Our guiding spirit is - Grow More, Achieve More: PM Modi at the community programme in Melbourne, Australia
July 09th, 03:22 pm
PM Modi and Australian PM Anthony Albanese participated in a community programme of the Indian diaspora in Melbourne. In his address, PM Modi elaborated on the rapid progress taking place in India and expressed appreciation for the contribution of the Indian diaspora in Australia to the bilateral relationship, describing them as a living bridge between the two countries.Prime Minister addresses the Indian Diaspora in Australia
July 09th, 03:00 pm
PM Modi and Australian PM Anthony Albanese participated in a community programme of the Indian diaspora in Melbourne. In his address, PM Modi elaborated on the rapid progress taking place in India and expressed appreciation for the contribution of the Indian diaspora in Australia to the bilateral relationship, describing them as a living bridge between the two countries.ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 25th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଘଟିଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ଭାରତର ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଇ ଶ୍ରୀ ମୋଦୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି ଦୁଃଖଦ ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହ ଏକତା ବ୍ୟକ୍ତ କରିଥିଲେ।ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଯୋଗୁଁ ଘଟିଥିବା ଜୀବନହାନି ଏବଂ କ୍ଷୟକ୍ଷତିକୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
June 08th, 07:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଲିପାଇନ୍ସର ମିଣ୍ଡାନାଓରେ ଆଜିର ଭୂକମ୍ପରେ ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।Harivansh Ji plays a key role in instilling confidence that the country can make a significant leap forward: PM Modi in the Rajya Sabha
April 17th, 11:10 am
Addressing the Rajya Sabha, PM Modi extended heartfelt congratulations to Shri Harivansh on his election as Dy Chairman of the House. Lauding Harivansh Ji’s remarkable contributions to journalism, the PM said that new Members of Parliament from both Houses could learn immensely from his insights. The PM also highlighted the significant work done by Harivansh Ji across various sectors.ରାଜ୍ୟସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
April 17th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଲଗାତାର ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ଶ୍ରୀ ହରିବଂଶଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଶ୍ରୀ ହରିବଂଶଙ୍କ ପ୍ରତି ସଦନର ଗଭୀର ବିଶ୍ୱାସ ଏବଂ ଏହି ଅନୁଷ୍ଠାନକୁ ସେ ଆଣିଥିବା ମୂଲ୍ୟବାନ ଅଭିଜ୍ଞତାକୁ ପ୍ରତିଫଳିତ କରିଥାଏ । କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହେବା ତାଙ୍କର ଅଭିଜ୍ଞତା, ସମାବେଶୀ ଆଭିମୁଖ୍ୟ ଏବଂ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟଶୈଳୀ ଉପରେ ସଦନର ଅନୁମୋଦନ ବୋଲି ଶ୍ରୀ ମୋଦୀ କହିଥିଲେ ।ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀଠାରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 19th, 11:00 am
ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରରେ ମୋର ସହକର୍ମୀ ରାମମୋହନ ନାଇଡୁ, ଜି. କିଶନ ରେଡ୍ଡୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ସଚିନ ତେନ୍ଦୁଲକର ଜୀ, ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଜୀ, ରାଜ୍ୟ ସରକାରରେ ଥିବା ମନ୍ତ୍ରୀ ନାରା ଲୋକେଶ ଜୀ, ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଆର୍. ଜେ. ରତ୍ନାକର ଜୀ, କୁଳପତି କେ. ଚକ୍ରବର୍ତ୍ତୀ ଜୀ, ଐଶ୍ୱର୍ଯ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ସଜ୍ଜନଗଣ, ସାଇ ରାମ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରିଛନ୍ତି
November 19th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସାଇ ରାମ ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି। ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ।ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
October 01st, 03:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ଜୀବନହାନୀ ଏବଂ ବ୍ୟାପକ କ୍ଷୟକ୍ଷତି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।An RSS shakha is a ground of inspiration, where the journey from 'me' to 'we' begins: PM Modi
October 01st, 10:45 am
In his address at the centenary celebrations of the Rashtriya Swayamsevak Sangh (RSS), PM Modi extended his best wishes to the countless swayamsevaks dedicated to the resolve of national service. He announced that, to commemorate the occasion, the GoI has released a special postage stamp and a coin. Highlighting the RSS’ five transformative resolutions, the PM remarked that in times of calamity, swayamsevaks are among the first responders.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 01st, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ମହାନବମୀ ଏବଂ ଦେବୀ ସିଦ୍ଧିଦାତ୍ରୀଙ୍କ ଦିବସ। ସେ ଉଲ୍ଲେଖ କରିଥିଲେ ଯେ ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ, ଯାହା ଭାରତୀୟ ସଂସ୍କୃତିର ଚିରନ୍ତନ ଘୋଷଣାର ପ୍ରତୀକ: ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂର୍ବେ ଏପରି ଏକ ପବିତ୍ର ଅବସରରେ ପ୍ରତିଷ୍ଠିତ ହୋଇଥିଲା ଏବଂ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ। ସେ କହିଛନ୍ତି ଯେ ଏହା ହଜାର ହଜାର ବର୍ଷ ପୁରୁଣା ଏକ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର, ଯେଉଁଥିରେ ଜାତୀୟ ଚେତନା ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୂତନ ରୂପରେ ନିଜକୁ ପ୍ରକାଶ କରେ। ସେ କହିଛନ୍ତି ଯେ ଏହି ଯୁଗରେ, ସଂଘ ସେହି ଅନନ୍ତ ଜାତୀୟ ଚେତନାର ଏକ ସଦ୍ଗୁଣ ପ୍ରତିମୂର୍ତ୍ତି।ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନି ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
September 01st, 02:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି ।From seafood to tourism and trade, India is building a new ecosystem along the coastal regions: PM Modi in Bhuj, Gujarat
May 26th, 05:00 pm
PM Modi launched multiple development projects in Bhuj, Gujarat. Emphasizing that Kutch has demonstrated the power of hope and relentless effort in achieving remarkable success, the PM recalled the devastating earthquake that once led many to doubt the region’s future. He cited Dhola Vira and Lothal as prime examples of India's rich heritage. He also highlighted the UNESCO recognised Smriti Van memorial.ଗୁଜରାଟର ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 26th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ସହିତ ଦେଶକୁ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ସେ କଚ୍ଛର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ଏବଂ କ୍ରାନ୍ତିକାରୀ ତଥା ସହିଦମାନଙ୍କ, ବିଶେଷକରି ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ପ୍ରଧାନମନ୍ତ୍ରୀ କଚ୍ଛର ପୁଅ ଏବଂ ଝିଅମାନଙ୍କୁ ସେମାନଙ୍କର ଶୃଙ୍ଖଳା ଏବଂ ଅବଦାନକୁ ସ୍ୱୀକାର କରି ତାଙ୍କର ସମ୍ମାନ ଜଣାଇଥିଲେ।ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
April 04th, 12:59 pm
ଆଜି, ଏହି ଶିଖର ସମ୍ମିଳନୀର ସଫଳତାର ସହିତ ଆୟୋଜନ ପାଇଁ ମୁଁ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ସିନାଓ୍ୱାତ୍ରାଜୀଙ୍କୁ କୃତଜ୍ଞତା ଜଣାଉଛି।