ନାମିବ୍ୟାର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 09th, 07:55 pm
ନାମିବ୍ୟାକୁ ତାଙ୍କର ସରକାରୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱିଣ୍ଡହୋକସ୍ଥିତ ଷ୍ଟେଟ୍ ହାଉସରେ ନାମିବ୍ୟାର ରାଷ୍ଟ୍ରପତି ମହାମହିମ ଡ. ନେତୁମ୍ବୋ ନନ୍ଦୀ-ନଦୈତୱାଙ୍କୁ ଭେଟିଛନ୍ତି। ରାଜ୍ୟ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନନ୍ଦୀ-ନଦୈତୱା ଭବ୍ୟ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ତରରେ ଭାରତରୁ ନାବିବ୍ୟାକୁଏହି ଗସ୍ତ ୨୭ବର୍ଷ ପରେ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଷ୍ଟ୍ରପତି ନନ୍ଦୀ-ନଦାୟତୱାଙ୍କ ଦ୍ୱାରା ଆୟୋଜିତ ଏହା ପ୍ରଥମ ଦ୍ୱିପାକ୍ଷିକ ସରକାରୀ ଗସ୍ତ ଥିଲା।ହିରୋସ୍ ଏକର ସ୍ମାରକୀରେ ନାମିବିୟାର ପ୍ରତିଷ୍ଠାତା ପିତା ଏବଂ ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 09th, 07:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିରୋସ୍ ଏକର ସ୍ମାରକୀରେ ନାମିବିୟାର ପ୍ରତିଷ୍ଠାତା ପିତା ଏବଂ ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।