PM visits Somnath Temple, terms the 75th anniversary of its rebuilding a milestone in Bharat's civilisational journey

May 11th, 12:28 pm

While speaking at the Somnath Amrut Mahotsav in Somnath Temple, PM Modi described the 75th anniversary of the rebuilt temple as a landmark moment in Bharat’s civilisational journey. He said the devotion, energy and spiritual atmosphere surrounding Somnath reflected the enduring strength of India’s cultural and spiritual heritage across generations.

Somnath Amrut Mahotsav is a grand festival of inspiration for India for the next thousand years: PM Modi in Prabhas Patan, Gujarat

May 11th, 10:20 am

Addressing the Somnath Amrut Mahotsav at Somnath Temple, PM Modi described the 75th anniversary of the temple’s reconstruction as a milestone in Bharat’s civilisational journey and a symbol of India’s enduring spiritual consciousness. He said Somnath reflects the nation’s resilience, cultural continuity and unwavering faith, while also highlighting the importance of preserving heritage alongside development and modern progress.

PM Modi participates in Somnath Amrut Mahotsav, marking 75 years since the inauguration of the restored Somnath Temple, Gujarat

May 11th, 10:15 am

Addressing the Somnath Amrut Mahotsav at Somnath Temple, PM Modi described the 75th anniversary of the temple’s reconstruction as a milestone in Bharat’s civilisational journey and a symbol of India’s enduring spiritual consciousness. He said Somnath reflects the nation’s resilience, cultural continuity and unwavering faith, while also highlighting the importance of preserving heritage alongside development and modern progress.

The history of Somnath is not one of destruction or defeat, it is a history of victory and renewal: PM Modi during Somnath Swabhiman Parv

January 11th, 12:00 pm

PM Modi addressed the Somnath Swabhiman Parv in Somnath, recalling the sacrifices of those who dedicated their lives to the protection and reconstruction of the temple. Emphasising that the festival is not merely a remembrance of the destruction that took place a thousand years ago, the PM said it is a celebration of a thousand-year journey of resilience, as well as of India’s existence and pride. He underscored the resolve to move forward with the vision of “Dev se Desh.”

ଗୁଜରାଟର ସୋମନାଥଠାରେ ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 11th, 11:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥଠାରେ ସୋମନାଥ ସ୍ୱାଭିମାନ ପର୍ବରେ ଉଦବୋଧନ ଦେଇଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମୟ ଅସାଧାରଣ, ଏହି ପରିବେଶ ଅସାଧାରଣ ଏବଂ ଏହି ଉତ୍ସବ ଅସାଧାରଣ। ଗୋଟିଏ ପଟେ ସ୍ବୟଂ ମହାଦେବ ଅଛନ୍ତି ଓ ଅନ୍ୟପଟେ ସମୁଦ୍ରର ବିଶାଳ ତରଙ୍ଗ, ସୂର୍ଯ୍ୟ କିରଣ, ମନ୍ତ୍ରର ପ୍ରତିଧ୍ୱନି ଏବଂ ଭକ୍ତିର ଉତ୍ସାହ ରହିଛି। ଏହି ଦିବ୍ୟ ପରିବେଶରେ, ଭଗବାନ ସୋମନାଥଙ୍କ ସମସ୍ତ ଭକ୍ତଙ୍କ ଉପସ୍ଥିତି ଏହି ଅବସରକୁ ଦିବ୍ୟ ଏବଂ ମହାନ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, ସେ ଏହାକୁ ଏକ ବଡ଼ ସୌଭାଗ୍ୟ ବୋଲି ମନେ କରନ୍ତି, ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ, ତାଙ୍କୁ ସୋମନାଥ ସ୍ୱାଭିମାନ ପର୍ବରେ ସକ୍ରିୟ ଭାବେ ସେବା କରିବାର ସୁଯୋଗ ମିଳିଛି। ସେ ୭୨ ଘଣ୍ଟା ଧରି ନିରନ୍ତର ଓମକାର ଜପ ଏବଂ ୭୨ ଘଣ୍ଟା ଧରି ମନ୍ତ୍ର ପାଠ କରିବାର ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ, ହଜାର ବର୍ଷ ପୁରୁଣା ସୋମନାଥ ଗାଥାକୁ ୧୦୦୦ ଡ୍ରୋନ୍ ମାଧ୍ୟମରେ ବୈଦିକ ଗୁରୁକୂଳର ୧୦୦୦ ଛାତ୍ରଙ୍କ ଉପସ୍ଥିତିରେ ଉପସ୍ଥାପିତ କରାଯାଇଥିଲା ଏବଂ ଆଜି 'ଶୌର୍ଯ୍ୟ ଯାତ୍ରା' ୧୦୮ଟି ଘୋଡା ସହିତ ମନ୍ଦିରରେ ପହଞ୍ଚିଥିଲା। ମନ୍ତ୍ର ଏବଂ ସ୍ତୁତିର ମନମୋହକ ପରିବେଷଣକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ଓ କେବଳ ସମୟ ହିଁ ଏହି ଅଭିଜ୍ଞତାକୁ ପ୍ରକୃତରେ କଏଦ କରିପାରିବ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଏହି ଉତ୍ସବ ଗର୍ବ ଏବଂ ସମ୍ମାନ, ମର୍ଯ୍ୟାଦା ଏବଂ ଜ୍ଞାନ, ମହିମା ଏବଂ ଐତିହ୍ୟ, ଆଧ୍ୟାତ୍ମିକତା ଏବଂ ଅନୁଭବ, ଅଭିଜ୍ଞତା, ଆନନ୍ଦ ଏବଂ ଘନିଷ୍ଠତାର ପ୍ରତୀକ। ସର୍ବୋପରି, ସେ କହିଛନ୍ତି ଯେ ଏହି ପର୍ବ ଭଗବାନ ମହାଦେବଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୦-୧୧ ତାରିଖରେ ଗୁଜରାଟର ସୋମନାଥ ଗସ୍ତ କରି ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ

January 09th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୧୦ ଓ ୧୧ ତାରିଖରେ ଗୁଜରାଟର ସୋମନାଥ ଗସ୍ତ କରିବେ। ଏହି ଗସ୍ତ ସମୟରେ, ଶ୍ରୀ ମୋଦୀ ସୋମନାଥ ସ୍ୱାଭିମାନ ପର୍ବରେ ଅଂଶଗ୍ରହଣ କରିବେ। ସେ ଜାନୁଆରୀ ୧୦ ତାରିଖ ଦିନ ପ୍ରାୟ ରାତି ୮ ଟାରେ ଓଁକାର ମନ୍ତ୍ର ଜପ କରି, ପରେ ସୋମନାଥ ମନ୍ଦିରରେ ଆୟୋଜିତ ଏକ ଡ୍ରୋନ୍ ପ୍ରଦର୍ଶନୀ ବୁଲି ଦେଖିବେ।

ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 03rd, 09:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ଠାରୁ ଆରମ୍ଭ କରି ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଏବଂ ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ଆମ ଦେଶର ସେବା କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷଗୁଡ଼ିକ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଦୃଷ୍ଟାନ୍ତମୂଳକ ସେବା ଏବଂ ଦୂରଦୃଷ୍ଟି ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ବିହାରର ଗୟାଜୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣI

August 22nd, 12:00 pm

ବିହାରର ମାନ୍ୟବର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଜୀ; ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ, ଜିତନ୍ ରାମ ମାନଝି ଜୀ, ରାଜୀବ ରଂଜନ ସିଂ, ଚିରାଗ ପାସୱାନ୍ ଜୀ, ରାମ ନାଥ ଠାକୁର ଜୀ, ନିତ୍ୟାନନ୍ଦ ରାୟ ଜୀ, ସତୀଶ ଚନ୍ଦ୍ର ଦୁବେ ଜୀ, ରାଜ ଭୂଷଣ ଚୌଧୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଜୀ ଏବଂ ବିଜୟ କୁମାର ସିହ୍ନା ଜୀ, ବିହାର ସରକାରଙ୍କ ମନ୍ତ୍ରୀମାନେ, ସଂସଦରେ ମୋର ସହକର୍ମୀ ଉପେନ୍ଦ୍ର କୁଶୱା ଜୀ, ଅନ୍ୟ ସାଂସଦ ଏବଂ ବିହାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ବିହାରର ଗୟାରେ ୧୨୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 22nd, 11:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଗୟାରେ ୧୨୦୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଜ୍ଞାନ ଏବଂ ମୁକ୍ତିର ପବିତ୍ର ନଗରୀ ଗୟାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ବିଷ୍ଣୁପଦ ମନ୍ଦିରର ଭବ୍ୟ ପରିସରରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଗୟା ଆଧ୍ୟାତ୍ମିକତା ଏବଂ ଶାନ୍ତିର ଭୂମି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭଗବାନ ବୁଦ୍ଧ ଏହି ପବିତ୍ର ଭୂମିରେ ଜ୍ଞାନପ୍ରାପ୍ତ ହୋଇଥିଲେ। ଶ୍ରୀ ମୋଦୀ କହିଛନ୍ତି, ଗୟାର ଏକ ପ୍ରାଚୀନ ଏବଂ ଅତ୍ୟନ୍ତ ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଅଛି। ଏହି ଅଞ୍ଚଳର ଲୋକମାନେ ଚାହାଁନ୍ତି ଯେ ଏହି ସହରକୁ କେବଳ ଗୟା ନୁହେଁ ବରଂ ସମ୍ମାନର ସହିତ ଗୟାଜୀ କୁହାଯାଉ, ପ୍ରଧାନମନ୍ତ୍ରୀ ଏହି ଭାବନାକୁ ସମ୍ମାନ ଦେବା ପାଇଁ ବିହାର ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଏବଂ ବିହାରରେ ତାଙ୍କ ସରକାର ଗୟାର ଦ୍ରୁତ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସେ ଖୁସି ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

April 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।

ନିର୍ବାଚନ କମିଶନ ସମୟ-ସମୟରେ ମତଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛନ୍ତି : ମନ୍ କୀ ବାତ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ

January 19th, 11:30 am

In the 118th episode of Mann Ki Baat, PM Modi reflected on key milestones, including the upcoming 75th Republic Day celebrations and the significance of India’s Constitution in shaping the nation’s democracy. He highlighted India’s achievements and advancements in space sector like satellite docking. He spoke about the Maha Kumbh in Prayagraj and paid tributes to Netaji Subhas Chandra Bose.

Our Constitution is the foundation of India’s unity: PM Modi in Lok Sabha

December 14th, 05:50 pm

PM Modi addressed the Lok Sabha on the 75th anniversary of the Indian Constitution's adoption. He reflected on India's democratic journey and paid tribute to the framers of the Constitution.

ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

December 14th, 05:47 pm

ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ଉପଲକ୍ଷେ ଆଜି ଲୋକସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ବିତର୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । ଗୃହକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ସମସ୍ତ ନାଗିରକ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଉଥିବା ବିଶ୍ବର ସମସ୍ତ ଲୋକମାନଙ୍କ ପାଇଁ ଏକ ଗର୍ବ ଓ ସମ୍ମାନର ବିଷୟ ଯେ ଆମେ ଗଣତନ୍ତ୍ରର ଏହି ଉତ୍ସବକୁ ପାଳନ କରୁଛୁ । ଆମ ସମ୍ବିଧାନର ୭୫ ଉଲ୍ଲେଖନୀୟ ବର୍ଷର ଯାତ୍ରା ପାଇଁ ସେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସେ ପ୍ରସଂଶା କରିବା ସହ କହିଥିଲେ ଯେ ସଫଳତାର ୭୫ ବର୍ଷ ପୂରଣ ପରେ ଗଣତନ୍ତ୍ରର ଏହି ଉତ୍ସବ ପାଳନ ପାଇଁ ସମୟ ଉପନୀତ । ସଂସଦର ସଦସ୍ୟମାନେ ଏହି ସମାରୋହରେ ନିଜକୁ ସାମିଲ କରି ନିଜର ମତାମତ ପ୍ରଦାନ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ସେ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।

ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

December 03rd, 08:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ପକାଇବାରେ ଡକ୍ଟର ପ୍ରସାଦଙ୍କ ଅମୂଲ୍ୟ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 08:15 pm

ଆପଣ ସମସ୍ତଙ୍କୁ ସମଗ୍ର ଦେଶବାସୀଙ୍କୁ ସମ୍ବିଧାନ ଦିବସ ଅବସରରେ ବହୁତ ବହୁତ ଶୁଭକାମନା । ଭାରତର ସମ୍ବିଧାନ ଦିବସର ଏହି ୭୫ ତମ ବର୍ଷ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଆଜି ମୁଁ ଭାରତର ସମ୍ବିଧାନକୁ, ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 26th, 08:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନିକ ଭବନ ଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଶ୍ରୀ ସଞ୍ଜୀବ ଖନ୍ନା, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ବି. ଆର. ଗାଭାଇ ଏବଂ ବିଚାରପତି ଶ୍ରୀ ସୂର୍ଯ୍ୟକାନ୍ତ, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ଭାରତର ଆଟର୍ଣ୍ଣି ଜେନେରାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 03rd, 10:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଜୟନ୍ତୀ ଅବସରରେ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

December 03rd, 09:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୟନ୍ତୀ ଅବସରରେ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ

August 13th, 11:31 am

ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

August 13th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।