୨୮ ଫେବୃଆରୀରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 03:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ସାନନ୍ଦରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ (ଏଟିଏମ୍ପି) ପ୍ଲାଣ୍ଟର ଉଦ୍ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।