'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
December 16th, 03:56 pm
ଜୋର୍ଡାନ ହାସେମାଇଟ୍ ରାଜ୍ୟର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ, ଭାରତୀୟ ଗଣରାଜ୍ୟର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬, ୨୦୨୫ରେ ଜୋର୍ଡାନ ହାସେମାଇଟ୍ ରାଜ୍ୟ ଗସ୍ତ କରିଥିଲେ।ଏସିଆ କପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
September 29th, 12:30 am
ଏସିଆ କପ୍ ୨୦୨୫ର ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ।ଦୁବାଇର କ୍ରାଉନ ପ୍ରିନ୍ସ, ୟୁଏଇର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
April 08th, 05:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇର କ୍ରାଉନ ପ୍ରିନ୍ସ, ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମଙ୍କୁ ସ୍ୱାଗତ କରିଥିଲେ ।ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
April 08th, 01:03 pm
ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି ଉପଲକ୍ଷେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । ଉପସ୍ଥିତ ହିତାଧିକାରୀମାନଙ୍କ ସହ ମନଖୋଲା କଥା ହୋଇ ନିଜ ଅନୁଭୂତି ବାଂଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୋଷା ଜନ୍ତୁଙ୍କ ଖାଦ୍ୟ ଓ ଔଷଧ ଯୋଗାଇ ସଫଳ ଉଦ୍ୟୋଗୀ ହୋଇପାରିଥିବା ଜଣେ ହିତାଧିକାରୀ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ । କଠିନ ସମୟରେ ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ସମ୍ପୃକ୍ତ ହିତାଧିକାରୀ ମତପ୍ରକାଶ କରିଥିଲେ । ଏହା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀଙ୍କୁ ଡାକିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଓ ଋଣ ଯୋଗୁଁ ଏଯାବତ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚିତ କରିବା ପାଇଁ କହିଥିଲେ । ବିକାଶ ଓ ସଫଳତା ପାଇଁ କରାଯାଇଥିବା ସହଯୋଗ ହିତାଧିକାରୀମାନଙ୍କ ମନରେ ଉତ୍ସାହ ଭରି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ଦୁବାଇର ଶାସକ, ୟୁଏଇ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
February 14th, 03:49 pm
ଉଭୟ ନେତା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବ୍ୟାପକ ଅର୍ଥନୈତିକ ଭାଗିଦାରୀର ପ୍ରମୁଖ ଭୂମିକାକୁ ବିଶେଷ ଭାବରେ ସ୍ୱୀକାର କରିଥିଲେ । ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ସ୍ୱାକ୍ଷରକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ ।ଦୁବାଇର ଜେବେଲ ଅଲିରେ ଭାରତ ମାର୍ଟର ଭର୍ଚୁଆଲ ଶିଳାନ୍ୟାସ
February 14th, 03:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଦୁବାଇ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇ ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୌମ୍ ୨୦୨୪ ଫେବ୍ରୁଆରୀ ୧୪ରେ ଭର୍ଚୁଆଲ ଭାବେ ଦୁବାଇର ଜେବେଲ ଅଲି ଫ୍ରି ଟ୍ରେଡ୍ ଜୋନ୍ରେ ଡିପି ୱାର୍ଲ୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଭାରତ ମାର୍ଟର ଶିଳାନ୍ୟାସ କରିଛନ୍ତି ।୨୦୨୪ ଦୁବାଇ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମାଡାଗାସ୍କର ଗଣତନ୍ତ୍ରର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି
February 14th, 02:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇ ଠାରେ ଆୟୋଜିତ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ମାଡାଗାସ୍କର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଣ୍ଡ୍ରି ରାଜୋଲିନାଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ ।ବିଶ୍ୱ ସରକାର ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:30 pm
ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି ।ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
February 14th, 02:09 pm
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ - ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 09:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶାଭ୍କତ୍ ମିର୍ଜିୟୋୟେଭ୍ଙ୍କୁ ଭେଟିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ
December 01st, 08:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ଠରରେ ଚାଲିଥିବା କପ୍-୨୮ ସମ୍ମିଳନୀରେ ଡିସେମ୍ବର ପହିଲା ଦିନ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ଓଲଫ କ୍ରିଷ୍ଟରସନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।କପ୍-୨୮ରେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଓ ସ୍ୱିଡେନ ଦ୍ୱାରା ମିଳିତ ଭାବେ ଉଦ୍ଘାଟିତ
December 01st, 08:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଓଲଫ କ୍ରିଷ୍ଟରସନ ମିଳିତଭାବେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ (ଲିଂଡ ଆଇଟି-୨.୦) ୨୦୨୪-୨୬କୁ ଦୁବାଇଠାରେ ଚାଲିିଥିବା କପ୍-୨୮ରେ ଉଦ୍ଘାଟନ କରିଛନ୍ତି ।COP-28 ଶିଖର ସମ୍ମିଳନୀ ଅବସରରେ ଜଳବାୟୁ ଆର୍ଥିକ ରୂପାନ୍ତର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 01st, 08:06 pm
G-20 ଅଧ୍ୟକ୍ଷ ଥିବା ସମୟରେ ଭାରତ ଉଭୟ ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଇଛି।ସ୍ୱିସ୍ କନ୍ଫେଡେରେସନର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 08:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ୨୦୨୩ ଡିସେମ୍ବର ୧ରେ କପ୍ ୨୮ ବୈଠକରେ ଯୋଗ ଦେବାକୁ ଯାଇଥିବାବେଳେ ସେଠାରେ ସ୍ୱିସ୍ କନ୍ଫେଡେରେସନର ଅଧ୍ୟକ୍ଷ ଶ୍ରୀ ଆଲେନ୍ ବର୍ସେଟଙ୍କୁ ଭେଟିଛନ୍ତି ।ୟୁନାଇଟେଡ୍ ଆରବ ଏମିରେଟ୍ସ ର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 07:55 pm
ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।ସିଓପି-୨୮ରେ ଲିଡରସିପ୍ ଗ୍ରୁପ୍ ଫର୍ ଇଣ୍ଡଷ୍ଟ୍ରି ଟ୍ରାନଜିସନ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 07:29 pm
ଆମେ ସମସ୍ତେ ଏକ ଅଂଶୀଦାର ପ୍ରତିବଦ୍ଧତା ଦ୍ୱାରା ସଂଯୁକ୍ତ ଅଛୁ - ଗ୍ଲୋବାଲ ନେଟ୍ Zero.Net ଜିରୋର ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଏବଂ ଶିଳ୍ପ ମଧ୍ୟରେ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏବଂ, ଶିଳ୍ପ ଅଭିନବତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉତପ୍ରେରକ। ଇଣ୍ଡଷ୍ଟ୍ରି ଟ୍ରାନ୍ଜିସନ୍ ପାଇଁ ଲିଡରସିପ୍ ଗ୍ରୁପ୍ ଅର୍ଥାତ୍ ଲିଡ୍-ଆଇଟି ହେଉଛି ପୃଥିବୀର ସୁରକ୍ଷିତ ଭବିଷ୍ୟତ ପାଇଁ ସରକାର ଓ ଶିଳ୍ପ ମଧ୍ୟରେ ଭାଗିଦାରୀର ଏକ ସଫଳ ଉଦାହରଣ।ସିଓପି-୨୮ରେ “ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ' ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 07:22 pm
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆପଣ ସମସ୍ତଙ୍କୁ ନମସ୍କାର! ମୋ ଭାଇ ତଥା ୟୁଏଇର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି।ଜାତିସଂଘ ମହାସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 06:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ମହାମହିମ ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି ।ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 06:44 pm
ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।