ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକୀ ଅବସରରେ ଆମେରିକାର ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 04th, 09:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାଧୀନତାର ୨୫୦ତମ ବାର୍ଷିକୀ ଅବସରରେ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଜେ. ଟ୍ରମ୍ପ ଏବଂ ଆମେରିକାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଭାରତ-ଆମେରିକା ଭାଗିଦାରୀର ସ୍ଥାୟୀ ଶକ୍ତିକୁ ରେଖାଙ୍କିତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଦୁଇ ଗଣତନ୍ତ୍ର ମଧ୍ୟରେ ସମ୍ପର୍କ ଏକ ରଣନୈତିକ ଭାଗିଦାରୀ ଠାରୁ ଆଗକୁ ବଢ଼ିଛି ଏବଂ ଏହା ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧ, ଆଇନର ଶାସନ ଏବଂ ନିଜ ଲୋକମାନଙ୍କ ଅସୀମ ସାମର୍ଥ୍ୟ ଉପରେ ବିଶ୍ୱାସ ଉପରେ ଆଧାରିତ।

ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 18th, 05:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ସହିତ ଏକ ବ୍ୟାପକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ହୋଇଥିବା ଚୁକ୍ତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ହର୍ମୁଜ୍ ପ୍ରଣାଳୀରେ ମୁକ୍ତ ନୌପରିବହନ ଏବଂ ବାଧାମୁକ୍ତ ବାଣିଜ୍ୟ ବଜାୟ ରଖିବା ତଥା ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ବିଶ୍ୱ ନେତା ଏବଂ ନାଗରିକମାନଙ୍କୁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

June 10th, 11:50 pm

ପ୍ରଧାନମନ୍ତ୍ରୀ ବିଶ୍ୱ ନେତା ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ବାର୍ତ୍ତା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଶୁଭକାମନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସେ କହିଥିଲେ ଯେ, ଭାରତର ସେବା କରିବା ଏବଂ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦେବା ତାଙ୍କ ପାଇଁ ଏକ ସୌଭାଗ୍ୟ । ଲୋକଙ୍କ ବିଶ୍ୱାସ ହିଁ ତାଙ୍କର ଶକ୍ତିର ସବୁଠାରୁ ବଡ ଶକ୍ତି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା, ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଭାରତର ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଅଧିକ ସମର୍ପଣ ଭାବ ସହିତ କାର୍ଯ୍ୟ କରିବାକୁ ତାଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

May 23rd, 04:20 pm

ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟେଲିଫୋନ କଲ

April 14th, 10:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଟେଲିଫୋନ କଲ୍‍ ପାଇଛନ୍ତି ।

ପଶ୍ଚିମ ଏସିଆ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ କଲେ ଆମେରିକା ରାଷ୍ଟ୍ରପତି

March 24th, 08:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଠାରୁ ଏକ ଫୋନ କଲ୍‍ ପାଇଥିଲେ ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

February 02nd, 11:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିବାର ଚମତ୍କାର ଘୋଷଣା ପାଇଁ ଶ୍ରୀ ମୋଦୀ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆମେରିକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

December 11th, 08:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ପ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଏବଂ ପ୍ରମୁଖ ଆଞ୍ଚଳିକ ତଥା ବୈଶ୍ବିକ ଘଟଣାବଳୀ ଉପରେ ମତ ବିନିମୟ କରିଛନ୍ତି।

ଦୀପାବଳି ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

October 22nd, 08:25 am

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବ୍ୟକ୍ତିଗତ ଫୋନ କଲ୍ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ବାର୍ତ୍ତା, ବନ୍ଧକ ମୁକ୍ତିକୁ ସ୍ୱାଗତ କରି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ

October 13th, 07:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସଂକଳ୍ପର ପରିଣାମ ।

ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 09th, 09:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ଏବଂ ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

October 09th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ।

ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 04th, 07:58 am

ଗାଜାରେ ଶାନ୍ତି ପ୍ରୟାସ ପାଇଁ ନିର୍ଣ୍ଣାୟକ ନେତୃତ୍ୱ ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ ଆଜି କହିଛନ୍ତି, ବନ୍ଧକଙ୍କ ମୁକ୍ତି ପାଇଁ ସଙ୍କେତ ମାନବୀୟ ଏବଂ କୂଟନୈତିକ ପ୍ରୟାସ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ଗାଜା ବିବାଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

September 30th, 09:19 am

ଗାଜା ବିବାଦର ସମାଧାନ ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ବ୍ୟାପକ ଯୋଜନା ଘୋଷଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।

ଜନ୍ମଦିନ ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 16th, 11:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୭୫ତମ ଜନ୍ମ ଦିନରେ ଫୋନ କଲ୍ ଓ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ଭଳି, ମୁଁ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ଓ ସହଭାଗିତାକୁ ନୂତନ ଶୀର୍ଷକୁ ନେବା ଇଚ୍ଛୁକ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ

September 16th, 10:13 pm

ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଜେ. ଟ୍ରମ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ କଲ କରିଥିଲେ ।

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10th, 07:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 10:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ସେ ଗମ୍ଭୀରତାର ସହିତ ସ୍ୱୀକାର କରୁଛନ୍ତି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ‘‘ଭାରତ ଏବଂ ଆମେରିକା ମଧ୍ୟରେ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂରଦର୍ଶୀ, ବ୍ୟାପକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ରହିଛି’’, ଶ୍ରୀ ମୋଦୀ କହିଛନ୍ତି।

ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18th, 12:32 pm

କାନାଡାର କାନନସକିସରେ ଚାଲିଥିବା ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ଜର୍ମାନୀ ଚାନସେଲର ଫ୍ରେଡେରିଚ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମେ ୨୦୨୫ରେ ମର୍ଜ ଚାନସେଲର ହେବା ପରେ ଏହା ହେଉଛି ଦୁଇ ନେତାଙ୍କ ପ୍ରଥମ ବୈଠକ । ପଦ ଭାର ଗ୍ରହଣ କରିବା ପରେ ପ୍ରଥମ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ତାଙ୍କ ବିପୁଳ ବିଜୟ ଲାଗି ପ୍ରଶଂସା କରିଥିଲେ । କିଛି ଦିନ ପୂର୍ବରୁ ଅହମଦାବାଦ ବିମାନ ଦୁର୍ଘଟଣା ଲାଗି ଜର୍ମାନ ସରକାର ସହାନୁଭୂତି ଓ ସମବେଦନା ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛି ବିଶ୍ୱ

April 24th, 03:29 pm

22 ଏପ୍ରିଲ, 2025 ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ବିଶ୍ୱ ନେତାମାନଙ୍କଠାରୁ ଏକତାର ଏକ ଦୃଢ଼ ଲହରୀ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱବ୍ୟାପୀ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରି ପ୍ରତିଜ୍ଞା କରିଛନ୍ତି ଯେ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ପିଛା କରିବ।