୀଘ୍ର ଦେଶରେ ପହଞ୍ଚିଯିବ ।ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 02nd, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ଏବଂ ପ୍ରଥମ ମୋବିଲିଟି ପ୍ରଦର୍ଶନୀ - ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ଏକ୍ସପୋକୁ ପରିଦର୍ଶନ କରିଥିଲେ। ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ମୋବିଲିଟି ଏବଂ ଅଟୋମୋଟିଭ୍ ଭ୍ୟାଲ୍ୟୁ ଚେନ୍ ରେ ଭାରତର ଦକ୍ଷତା ପ୍ରଦର୍ଶନ କରାଯାଇଛି ଏବଂ ଏଥିରେ ପ୍ରଦର୍ଶନୀ, ସମ୍ମିଳନୀ, କ୍ରେତା-ବିକ୍ରେତା ସମ୍ମିଳନୀ, ରାଜ୍ୟ ଅଧିବେଶନ, ସଡ଼କ ସୁରକ୍ଷା ମଣ୍ଡପ ଏବଂ ଗୋ-କାର୍ଟିଂ ଭଳି ଜନ-କେନ୍ଦ୍ରୀକ ଆକର୍ଷଣ ପ୍ରଦର୍ଶିତ ହେବ।ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ମହାରାଷ୍ଟ୍ର ଗସ୍ତରେ ଯିବେ
January 11th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨, ୨୦୨୪ରେ ମହାରାଷ୍ଟ୍ର ଗସ୍ତରେ ଯିବେ । ଅପରାହ୍ନ ପ୍ରାୟ ୧୨ ଟା ୧୫ରେ ପ୍ରଧାନମନ୍ତ୍ରୀ ନାସିକରେ ପହଞ୍ଚିବେ, ଯେଉଁଠାରେ ସେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁର ଉଦଘାଟନ କରିବେ ଓ ଏହା ଉପରେ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।